outhern Philippines: ଦକ୍ଷିଣ ଉପକୂଳରେ ୬.୩ ତୀବ୍ରତାଯୁକ୍ତ ଭୂମିକମ୍ପ
"ମାନିଲା: ଦକ୍ଷିଣ ଫିଲିପାଇନ୍ସର ଉପକୂଳରେ ବୁଧବାର ଏକ ଶକ୍ତିଶାଳୀ ୬.୩ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି।
ଯାହା ଫଳରେ ସାରାଙ୍ଗାନି ଦ୍ୱୀପର କେନ୍ଦ୍ରସ୍ଥଳ ନିକଟବର୍ତ୍ତୀ ନିର୍ମାଣଗୁଡ଼ିକରୁ ବାସିନ୍ଦାମାନେ ଆତଙ୍କିତ ହୋଇ ଘର ବାହାରକୁ ପଳାଇ ଆସିଥିବାର ଦେଖିବାକୁ ମିଳିଥିଲା।
ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି।
ମୃତାହତ କିମ୍ବା କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିନାହିଁ।ସ୍ଥାନୀୟ ସମୟ ମଧ୍ୟାହ୍ନ ୧୨.୧୪ ରେ ଭୂମିକମ୍ପ ହୋଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ସାରାଙ୍ଗାନି ଦ୍ୱୀପରୁ ପ୍ରାୟ ୩୨ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଭୂପୃଷ୍ଠର ୧୦ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା ବୋଲି ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି।
ବର୍ତ୍ତମାନ ପର୍ଯ୍ୟନ୍ତ, ଉପକୂଳ ଅଞ୍ଚଳ ପାଇଁ କୌଣସି ସୁନାମି ଚେତାବନୀ ଜାରି କରାଯାଇ ନାହିଁ।
ସରକାରୀ ଆର୍ଥିକ ଅନୁଦାନ ପାଇବା ପାଇଁ ସାରାଙ୍ଗାନି ଦ୍ୱୀପର ଏକ ସ୍ଥାନୀୟ କୋର୍ଟରେ ଭିଡ଼ ଜମା ହୋଇଥିବା ବେଳେ ଭୂମିକମ୍ପ ହୋଇଥିଲା।
ଫଳରେ ଉପସ୍ଥିତ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ।Advertisment ଏକୀକରଣ ସହିତ ଜମ୍ମୁ-କାଶ୍ମୀର ଆଗକୁ ବଢି ନୂତନ କାହାଣୀ ଲେଖୁଛି ସ୍ଥାନୀୟ ବିପର୍ଯ୍ୟୟ ଅଧିକାରୀ ସାଉରୋଙ୍କ ଅନୁଯାୟୀ, ଆର୍ଥିକ ସହାୟତା ବଣ୍ଟନ ସମୟରେ ଭୂମି ଜୋରରେ ଥରିବାକୁ ଲାଗିଲା, ଯାହା ଫଳରେ ସମବେତ ବାସିନ୍ଦା ଖୋଲା ସ୍ଥାନକୁ ଧାଇଁ ପଳାଇ ଆସିଥିଲେ।ଚଳିତ ବର୍ଷ ଜୁନ୍ ୮ ତାରିଖରେ ପଡ଼ୋଶୀ ଦ୍ୱୀପ ମିଣ୍ଡାନାଓ ୭.୮ ତୀବ୍ରତାଯୁକ୍ତ ଏକ ବିନାଶକାରୀ ଭୂମିକମ୍ପରେ ଧ୍ୱଂସ ହୋଇଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।