Police arrested terrorist Kulwant Ali: ଆଇଏସଆଇ ଓ ଆତଙ୍କୀ ଶେହଜାଦ ଭଟ୍ଟି ସହ ଲିଙ୍କ୍ ଅଭିଯୋଗ, ପୋଲିସ ହେପାଜତରେ କୁଲୱନ୍ତ
ପଞ୍ଜାବରେ ହୋଇଥିବା ହ୍ୟାଣ୍ଡ ଗ୍ରେନେଡ୍ ଆକ୍ରମଣ ଘଟଣାର ତଦନ୍ତ କରି ହରିୟାଣାର ଫରିଦାବାଦରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।
ଗିରଫ ଅଭିଯୁକ୍ତ ହେଉଛି କୁଲୱନ୍ତ ଅଲୀ।
ଅଭିଯୁକ୍ତର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ଆତଙ୍କବାଦୀ ଶେହଜାଦ ଭଟ୍ଟି ସହ ସମ୍ପର୍କ ଥିବା ଅଭିଯୋଗ ରହିଛି।
ପୋଲିସର ସୂଚନା ଅନୁସାରେ, ୨୦୨୬ ସେପ୍ଟେମ୍ବର ୧୩ରେ ପଞ୍ଜାବର ଫାଜିଲ୍କା ଜିଲ୍ଲା ଅନ୍ତର୍ଗତ ଜଲାଲାବାଦରେ ହୋଇଥିବା ହ୍ୟାଣ୍ଡ ଗ୍ରେନେଡ୍ ଆକ୍ରମଣ ମାମଲାରେ ସେ ଜଣେ ଓ୍ୱାଣ୍ଟେଡ୍ ଅଭିଯୁକ୍ତ ଥିଲା।
Advertisment ପୋଲିସର ସୂଚନା ଅନୁସାରେ, କୁଲୱନ୍ତ ଅଲୀ ପଞ୍ଜାବର ଫିରୋଜପୁର ଜିଲ୍ଲାର ବାସିନ୍ଦା।
ଜଲାଲାବାଦରେ ହ୍ୟାଣ୍ଡ ଗ୍ରେନେଡ୍ ଆକ୍ରମଣ ପରଠାରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ତାଙ୍କୁ ଖୋଜୁଥିଲେ।
ତଦନ୍ତ ସମୟରେ ମିଳିଥିବା ସୂଚନା ଆଧାରରେ ପଞ୍ଜାବ ପୋଲିସ ଫରିଦାବାଦରେ ଚଢ଼ାଉ କରି କୁଲୱନ୍ତ ଅଲୀକୁ ଗିରଫ କରିଛି।
ଏହି ଆକ୍ରମଣର ଷଡ଼ଯନ୍ତ୍ରରେ କୁଲୱନ୍ତର କି ଭୂମିକା ଥିଲା ଏବଂ ଅନ୍ୟ କେଉଁମାନେ ତାକୁ ସହଯୋଗ କରିଥିଲେ, ସେନେଇ ପୋଲିସ ତଦନ୍ତ ଚଳାଇଛି।
ଅନ୍ୟପଟେ ରାଜସ୍ଥାନର ଶ୍ରୀଗଙ୍ଗାନଗରରୁ ୮ କିଲୋଗ୍ରାମ RDX ଜବତ ହେବା ମାମଲାରେ ମଧ୍ୟ କୁଲୱନ୍ତ ଅଲୀର ନାଁ ସାମ୍ନାକୁ ଆସିଥିଲା।
ଏହି ମାମଲାରେ ମଧ୍ୟ ସେ ଜଣେ ଫେରାର ଅଭିଯୁକ୍ତ ଥିଲା।
ଉଭୟ ଘଟଣା ମଧ୍ୟରେ କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ଜାଣିବାକୁ ତଦନ୍ତକାରୀ ସଂସ୍ଥା ଉଦ୍ୟମ କରୁଛନ୍ତି।
Advertisment କୁଲୱନ୍ତ ଅଲୀକୁ ଗିରଫ କରି ପଚରାଉଚରା କରି ତାର ସହଯୋଗୀ, ଅସ୍ତ୍ରଶସ୍ତ୍ର ଯୋଗାଣ ଏବଂ ସୀମାପାରରୁ ପରିଚାଳିତ କାର୍ଯ୍ୟକଳାପ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ପୋଲିସ।
ଏହି ନେଟୱର୍କରେ ଅନ୍ୟ କେଉଁମାନେ ସକ୍ରିୟ ଅଛନ୍ତି ଏବଂ ପଞ୍ଜାବ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଏହି ନେଟୱର୍କ କାର୍ଯ୍ୟ କରୁଛି କି ନାହିଁ, ସେ ନେଇ ତଦନ୍ତ କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।