OTV Ama Sahi Medha 2026 : OTVର 'ଆମ ସାହି ମେଢ଼' ପ୍ରତିଯୋଗିତା; ବିଭିନ୍ନ ବର୍ଗରେ ପୂଜା ପେଣ୍ଡାଲଗୁଡ଼ିକୁ ପୁରସ୍କୃତ

Oct 18, 2026 - 19:33
OTV Ama Sahi Medha 2026 : OTVର 'ଆମ ସାହି ମେଢ଼' ପ୍ରତିଯୋଗିତା; ବିଭିନ୍ନ ବର୍ଗରେ ପୂଜା ପେଣ୍ଡାଲଗୁଡ଼ିକୁ ପୁରସ୍କୃତ

ଏଥର ଦଶହରାରେ ଓଟିଭି ଆୟୋଜନ କରିଥିଲା ଆମ ସାହି ମେଢ଼ ପ୍ରତିଯୋଗିତା। ଟ୍ୱିନସିଟି କଟକ ଓ ଭୁବନେଶ୍ୱର ସେମତ ପୁରୀରେ ଆୟୋଜିତ ଏହି କଣ୍ଟେଷ୍ଟରେ ମୋଟ ୧୪ କ୍ୟାଟେଗୋରିରେ ଦିଆଯାଇଛି ପୁରସ୍କାର। ବିଭିନ୍ନ ବର୍ଗରେ ପୂଜା ପେଣ୍ଡାଲଗୁଡ଼ିକୁ ମନୋନୀତ କରାଯାଇଛି। ସ୍ବଚ୍ଛ ପ୍ରକିୟାରେ ସ୍ୱତନ୍ତ୍ର ଜୁରି ଦ୍ବାରା ବିଜେତାଙ୍କୁ ବଛାଯାଇଛି। 

ଆମ ସାହି ମେଢ଼ ପ୍ରତିଯୋଗିତାରେ କଟକ ଶେଖ୍ ବଜାରକୁ ଆକର୍ଷଣୀୟ ମେଢ଼ ପାଇଁ ପୁରସ୍କାର ମିଳିଛି। ଭୁବନେଶ୍ବର ବମିଖାଲ ପୂଜାମଣ୍ଡପକୁ ଶ୍ରେଷ୍ଠ ତୋରଣ ପାଇଁ ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ ଅଳଙ୍କାର କଟକ ବାଲୁ ବଜାର, ଶ୍ରେଷ୍ଠ ସାଜସଜ୍ଜା- ରସୁଲଗଡ଼ ଦୁର୍ଗାପୂଜା ସମିତି, ଶ୍ରେଷ୍ଠ ଆଲୋକ ସଜ୍ଜା- ଝାରପଡ଼ା ମେଳଣ ପଡ଼ିଆ, ଶ୍ରେଷ୍ଠ ବିଷୟବସ୍ତୁ- ଭୁବନେଶ୍ବର ପୁରୁଣା ଷ୍ଟେସନ ବଜାର ହୋଇଛି।

ସେହିପରି ଶ୍ରେଷ୍ଠ ପାର୍ଶ୍ବ ଦେବତା କଟକ ଚାଉଳିଆଗଞ୍ଜ, ଶ୍ରେଷ୍ଠ ଭୋଗ- କଟକ ଚାନ୍ଦିନୀଚୌକ, ଶ୍ରେଷ୍ଠ ପାରମ୍ପରିକ ପୂଜା- ପୁରୀ କାକୁଡ଼ିଖାଇ, ଶ୍ରେଷ୍ଠ ମୃଣ୍ମୟ ମୂର୍ତ୍ତି- ପୁରୀ ଜହ୍ନିଖାଇ, ଶ୍ରେଷ୍ଠ ପୂଜା କମିଟି- କଟକ ଓଡ଼ିଆ ବଜାର, ଶ୍ରେଷ୍ଠ ସ୍ବଚ୍ଛ ମଣ୍ଡପ- ଭୁବନେଶ୍ବର ସହିଦନଗର, ଶ୍ରେଷ୍ଠ ପରିବେଶ ଅନୁକୂଳ ମଣ୍ଡପ- ବରମୁଣ୍ଡା ଏବଂ ଶ୍ରେଷ୍ଠ ବିଚାରକ ପୁରସ୍କାର ଭାବେ ଡମଣାକୁ ମନୋନିତ କରାଯାଇଛି।

  • ବିଭିନ୍ନ ବର୍ଗରେ ପୂଜା ପେଣ୍ଡାଲଗୁଡ଼ିକୁ ପୁରସ୍କୃତ କରାଯାଇଛି
  • ଶ୍ରେଷ୍ଠ ତୋରଣ- ବମିଖାଲ, ଭୁବନେଶ୍ବର
  • ଆକର୍ଷଣୀୟ ମେଢ଼- ଶେଖ୍ ବଜାର, କଟକ
  • ଶ୍ରେଷ୍ଠ ଅଳଙ୍କାର- ବାଲୁ ବଜାର, କଟକ
  • ଶ୍ରେଷ୍ଠ ସାଜସଜ୍ଜା- ରସୁଲଗଡ଼ 
  • ଶ୍ରେଷ୍ଠ ବିଷୟବସ୍ତୁ- ପୁରୁଣା ଷ୍ଟେସନ୍ ବଜାର, ଭୁବନେଶ୍ବର
  • ଶ୍ରେଷ୍ଠ ପାର୍ଶ୍ବଦେବତା- ଚାଉଳିଆଗଞ୍ଜ, କଟକ
  • ଶ୍ରେଷ୍ଠ ଭୋଗ- ଚାନ୍ଦିନୀ ଚୌକ, କଟକ
  • ଶ୍ରେଷ୍ଠ ପାରମ୍ପରିକ ପୂଜା- କାକୁଡିଖାଇ, ପୁରୀ
  • ଶ୍ରେଷ୍ଠ ମୃଣ୍ମୟ ମୂର୍ତ୍ତି- ଜହ୍ନିଖାଇ, ପୁରୀ
  • ଶ୍ରେଷ୍ଠ ପୂଜା କମିଟି- କଟକ ଓଡ଼ିଆ ବଜାର
  • ଶ୍ରେଷ୍ଠ ସ୍ବଚ୍ଛ ମଣ୍ଡପ- ସହିଦନଗର, ଭୁବନେଶ୍ବର
  • ଶ୍ରେଷ୍ଠ ପରିବେଶ ଅନୁକୂଳ ମଣ୍ଡପ- ବରମୁଣ୍ଡା
  • ଶ୍ରେଷ୍ଠ ବିଚାରକ ପୁରସ୍କାର- ଡମଣା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।