IIT Bombay: ପ୍ରଫେସରଙ୍କ ବିରୋଧରେ ଜାତିଆଣ ଟିପ୍ପଣୀ ଅଭିଯୋଗ; ପିତାଙ୍କ ଅଭିଯୋଗ ପରେ ଏସ୍‌ସି-ଏସ୍‌ଟି ଧାରା ଲାଗିଲା

Sep 20, 2026 - 21:37
IIT Bombay: ପ୍ରଫେସରଙ୍କ ବିରୋଧରେ ଜାତିଆଣ ଟିପ୍ପଣୀ ଅଭିଯୋଗ; ପିତାଙ୍କ ଅଭିଯୋଗ ପରେ ଏସ୍‌ସି-ଏସ୍‌ଟି ଧାରା ଲାଗିଲା

"ମୁମ୍ବାଇ: ଆଇଆଇଟି ବମ୍ବେର ଦ୍ୱିତୀୟ ବର୍ଷର ଛାତ୍ର ସାହିଲ ରବୀନ୍ଦ୍ର ୱାକୋଡେଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ବାପା ପ୍ରଫେସରଙ୍କ ବିରୋଧରେ ଜାତିଆଣ ଟିପ୍ପଣୀ, ମାନସିକ ନିର୍ଯାତନା ଓ ଧମକ ଦେବାର ଅଭିଯୋଗ ଆଣିଛନ୍ତି।

ଏହି ଅଭିଯୋଗ ଆଧାରରେ ମୁମ୍ବାଇ ପୁଲିସ ଶନିବାର ମାମଲା ରୁଜୁ କରିଥିବାବେଳେ ତଦନ୍ତକୁ କ୍ରାଇମ୍‌ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।

ମାମଲାରେ ଆଇଆଇଟି ବମ୍ବେର ପ୍ରଫେସର ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କ ନାମ ରହିଛି।

ଆଉ ଦୁଇଜଣଙ୍କ ପରିଚୟ ଏଫ୍‌ଆଇଆର୍‌ରେ ଉଲ୍ଲେଖ ହୋଇନାହିଁ।Advertisment ୨୦ ବର୍ଷୀୟ ସାହିଲ ମହାରାଷ୍ଟ୍ରର ୟବତମାଳ ଜିଲ୍ଲାର ବାସିନ୍ଦା।

ସେ ଆଇଆଇଟି ବମ୍ବେର ଏନର୍ଜି ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଦ୍ୱିତୀୟ ବର୍ଷର ବିଟେକ୍‌ ଛାତ୍ର ଥିଲେ।

ଶୁକ୍ରବାର ଅପରାହ୍ଣ ୨ଟାରୁ ୪ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିବା ସମୟରେ ସେ ମୋବାଇଲ ଫୋନ୍‌ ବ୍ୟବହାର କରୁଥିବା ବେଳେ ଧରାପଡ଼ିଥିଲେ।

ଆଇଆଇଟି ବମ୍ବେ ଅନୁସାରେ, ସେ ପରୀକ୍ଷା ପ୍ରଶ୍ନପତ୍ରକୁ ଚାଟ୍‌ଜିପିଟିରେ ଅପଲୋଡ୍‌ କରି ଉତ୍ତର ଖୋଜିଥିଲେ।

ପରେ ସେହି ଦିନ ସନ୍ଧ୍ୟାରେ ହଷ୍ଟେଲ ରୁମ୍‌ରେ ତାଙ୍କ ମୃତ୍ୟୁ ହୋଇଥିଲା।

ସାହିଲଙ୍କ ବାପା ରବୀନ୍ଦ୍ର ୱାକୋଡେ ଅଭିଯୋଗ କରିଛନ୍ତି ଯେ, ଗତ ପ୍ରାୟ ୩ ମାସ ଧରି ତାଙ୍କ ପୁଅ ଜାତିଆଣ ଟିପ୍ପଣୀ ଓ ମାନସିକ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ।

ଏଥିପାଇଁ ତାଙ୍କ ପୁଅ ମାନସିକ ଚାପରେ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଭାରତୀୟ ନ୍ୟାୟ ସଂହିତାର ଆତ୍ମହତ୍ୟା ପାଇଁ ପ୍ରରୋଚନା ସମ୍ପର୍କିତ ଧାରା ସହ ଏସ୍‌ସି/ଏସ୍‌ଟି ଆଇନର ଧାରା ଲାଗୁ କରିଛି।

OHRC: ରଥଯାତ୍ରାରେ ଠେଲାପେଲାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା, ମାନବାଧିକାର କମିସନଙ୍କ ରିପୋର୍ଟ ତଲବ ଅନ୍ୟପକ୍ଷରେ, ଆଇଆଇଟି ବମ୍ବେ ପକ୍ଷରୁ ଜାତିଆଣ ଭେଦଭାବର ଅଭିଯୋଗକୁ ଖଣ୍ଡନ କରାଯାଇଛି।

ନିର୍ଦ୍ଦେଶକ ଶିରୀଷ କେଦାରେ କହିଛନ୍ତି, ଅନୁଷ୍ଠାନରେ ଛାତ୍ରଙ୍କ ପ୍ରତି ଜାତିଆଣ ଭେଦଭାବ ହୋଇନାହିଁ।

ଆଇଆଇଟିର ଏସ୍‌ସି-ଏସ୍‌ଟି ସେଲ୍‌ ମଧ୍ୟ କହିଛି ଯେ ସାହିଲ ଜାତିଆଣ ଭେଦଭାବ ସମ୍ପର୍କରେ କୌଣସି ଅଭିଯୋଗ ଦାଖଲ କରିନଥିଲେ।

ଅନୁଷ୍ଠାନର ଦାବି ହେଉଛି, ପରୀକ୍ଷାରେ ଘଟିଥିବା ଘଟଣା ପାଇଁ ସାହିଲଙ୍କ ବିରୋଧରେ କୌଣସି ଶୃଙ୍ଖଳାଗତ ପଦକ୍ଷେପ ନିଆଯାଇ ନ ଥିଲା।

ତାଙ୍କୁ ବୁଝାଇବା ସହ ଘଟଣା ତାଙ୍କ ଶିକ୍ଷାଜୀବନକୁ ପ୍ରଭାବିତ କରିବ ନାହିଁ ବୋଲି ଆଶ୍ୱାସନା ଦିଆଯାଇଥିଲା।

ତେବେ ସାହିଲଙ୍କ ମୃତ୍ୟୁ ପରେ ଆଇଆଇଟି ବମ୍ବେ କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି।

ଘଟଣାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି।

ପୁଲିସ କହିଛି ଯେ ମାମଲାର ସବୁ ଦିଗରୁ ତଦନ୍ତ କରାଯାଉଛି।

ଆଇଆଇଟି ବମ୍ବେ ମଧ୍ୟ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।