Oxygen Cylinder Blast: ଦିଲ୍ଲୀ ଓଖଲାରେ ଅକ୍ସିଜେନ୍‌ ସିଲିଣ୍ଡର ବିସ୍ଫୋରଣ: ଜଣେ ମୃତ, ୪ ଆହତ...

Sep 09, 2026 - 17:17
Oxygen Cylinder Blast: ଦିଲ୍ଲୀ ଓଖଲାରେ ଅକ୍ସିଜେନ୍‌ ସିଲିଣ୍ଡର ବିସ୍ଫୋରଣ: ଜଣେ ମୃତ, ୪ ଆହତ...

"ନୂଆଦିଲ୍ଲୀ: ଦିଲ୍ଲୀର ଓଖଲା ଫେଜ୍ -୧ରେ ବୁଧବାର ଏକ କମ୍ୟୁନିଟି ହଲ୍ ନିକଟରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି।

ଆହତମାନଙ୍କୁ କ୍ୟାଟ୍ସ ଆମ୍ବୁଲାନ୍ସ ଦ୍ୱାରା ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା।

ଏହି ଘଟଣା ଦିନ ୧୧ଟା ୫୫ ମିନିଟରେ ରିପୋର୍ଟ କରାଯାଇଥିଲା ଯେ, ତୁରନ୍ତ ତିନିଟି ଜଳ ଟେଣ୍ଡର ଓ ମଲ୍ଟି-କାଜୁଆଲିଟି ଯାନ ଘଟଣାସ୍ଥଳକୁ ପଠାଯାଇଥିଲା।

ପୁଲିସ ଓ ଉଦ୍ଧାରକାରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ମୃତକ ଜୟପୁରର ବାସିନ୍ଦା ମୋହିତ ସିଂହ (୩୫) ବୋଲି ଜଣାପଡ଼ିଛି।

Advertisment ଆହୁରି ପଢ଼ନ୍ତୁ- Tariq Rehman : ତାରିକ୍‌ ରେହମାନ ବ୍ରିକ୍ସ ସମ୍ମିଳନୀ ପାଇଁ ଭାରତ ଆସିବେ କି ନାହିଁ, ଟିପ୍ପଣୀ କରିବାକୁ ମନାକଲେ ବାଂଲା ବିଦେଶ ମନ୍ତ୍ରୀ ପ୍ରକୃତ କାରଣ ତଦନ୍ତ ପରେ ଜଣାପଡ଼ିବ: ପୁଲିସ ମୋହିତ ଏସ୍‌ଏମ୍‌ ଟ୍ରେଡର୍ସରେ ଗତ ତିନି ବର୍ଷ ହେଲା କାମ କରୁଥିଲେ।

ଆହତ ଚାରିଜଣଙ୍କୁ ତୁରନ୍ତ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି।

ପ୍ରାଥମିକ ତଦନ୍ତରୁ ଓଖଲା ଫେଜ-୧ର ଡି ୨୩ ପରିସର ଗୋଦାମ ଭାବେ ଏସ୍ଏମ୍‌ ଟ୍ରେଡର୍ସ ଦ୍ବାରା ବ୍ୟବହାର କରାଯାଉଥିଲା।

କର୍ମଚାରୀମାନେ ଅକ୍ସିଜେନ୍‌ ସିଲିଣ୍ଡର ଲେଡିଂ ଓ ଅନଲୋଡିଂ କାର୍ଯ୍ୟରେ ନିୟୋଜିତ ଥିଲେ।

ଆହୁରି ପଢ଼ନ୍ତୁ- MoU: ଆଦାନୀ-ଆଇଏଚ୍‌ସି ୨.୧୦ ଲକ୍ଷ କୋଟି ନିବେଶ କରିବେ; ଏମ୍‌ଓୟୁ ସ୍ବାକ୍ଷରିତ ଫାର୍ମର ମ୍ୟାନେଜରଙ୍କ ପ୍ରାରମ୍ଭିକ ବୟାନ ଅନୁଯାୟୀ, ନିୟମିତ ଯୋଗାଣ ପ୍ରକ୍ରିୟାର ଅଂଶ ଭାବରେ ସିଲିଣ୍ଡର ବୋଝେଇ ଗାଡ଼ି ସକାଳେ ପରିସରରେ ପହଞ୍ଚିଥିଲା।

ସିଲିଣ୍ଡରଗୁଡ଼ିକୁ ଅନଲୋଡ୍ କରି ଗୋଦାମକୁ ସ୍ଥାନାନ୍ତର କରାଯାଉଥିବା ସମୟରେ, ଗାଡ଼ିରୁ ଖସି ଗୋଟିଏ ସିଲିଣ୍ଡର ରାସ୍ତାରେ ପଡ଼ିଥିଲା ଓ ସେଥିରେ ବିସ୍ଫୋରଣ ଘଟିଥିଲା।

ପୁଲିସ କହିଛି ଯେ, ପ୍ରାଥମିକ ତଦନ୍ତରୁ କେବଳ ଗୋଟିଏ ସିଲିଣ୍ଡରରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।

ବିସ୍ଫୋରଣ ପ୍ରକୃତ କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।