O'Rourke: ଭାରତ ବିପକ୍ଷ ଶୃଙ୍ଖଳାରୁ ବାଦ୍ ପଡ଼ିଲେ ଓ’ରୁର୍କି
"ଅକ୍ଲାଣ୍ଡ: ଭାରତ ବିପକ୍ଷ ଘରୋଇ ଶୃଙ୍ଖଳା ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା ଲାଗିଛି।
ଆହତ ଜନିତ ସମସ୍ୟା ଯୋଗୁଁ ଦ୍ରୁତ ବୋଲର ୱିଲ୍ ଓ"ରୁର୍କି ଏହି ପ୍ରତୀକ୍ଷିତ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି।
୨୫ ବର୍ଷୀୟ ରୁର୍କି ଡିସେମ୍ବର ଶେଷ ଭାଗରେ ପଡ଼ିଆକୁ ଫେରିବେ ବୋଲି ଆଶା କରାଯାଉଛି।
ଗତ ଜୁନ୍ରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଶେଷ ଦିନରେ ସେ ମାଂସପେଶୀ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ।
ଏହାପରେ ଅଗଷ୍ଟ ଶେଷ ଭାଗରେ ଅଭ୍ୟାସ ସମୟରେ ତାଙ୍କ ବାମ ଗୋଡ଼ର ନଳିଗୋଡ଼ରେ ଆଘାତ ଲାଗିଥିଲା।
ଏହା ପୂର୍ବରୁ ପିଠିରେ ଆଘାତ ଲାଗିବାରୁ ସେ ୭ମାସ ଧରି କ୍ରିକେଟ୍ରୁ ଦୂରେଇ ରହିଥିଲେ।
ଏବେ ସାନି ଆଘାତ ପାଇଁ ଭାରତ ବିପକ୍ଷ ଶୃଙ୍ଖଳାରୁ ମଧ୍ୟ ଦୂରେଇ ରହିବାକୁ ବାଧ୍ୟ ହୋଇଛନ୍ତି।
Advertisment Education: ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୩ ଦିନିଆ କାର୍ଯ୍ୟକ୍ରମ ଏଥିନେଇ ନ୍ୟୁଜିଲାଣ୍ଡର ମୁଖ୍ୟ ପ୍ରଶିକ୍ଷକ ରବ୍ ୱାଲ୍ଟର କହିଛନ୍ତି, ଭାରତ ବିପକ୍ଷ ଭଳି ଏକ ଗୁରୁତ୍ବପୂର୍ଣ୍ଣ ଘରୋଇ ଶୃଙ୍ଖଳାରୁ ବାଦ୍ ପଡ଼ିବା ଓ"ରୁର୍କିଙ୍କ ପାଇଁ ନିଶ୍ଚିତ ଭାବେ ନିରାଶାଜନକ କଥା।
ସେ ଉଭୟ ଦିନିକିଆ ଓ ଟେଷ୍ଟ୍ ଶୃଙ୍ଖଳାରେ ଖେଳିବାର ଥିଲା।
କିନ୍ତୁ ଦୁଇଟି ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ଏବଂ ବୋଲିଂ ଅଭ୍ୟାସର ଭାରକୁ ଧୀରେ ଧୀରେ ବଢ଼ାଇବା ପାଇଁ ତାଙ୍କୁ ଅଧିକ ସମୟ ଦେବା ପାଇଁ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ ଯେ ଭାରତ-ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳା ଚଳିତ ଅକ୍ଟୋବର ୨୨ରୁ ଆରମ୍ଭ ହେବ।
ଏହାପରେ ନଭେମ୍ବର ୪ରୁ ଦିନିକିଆ ଶୃଙ୍ଖଳା ଏବଂ ନଭେମ୍ବର ୧୯ରୁ ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଅନ୍ତର୍ଗତ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳାଯିବ।
Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।