Festive Carnival: ରାମୋଜୀ ଫିଲ୍ମ ସିଟିରେ ୩୯ ଦିନିଆ କାର୍ନିଭାଲ୍‌ର ଶୁଭାରମ୍ଭ

Oct 08, 2026 - 22:03
Festive Carnival: ରାମୋଜୀ ଫିଲ୍ମ ସିଟିରେ ୩୯ ଦିନିଆ କାର୍ନିଭାଲ୍‌ର ଶୁଭାରମ୍ଭ

"ହାଇଦ୍ରାବାଦ: ବିଶ୍ୱର ସର୍ବବୃହତ ଫିଲ୍ମ ଷ୍ଟୁଡିଓ କମ୍ପ୍ଲେକ୍ସ ତଥା ହାଇଦ୍ରାବାଦର ସିନେମା, ମନୋରଞ୍ଜନ ଓ ଅନନ୍ୟ ଅନୁଭୂତି ପାଇଁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ 'ରାମୋଜୀ ଫିଲ୍ମ ସିଟି' ୩୯ ଦିନିଆ ଉତ୍ସବ ପାଳନ ନେଇ ଘୋଷଣା କରିଛି।

ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ନଭେମ୍ବର ୧୫ ପର୍ଯ୍ୟନ୍ତ ଜାରି ରହିବ।

ପରିବାର ଓ ପର୍ଯ୍ୟଟକଙ୍କ ପାଇଁ କାର୍ନିଭାଲ୍‌ର ମଜା ନେବା ପାଇଁ ଏହା ଅପୂର୍ବ ସୁଯୋଗ ସୃଷ୍ଟି କରିବ।

ପ୍ରତିଦିନ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ଫିଲ୍ମ ସିଟି ବୁଲିପାରିବେ ଏବଂ ବିଭିନ୍ନ ପ୍ରକାରର ମନୋରଞ୍ଜନ ଓ ଅନୁଭୂତିର ମଜା ନେଇପାରିବେ।

ପ୍ରତ୍ୟେକ ପିଢ଼ିର ଲୋକଙ୍କ ପାଇଁ କିଛି ନା କିଛି ନୂଆ ଅନୁଭବ ପ୍ରଦାନ କରାଯିବାକୁ ସଂସ୍ଥା ପକ୍ଷରୁ ଉଦ୍ୟମ କରାଯାଇଛି।

Advertisment ଏହି ଉତ୍ସବରେ ରାମୋଜୀ ଫିଲ୍ମ ସିଟିର ସ୍ୱତନ୍ତ୍ର ସିନେମାଟିକ୍ ଆକର୍ଷଣ ସାଜିବ।

ଏଥିରେ ମୋସନ୍ କ୍ୟାପଚର୍, ମାୟାଲୋକ୍ ଏବଂ ପ୍ରସିଦ୍ଧ ଫିଲ୍ମ ସେଟ୍ ସାମିଲ ଅଛି।

ସେହିପରି ମ୍ୟୁଜିକାଲ୍ ଗ୍ଲୋ ଗାର୍ଡେନ୍, ଭବ୍ୟ କାର୍ନିଭାଲ୍ ପରେଡ୍, ଜାପାନୀ ନୃତ୍ୟ, ରାଜସ୍ଥାନୀ ଷ୍ଟ୍ରିଟ୍ ମ୍ୟାଜିକ୍, ଆଡଭେଞ୍ଚର ପାର୍କରେ ଆକ୍ରୋବାଟିକ୍ସ ଏବଂ ସମଗ୍ର ଫିଲ୍ମ ସିଟିରେ ଚିତ୍ତାକର୍ଷକ ଆଲୋକସଜ୍ଜା ଭଳି ଅନେକ ଉତ୍ସବମୁଖର କାର୍ଯ୍ୟକ୍ରମ ରହିଛି।

Fake Doctor Arrested: ଦ୍ୱାଦଶ ପାସ୍‌ ହାଇଦ୍ରାବାଦ ଡାକ୍ତର ଗିରଫ; ବଡ଼ ବଡ଼ ରୋଗର ଚିକିତ୍ସା କରୁଥିଲେ ରାମୋଜି ଫିଲ୍ମ ସିଟିର ନିର୍ଦ୍ଦେଶକ ସୋହାନା ଚେରୁକୁରୀ କହିଛନ୍ତି, ଭାରତରେ ଉତ୍ସବର ଅର୍ଥ ସର୍ବଦା ଏକତ୍ରିତ ହେବା।

ପରିବାର, ବନ୍ଧୁବାନ୍ଧବ, ପରଂପରା, ଖାଦ୍ୟ, ମ୍ୟୁଜିକ ଏବଂ ସ୍ମୁତି ସହିତ ସମୟ ବିତାଇବା। 'ରାମୋଜି ଫେଷ୍ଟିଭ୍ କାର୍ନିଭାଲ୍ ୨୦୨୬' ମାଧ୍ୟମରେ ଆମେ ରାମୋଜି ଫିଲ୍ମ ସିଟିର ଅନନ୍ୟ ଦୁନିଆରେ ସେହି ଭାବନାକୁ ଜୀବନ୍ତ କରିବାକୁ ଚାହୁଁଛୁ।

ସିନେମା, ଉତ୍ସବ ଏବଂ ମିଳିତ ଅନୁଭୂତିର ସମାହାର ଘଟିବ ଏବଂ ପ୍ରତ୍ୟେକ ପିଢ଼ି ପାଇଁ କିଛି ନା କିଛି ନୂଆ ଜିନିଷ ଖୋଜି ପାଇବା ଓ ମନେ ରଖିବାର ସୁଯୋଗ ରହିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।