Organ donation: ସମ୍ରେ ଚିକିତ୍ସାଧୀନ ରୋଗୀଙ୍କ ଅଙ୍ଗଦାନ
ଭୁବନେଶ୍ୱର: ଗଭୀର ଶୋକ ମଧ୍ୟରେ ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଚିକିତ୍ସାଧୀନ ଜଣେ ବ୍ରେନ୍ଷ୍ଟେମ୍ ମୃତ ରୋଗୀଙ୍କ ପରିବାର। କଟକଜିଲ୍ଲା ବାଙ୍କୀ ଉପଖଣ୍ଡ ଧାନସାର ଗ୍ରାମର ଜଣେ ଶିକ୍ଷକ ଗୁରୁତର ଅସୁସ୍ଥ ହୋଇ ସମ୍ ଅଲ୍ଟିମେଟ୍ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହୋଇଥିଲା। ନିର୍ଦ୍ଧାରିତ ପରୀକ୍ଷା ପରେ ଡାକ୍ତର ତାଙ୍କୁ ବ୍ରେନ୍ଷ୍ଟେମ୍ ମୃତ ଘୋଷଣା କରିଥିଲେ। ଅଙ୍ଗଦାନର ମହତ୍ତ୍ବ ଏବଂ ଏହା ଦ୍ୱାରା ଅନ୍ୟମାନଙ୍କ ଜୀବନରେ ଆସିପାରୁଥିବା ପରିବର୍ତ୍ତନ ସଂପର୍କରେ ବିସ୍ତୃତ ପରାମର୍ଶ ପାଇବା ପରେ ରୋଗୀଙ୍କ ପରିବାର ତାଙ୍କ ଅଙ୍ଗଦାନ କରିବାକୁ ସାହସିକ ନିଷ୍ପତ୍ତି ନେଇଥିଲେ।
ଏଥିପାଇଁ ସମସ୍ତ ଆବଶ୍ୟକ ଡାକ୍ତରୀ ଓ ଆଇନଗତ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ଆଜି ଭୋର୍ ସମୟରେ ଅଙ୍ଗ ପ୍ରତ୍ୟାହାର ପ୍ରକ୍ରିୟା ସଫଳତାର ସହ କରାଯାଇଥିଲା। ରୋଗୀଙ୍କ ଯକୃତ ଓ ଚକ୍ଷୁର କର୍ଣ୍ଣିଆ ସଫଳତାର ସହ ସଂଗ୍ରହ କରାଯାଇଛି। ସମ୍ ଅଲ୍ଟିମେଟ୍ରେ ଏହା ପଞ୍ଚମ ମଲ୍ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରେଟ୍ରିଭାଲ୍। ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକ, ଉକ୍ତ ପରିବାରର ସାହସକୁ ପ୍ରଶଂସା କରିଥିବା ବେଳେ ସିଇଓ ଡାକ୍ତର ଶ୍ୱେତପଦ୍ମା ଦାଶ ଏହାକୁ ମାନବିକତା, ସାହସ ଓ ଆଶାର ପ୍ରତୀକ ବୋଲି କହିଛନ୍ତି। ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର ଡାକ୍ତର ବିରାଜ ମୋହନ ମିଶ୍ର କହିଛନ୍ତି, ସମନ୍ୱିତ ଟିମ୍ର ପ୍ରୟାସ ସହ ପରିବାରର ନିସ୍ୱାର୍ଥ ନିଷ୍ପତ୍ତି ଯୋଗୁଁ ଏହା ସମ୍ଭବପର ହୋଇଛି।
Kharagpur-Jharsuguda: ଖଡ଼ଗପୁର-ଝାରସୁଗୁଡ଼ା ଚତୁର୍ଥ ରେଳଲାଇନ୍ ମଞ୍ଜୁର: ୩୬୭ କିମି ଲମ୍ବ, ୬୫୨୮ କୋଟି ଅଟକଳ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।