OTET Result 2026 Out: ପ୍ରକାଶ ପାଇଲା ଓଟିଇଟି-୨୦୨୬ ରେଜଲ୍ଟ, ଏତିକି ଜଣ ପାସ୍
ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୬ର ଫଳାଫଳ ପ୍ରକାଶ ପାଇଛି। ଚଳିତବର୍ଷ ପରୀକ୍ଷା ପାଇଁ ମୋଟ ୯୭,୧୫୧ ଜଣ ଆବେଦନ କରିଥିବା ବେଳେ ୫୩,୩୧୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ମୋଟ ପାସ୍ ହାର ୬୪.୪୮ ପ୍ରତିଶତ ରହିଛି।
ସୂଚନାଯୋଗ୍ୟ, ପୂର୍ବରୁ OTET-୨୦୨୬ ପରୀକ୍ଷା ଜୁନ୍ ୨୮ରେ ହେବାକୁ ଥିବା ବେଳେ ସେହିଦିନ ଆର୍ଆଇ ଓ ଅମିନ ପରୀକ୍ଷା ଥିବାରୁ ତାରିଖ ପରିବର୍ତ୍ତନ କରାଯାଇଥିଲା। ପରେ ଜୁଲାଇ ୫ରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପେପର-୧ ସକାଳ ୯ଟାରୁ ୧୧ଟା ୩୦ ଏବଂ ପେପର-୨ ଅପରାହ୍ନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।