Brown Sugar Seized ୪.୪୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
"ଜଗତସିଂହପୁର ସଦର: ଜଗତସିଂହପୁର ଜିଲା ଅବକାରୀ ସ୍କାର୍ଡ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ବ୍ରାଉନ୍ସୁଗାର ଜବତ କରାଯାଇଛି।
ଏହି ଘଟଣାରେ ଜଣକୁ ଗିରଫକରାଯାଇ କୋର୍ଟ ଚାଲାଣ କରାଯାଇଛି।
Advertisment Brownsugar seized ଖୋର୍ଦ୍ଧା-ଟାଙ୍ଗୀ ଅଞ୍ଚଳରୁ ୫୦୦ ଗ୍ରାମ ବ୍ରାଉନ୍ସୁଗାର ଜବତ, ୩ ଗିରଫ ଆଳିପିଙ୍ଗଳ ବଜାର ରେ ଜଣେ ଲୁନା ଗାଡ଼ିରେ ଆସି ବ୍ରାଉନସୁଗାର ବିକ୍ରି କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା।
ଆଜି (ବୁଧବାର) ପୁର୍ବ ପ୍ରସ୍ତୁତି ଅନୁଯାୟୀ ଆଳିପିଙ୍ଗଳ ବଜାର ରାସ୍ତାରେ ଚଢାଉ କରାଯାଇ ୪୪ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି।
Brown Sugar Seized ୬ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ୨ ଗିରଫ ଜିଲା ଅବକାରୀ ସ୍କ୍ବାଡ୍ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ସୂଚନା ଅନୁସାରେ, ଜଗତସିଂହପୁର ଥାନା ଅନ୍ତର୍ଗତ ଖମଙ୍ଗ ଗ୍ରାମର ଚୋରା ବ୍ରାଉନସୁଗାର ବେପାରୀ ଯୋଗେନ୍ଦ୍ର ନାଥ ଠାରୁ ଚୋରା ବ୍ରାଉନସୁଗାର ୪୪ଗ୍ରାମ , ନଗଦ ଟଙ୍କା ୧୨ହଜାର ୬ଶହ,ଏକ ଲୁନା ଏବଂ ମୋବାଇଲ ଫୋନ ଜବତ କରାଯାଇଛି।
ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୪ଲକ୍ଷ ୪୦ ହଜାର ଟଙ୍କା ହେବ।
Brown Sugar: ବ୍ରାଉନ୍ସୁଗାର୍ ବାକି ଟଙ୍କାକୁ ନେଇ ହତ୍ୟା: ରାସ୍ତାରେ ପିଟିପିଟି ନେଲେ, ବାଲିଅନ୍ତା ପରେ ବାଲିପାଟଣା ଏହି ଚଢ଼ାଉରେ ସବ୍ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏଏସ୍ଆଇ କ୍ଷୀରୋଦ ସାହୁ, କନେଷ୍ଟବଳ ସୁକାନ୍ତ ମାଝି, ବିଶ୍ୱରଂଜନ ସ୍ୱାଇଁ, ଶୁଭଶ୍ରୀ ବିଶ୍ୱାଳ ,ବିଶ୍ୱନାଥ ମୁଣ୍ଡା, ବିଶ୍ୱରଂଜନ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ।
ଗିରଫବ୍ରାଉନସୁଗାର ବେପାରୀ ଯୋଗେନ୍ଦ୍ର ନାଥକୁ କୋର୍ଟ ଚାଲାଣ କରାଯାଇଥିବା ଇନ୍ସପେକ୍ଟର ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।