OREDA ପ୍ରଦାନ କଲା ୧.୦୭ କୋଟି ଟଙ୍କା ଲାଭାଂଶ

Sep 29, 2026 - 19:45
OREDA ପ୍ରଦାନ କଲା ୧.୦୭ କୋଟି ଟଙ୍କା ଲାଭାଂଶ

"ଭୁବନେଶ୍ୱର: ଶକ୍ତି ବିଭାଗ ଅଧିନ ଓରେଡା ଲିମିଟେଡ୍ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କୁ ୧.୦୭ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତିକରଣ ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଏହି ଲାଭାଂଶ ଚେକ୍ ପ୍ରଦାନ କରାଯାଇଛି।Advertisment ୨୦୨୪ ମେ ୯ତାରିଖରେ ପ୍ରତିଷ୍ଠିତ ହୋଇଥିବା ଓରେଡ଼ା ଲିମିଟେଡ୍ ନିଜର ପ୍ରଥମ ଆର୍ଥିକ ବର୍ଷରେ ୩.୫୭ କୋଟି ଟଙ୍କାର ନିଟ୍ ଲାଭ କରିଥିଲା।

ପ୍ରତିଷ୍ଠାର ପ୍ରଥମ ବର୍ଷରେ ହିଁ ଲାଭାଂଶ ଘୋଷଣା କରିବା ସହ ତାହା ପ୍ରଦାନ କରିବା ଓରେଡା ଲିମିଟେଡ୍ ପାଇଁ ଏକ ଉଲ୍ଲେଖନୀୟ ସଫଳତା।

ଓରେଡା ଲିମିଟେଡ୍ ଓଡ଼ିଶାରେ ନବୀକରଣୀୟ ଶକ୍ତିର ପ୍ରସାର ଏବଂ ସ୍ଥାୟୀ ଶକ୍ତି ସମାଧାନକୁ ପ୍ରୋତ୍ସାହନ ଦେବା ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଛି।

OSWC Dividend ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ଦେଲା ୩ କୋଟି ଟଙ୍କା ଲାଭାଂଶ ଉପମୁଖ୍ୟମନ୍ତ୍ରୀଙ୍କ ସହ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଏଫଏ ତଥା ସ୍ୱତନ୍ତ୍ର ସଚିବ ଡଃ ଦେବୀଦତ୍ତ ତ୍ରିପାଠୀ, ଓରେଡାର ସିଇଓ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ, ଅତିରିକ୍ତ ସଚିବ ନିବେଦିତା ମିଶ୍ରଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଲାଭାଂଶ ଚେକ୍ ସରକାରଙ୍କୁ ହସ୍ତାନ୍ତର କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।