Maa Durga Worshipped Deep Inside Forest: ଜଙ୍ଗଲ ଭିତରେ ପୂଜା ପାଉଛନ୍ତି ମା’ ଜଗତଜନନୀ; କନିକା ରାଜବଂଶୀୟ ଅମଳରୁ ଚାଲିଛି ପୂଜା
କେନ୍ଦ୍ରାପଡା ଜିଲ୍ଲା ଭିତରକନିକାର ଘଞ୍ଚ ଜଙ୍ଗଲ ଭିତରେ ପୂଜା ପାଉଛନ୍ତି ଜଗତଜନନୀ ମା ଦୂର୍ଗା । କାହିଁ କେଉଁ ଅନାଦି କାଳରୁ କନିକା ରାଜବଂଶୀୟ ରାଜାମାନଙ୍କ ସମୟରୁ ମା ମହାମାୟୀଙ୍କୁ ଏଠାରେ ସ୍ଥାପନ କରି ପୂଜା କରାଯାଉଛି। ଦଶହରା ଅଷ୍ଟମୀ ତିଥିରେ ବର୍ଷକୁ ଥରେ କନିକା ରାଜାଙ୍କ ଦ୍ବାରା ନିୟୋଜିତ ବ୍ରାହ୍ମଣ ଓ ବିଶୋଇ ଏଠାରେ ଆସି ମାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।
ମା ବଣ ଭିତରେ ରହି ବନ୍ୟଜନ୍ତୁ ଙ୍କ ଦାଉରୁ ଲୋକଙ୍କୁ ରକ୍ଷା କରୁଛନ୍ତି ବୋଲି ବିଶ୍ବାସ ରହିଛି । ବନ କର୍ମଚାରୀ ମାନେ ପାଟ୍ରୋଲିଙ୍ଗ କରିବା ପୂର୍ବରୁ ମା ଙ୍କ ଆର୍ଶିବାଦ ନେଇ ଯାଇଥାନ୍ତି ବୋଲି କୁହାଯାଏ। ଆଜି ପୀଠରେ ପବିତ୍ର ମହାଷ୍ଟମୀ ତିଥିରେ ସ୍ବତନ୍ତ୍ର ନୀତିକାନ୍ତିରେ ଏଠାରେ ପୂଜା କରାଯାଉଛି।
- ଜଙ୍ଗଲ ଭିତରେ ପୂଜା ପାଉଛନ୍ତି ମା’ ଜଗତଜନନୀ
- ମହାଷ୍ଟମୀ ତିଥିରେ ସ୍ବତନ୍ତ୍ର ନୀତିକାନ୍ତି
- କନିକା ରାଜବଂଶୀୟ ଅମଳରୁ ଚାଲିଛି ପୂଜା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।