24 OCTOBER 2026

Welcome!

Unlock your personalized experience.
Sign Up

OUSSSC: ବିଜ୍ଞପ୍ତି ଜାରି କଲା ଓୟୁଏସ୍‌ଏସ୍‌ଏସ୍‌ସି: ପୂରଣ ହେବ ୭୨୬୮ ପୁଲିସ ପଦ

Oct 24, 2026 - 04:40
OUSSSC: ବିଜ୍ଞପ୍ତି ଜାରି କଲା ଓୟୁଏସ୍‌ଏସ୍‌ଏସ୍‌ସି: ପୂରଣ ହେବ ୭୨୬୮ ପୁଲିସ ପଦ

ଭୁବନେଶ୍ବର: ଓଡ଼ିଶା ପୁଲିସ ପଦବି ପାଇଁ ପରୀକ୍ଷା କରିବାକୁ ଓଡ଼ିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ (ଓୟୁଏସ୍‌ଏସ୍‌ଏସ୍‌ସି) ବିଜ୍ଞପ୍ତି ଜାରି କରିଛି। ଏଥିପାଇଁ ୨୩ ତାରିଖ ସନ୍ଧ୍ୟା ୫ଟାରୁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜ୍ଞପ୍ତି ଅନୁସାରେ କନଷ୍ଟେବଳ (ସିଭିଲ୍‌), କନଷ୍ଟେବଳ (କମ୍ୟୁନିକେସନ୍‌), କନଷ୍ଟେବଳ (ଓଆଇଏସ୍‌ଏଫ୍‌), ଅଗ୍ନିଯୋଦ୍ଧା, ଅଗ୍ନିଶମ ଡ୍ରାଇଭର, ଟ୍ରାଫିକ୍‌ କନଷ୍ଟେବଳ, ଡ୍ରାଇଭର ଭଳି ମୋଟ ୭୨୬୮ ଜଣଙ୍କୁ ନିଯୁକ୍ତି ମିଳିବ। ତେବେ ସିଭିଲ କନଷ୍ଟେବଲରେ ସର୍ବାଧିକ ୪୨୧୯ଟି ପଦବି ରହିଥିବା ବେଳେ ଓଆଇଏସ୍‌ଏଫ କନଷ୍ଟେବଳର ପାଇଁ ୨୨୧୨, କନଷ୍ଟେବଳ (କମ୍ୟୁନିକେସନ) ପାଇଁ ୩୦୦, ଅଗ୍ନିଶମ ଯୋଦ୍ଧା ପାଇଁ ୩୧୭ , ଅଗ୍ନିଶମ ଡ୍ରାଇଭର ପାଇଁ ୬୨, ଡ୍ରାଇଭର ପିଏମଟି ପାଇଁ ୧୫୪ ଏବଂ ଟ୍ରାଫିକ କନଷ୍ଟେବଳ ପାଇଁ ୪ଟି ପଦବି ଥିବା ବିଜ୍ଞପ୍ତି ପ୍ରକାଶ ପାଇଛି। କମ୍ବାଇନ୍‌ଡ ୟୁନିଫର୍ମଡ ସର୍ଭିସେସ୍‌ ଅଧୀନରେ ଅଣ୍ଡର ଗ୍ରାଜୁଏଟ୍‌ ସ୍ତରର ବିଭିନ୍ନ ପଦବି ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ହେବ। 

Medal winners: ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା କିଟ୍ ଓ କିସ୍ କ୍ରୀଡ଼ାବିତ୍‌ ସମ୍ବର୍ଦ୍ଧିତ

ଅନ୍‌ଲାଇନ୍‌ ଆବେଦନ ଆରମ୍ଭ, ଶେଷ ତାରିଖ ନଭେମ୍ବର ୧୨

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମ ଥର ପାଇଁ ବିଭିନ୍ନ ପଦବିର ଆଶାୟୀ  କେବଳ ଗୋଟିଏ ପରୀକ୍ଷା ମାଧ୍ୟମରେ ବିଭିନ୍ନ ପଦବିର ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହୋଇପାରିବେ। ଏହାର ଅର୍ଥ ଜଣେ ଆଶାୟୀଙ୍କୁ ଏକକ ପରୀକ୍ଷା ମାଧ୍ୟମରେ ଏକାଧିକ ପଦବିର ନିଯୁକ୍ତି ହାସଲ କରିବାର ସୁଯୋଗ ମିଳିବ। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ଆସନ୍ତା ନଭେମ୍ବର ୧୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଆଶାୟୀମାନେ ଓୟୁଏସ୍‌ଏସ୍‌ଏସ୍‌ ଅଫିସିଆଲ ୱେବସାଇଟ୍‌- https://ousssc.odisha.gov.inରେ ସମସ୍ତ ସୂଚନା ପାଇପାରିବେ।

Horoscope 2026 October 24: ଜାଣନ୍ତୁ ଆଜିର ରାଶିଫଳ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।