Oxygen Cylinder Explosion ଫାଟିଗଲା ଅମ୍ଲଜାନ ସିଲିଣ୍ଡର, ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର
"ବାରିପଦା/ଦେବକୁଣ୍ଡ: ଉଦଳା ମେଡିକାଲ୍ ପରିସରରେ ଏକ ଘରୋଇ ଆମ୍ବୁଲାନ୍ସରେ ଅକ୍ସିଜେନ୍ ଟାଙ୍କି ବିସ୍ଫୋରଣ ଘଟି ଆମ୍ବୁଲାନ୍ସର ଜଳିଯାଇଛି।
ଏଥିରେ ଥିବା ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।Advertisment Ambulance: କିମାଶ୍ଚର୍ଯ୍ୟମ୍: ରୋବଟ୍ ପାଇଁ ଆମ୍ବୁଲାନ୍ସ ସୂଚନା ଅନୁସାରେ, ମୟରଭଞ୍ଜ ଜିଲ୍ଲା ଉଦଳା ମେଡିକାଲ୍ରେ କୁଣ୍ଡାବାଇ ଅଞ୍ଚଳର ସୁଯୋଶ କୁମାର ବାରିକ ଚିକିତ୍ସାଧୀନ ଥିଲେ।
ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଜି (ଗୁରୁବାର) ରାତି ପ୍ରାୟ ସାଢ଼େ ୯ଟା ବେଳେ ଏକ ଘରୋଇ ଆମ୍ବୁଲାନ୍ସରେ ବାରିପଦା ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଚାଲିଥିଲା। ଯୋଗେଶଙ୍କୁ ଆମ୍ବୁଲାନ୍ସରେ ରଖି ନାକ ଓ ମୁହଁରେ ଅକ୍ସିଜେନ୍ ଲଗାଯାଉଥିବା ବେଳେ ଟାଙ୍କିଟି ହଠାତ୍ ଫାଟିଯାଇଥିଲା।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆମ୍ବୁଲାନ୍ସର ଛପର ଉଡ଼ିଯାଇଥିଲା।
କିଛି କ୍ଷଣ ମଧ୍ୟରେ ସମଗ୍ର ଆମ୍ବୁଲାନ୍ସଟି ହୁତହୁତ ହୋଇ ଜଳିଯାଇଥିଲା।
Ambulance service: ତାଳଚେରରେ ଆମ୍ବୁଲାନ୍ସ ସେବା ଏମିତି...: ୫୦ରୁ ୩୮ଟି ଆମ୍ବୁଲାନ୍ସର ଫିଟ୍ନେସ୍ ନାହିଁ ଆଖପାଖରେ ଥିବା ଲୋକମାନେ ଜଳନ୍ତା ଆମ୍ବୁଲାନ୍ସ ଭିତରୁ ଯୋଗେଶଙ୍କୁ ବହୁ କଷ୍ଟରେ ବାହାର କରିଥିଲେ।
ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା।
ସେହିପରି ଆମ୍ବୁଲାନ୍ସ ଭିତରେ ଥିବା ନୁଦଡ଼ିହାର ଶରତ ପ୍ରଧାନ ଓ କୁଣ୍ଡାବାଇର ମାସି ମୁଣ୍ଡା ଗୁରୁତର ଆହତ ହୋଇଛନ୍ତି।
ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ବେଳେ ଶରତ ଓ ମାସନଙ୍କୁ ବାରିପଦା ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି।
ତେବେ ଅକ୍ସିଜେନ୍ ଟାଙ୍କି କିପରି ଫାଟିଲା ଏବଂ ନିଆଁ କିପରି ଲାଗିଲା, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।