Education: ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୩ ଦିନିଆ କାର୍ଯ୍ୟକ୍ରମ

Oct 11, 2026 - 01:21
Education: ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୩ ଦିନିଆ କାର୍ଯ୍ୟକ୍ରମ

"ବ୍ରହ୍ମପୁର: ଦୀକ୍ଷାରମ୍ଭ କାର୍ଯ୍ୟକ୍ରମରେ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଦ୍ୱାରା ପରିଚାଳିତ ଗଂଜାମ ଜିଲ୍ଲାର ରଙ୍ଗେଈଲୁଣ୍ଡାସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୩ ଦିନିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

ଏହା ଅକ୍ଟୋବର ୧୦ ତାରିଖରୁ ୧୨ ତାରିଖ ଯାଏ ଚାଲିବ।

ଏହି କାର୍ଯ୍ୟକ୍ରମ କୁ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ, ଶ୍ରୀ ସତ୍ୟସାଇ ସେଣ୍ଟର ଫର୍ ହ୍ୟୁମାନ୍ ଏକ୍ସଲେନ୍ସ ଓ ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡ଼ିଶା ଦ୍ୱାରା ମିଳିତ ସହଯୋଗରେ ଆୟୋଜିତ କରାଯାଇଛି।

Advertisment ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ଦାସ, ଉଦ୍‌ଘାଟନୀ ବକ୍ତବ୍ୟ ପରିପ୍ରେକ୍ଷୀରେ, କାର୍ଯ୍ୟକ୍ରମର ମହତ୍ୱ ଉଦେଶ୍ୟ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ, ସେ କହିଥିଲେ ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ, ଯଥା ବୌଦ୍ଧିକ, ଶାରୀରିକ, ସାମାଜିକ, ନୈତିକ ଏବଂ ଆଧ୍ୟାତ୍ମିକ ବିକାଶ ହୋଇପାରିବ।

ଏହା ଛାତ୍ରଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସ, ଯୋଗାଯୋଗ, ଦକ୍ଷତା, ନେତୃତ୍ୱ ଗୁଣ, ଶୃଙ୍ଖଳା ଏବଂ ଦାୟିତ୍ୱବୋଧ ବିକାଶ କରିବାରେ ସାହାଯ୍ୟ କରିପାରିବ।

ସର୍ବୋପରି ସମାଜରେ ସକାରାତ୍ମକ ଓ ଦାୟିତ୍ୱବାନ ନାଗରିକ ଭାବରେ ଛାତ୍ରଛାତ୍ରୀମାନେ ନିଜକୁ ଗଢିପାରିବେ ବୋଲି ଅଧକ୍ଷ ନିଜର ବକ୍ତବ୍ୟ ରଖିଥିଲେ।

ସେ ଜାତୀୟ ଶିକ୍ଷାନୀତି-୨୦୨୦ ରେ ଥିବା ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶ ଏହିପରି କାର୍ଯ୍ୟକ୍ରମ ଦ୍ୱାରା ହୋଇପାରିବ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ବକ୍ତା ଭାବରେ, କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ରେ କାର୍ଯ୍ୟରତ ବୈଜ୍ଞାନିକ ଡ଼.ଉମାକାନ୍ତ ସୁବୁଦ୍ଧି କହିଥିଲେ ମୁଣ୍ଡ, ହୃଦୟ ଏବଂ ହାତର ସମନ୍ୱୟ ଛାତ୍ରଛାତ୍ରୀମାନଙ୍କୁ ଭଲ ମୂଲ୍ୟବୋଧ ଏବଂ ସକାରାତ୍ମକ କାର୍ଯ୍ୟ ସହିତ ସେମାନଙ୍କର ଜ୍ଞାନକୁ ପ୍ରୟୋଗ କରିବାରେ ସାହାଯ୍ୟ କରେ।

ଏହା ଚରିତ୍ର ଗଠନ, ନୈତିକ ବିକାଶ, ନେତୃତ୍ୱ ଏବଂ ସାମାଜିକ ଦାୟିତ୍ୱକୁ ପ୍ରୋତ୍ସାହିତ କରେ ବୋଲି ବିଶେଷ ଭାବରେ ବିଶ୍ଳେଷଣ କରିବା ସହିତ ଛାତ୍ରଛାତ୍ରୀଙ୍କ ପ୍ରଶ୍ନ ଗୁଡିକର ଉତ୍ତର ରଖିଥିଲେ।

Panchasakha Shiksha Setu ପଞ୍ଚସଖା ଶିକ୍ଷା ସେତୁ: ୨୯ ଜିଲ୍ଲାରେ ୭.୭୩ କୋଟି ଟଙ୍କାର ୭୦୭ଟି ପ୍ରକଳ୍ପକୁ ମଞ୍ଜୁରି ଏହି କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବରେ ଇଞ୍ଜିନିଅର ଶ୍ରୀ ପ୍ରତାପ ସ୍ୱାଇଁ କହିଥିଲେ ପାରସ୍ପରିକ ସମ୍ପର୍କ ହେଉଛି ସାମାଜିକ ଜୀବନଯାପନର ଏକ କଳା।

ଏହା ମସ୍ତିଷ୍କ ଓ ହାତର କାର୍ଯ୍ୟ ଏବଂ ହୃଦୟ ସହିତ ସେଗୁଡ଼ିକର ସମନ୍ୱୟ ଅଟେ।

ଏହା କର୍ମର ନିୟମ ମଧ୍ୟ ଅର୍ଥାତ୍ ପ୍ରତିକ୍ରିୟା, ପ୍ରତିଫଳନ ଓ ପ୍ରତିଧ୍ୱନି।

ଶ୍ରୀ ସତ୍ୟସାଇ ସେବା ସଂଗଠନ, ଗଂଜାମ ଜିଲ୍ଲା ସଭାପତି ଶ୍ରୀ ମହେଶ କୁମାର ଜେନା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ର ଆସୋସିଏଟ ପ୍ରଫେସର ଡ଼.

ଧରିତ୍ରୀ ଚୌଧୁରୀ ଅତିଥିମାନଙ୍କ ପରିଚୟ ଓ ସ୍ୱାଗତ ସମ୍ଭାଷଣ କରିଥିଲେ।

ଶେଷରେ ଶାନ୍ତି ମନ୍ତ୍ର ସହିତ ପ୍ରଥମ ଦିନର କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଶ୍ରୀ ସତ୍ୟସାଇ ସେବା ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।