Over 100 Killed in Drone Strike: ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ମୃତ, ଅନେକ ଲୋକ ଆହତ

Oct 28, 2026 - 09:22
Over 100 Killed in Drone Strike: ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ମୃତ, ଅନେକ ଲୋକ ଆହତ

ସୁଦାନର ଦକ୍ଷିଣ ଦାରଫୁର ଅଞ୍ଚଳର ନ୍ୟାଲା ସହରରେ ଥିବା ଏକ ଜନଗହଳିପୂର୍ଣ୍ଣ ବଜାର ଉପରେ ହୋଇଛି ଭୟଙ୍କର ଡ୍ରୋନ୍ ଆକ୍ରମଣ।

ସୋମବାର ସନ୍ଧ୍ୟାରେ ଘଟିଥିବା ଏହି ଆକ୍ରମଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୩ ଜଣ ଆହତ ହୋଇଛନ୍ତି।

ମାନବାଧିକାର ସଂଗଠନ ଓ ସ୍ଥାନୀୟ ଅଧିକାରୀଙ୍କ ସୂତ୍ରରୁ ଏହି ସୂଚନା ମିଳିଛି।

Advertisment ସୂଚନା ଅନୁସାରେ, ନ୍ୟାଲା ସହରର ଡୁମାୟା ଅଞ୍ଚଳରେ ଥିବା ଟାନକଙ୍ଗ ବଜାରରେ ଏହି ଆକ୍ରମଣ ହୋଇଥିଲା।

ଆକ୍ରମଣ ସମୟରେ ବଜାରରେ ଲୋକଙ୍କ ଭିଡ଼ ଥିଲା।

ସେହି ସମୟରେ କେହି ବଜାରରେ ଜିନିଷ କିଣାକିଣି କରୁଥିଲେ ତ ଆଉ କେହି ଖାଇବାପିଇବା କରୁଥିଲେ।

ସେତେବେଳେ ହଠାତ୍ କେହି କିଛି ବୁଝିବା ପୂର୍ବରୁ ଡ୍ରୋନ ଆକ୍ରମଣ ହୋଇଥିଲା।

ସୁଦାନରେ ହିଂସା ଘଟଣା ଉପରେ ନଜର ରଖୁଥିବା ମାନବାଧିକାର ସଂଗଠନ 'ଏମର୍ଜେନ୍ସି ଲୟର୍ସ' ଏହି ଆକ୍ରମଣ ପାଇଁ ସୁଦାନ ସେନାକୁ ଦାୟୀ କରିଛି।

ଏହାର ନିରପେକ୍ଷ ତଦନ୍ତ କରିବାକୁ ସଂଗଠନ ଦାବି କରିଛି।

Advertisment ଅନ୍ୟପକ୍ଷରେ, ଡାକ୍ତର ସଂଗଠନ 'ଡକ୍ଟର୍ସ ୱିଦାଉଟ୍ ବର୍ଡର୍ସ' (ଏମ୍‌ଏସ୍‌ଏଫ୍‌) କହିଛି ଯେ ନ୍ୟାଲାରେ ଥିବା ଏହାର ହସ୍ପିଟାଲକୁ ୩୬ଟି ମୃତଦେହ ଅଣାଯାଇଛି ଏବଂ ଜରୁରୀକାଳୀନ ବିଭାଗରେ ୧୫୦ ଜଣ ଆହତଙ୍କ ଚିକିତ୍ସା କରାଯାଇଛି।

ଆହତଙ୍କ ସଂଖ୍ୟା ଓ ମୃତ୍ୟୁସଂଖ୍ୟା ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ଭିନ୍ନ ଭିନ୍ନ ତଥ୍ୟ ଦିଆଯାଇଛି।

ତେଣୁ ଚୂଡ଼ାନ୍ତ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନାହିଁ।

ସୁଦାନରେ ୨୦୨୩ ଏପ୍ରିଲରୁ ସୁଦାନ ସଶସ୍ତ୍ର ବାହିନୀ (ଏସ୍‌ଏଏଫ୍‌) ଓ ଅର୍ଦ୍ଧସାମରିକ ବାହିନୀ ରାପିଡ୍ ସପୋର୍ଟ ଫୋର୍ସେସ୍‌ (ଆର୍‌ଏସ୍‌ଏଫ୍‌) ମଧ୍ୟରେ ଯୁଦ୍ଧ ଚାଲିଛି।

ଏହି ସଂଘର୍ଷରେ ଉଭୟ ପକ୍ଷ ଡ୍ରୋନ୍ ବ୍ୟବହାର କରୁଥିବା ବେଳେ ହସ୍ପିଟାଲ, ସ୍କୁଲ, ବଜାର ଓ ବିସ୍ଥାପିତଙ୍କ ଶିବିର ଭଳି ନାଗରିକ ଅଞ୍ଚଳ ମଧ୍ୟ ଆକ୍ରମଣର ଶିକାର ହେଉଛି।

ଜାତିସଂଘର ସୂଚନା ଅନୁସାରେ, ସୁଦାନରେ ଚାଲିଥିବା ଯୁଦ୍ଧ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ବାସଚ୍ୟୁତ ହୋଇଛନ୍ତି।

ପ୍ରାୟ ୩୪ ନିୟୁତ ଲୋକଙ୍କୁ ମାନବୀୟ ସହାୟତା ଆବଶ୍ୟକ ଥିବାରୁ ସୁଦାନ ବିଶ୍ୱର ସବୁଠୁ ବଡ଼ ମାନବୀୟ ସଙ୍କଟ ମଧ୍ୟରୁ ଗୋଟିଏର ସମ୍ମୁଖୀନ ହେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।