Paddy Procurement Demand Sparks Protest: ଆଟ କିସମ ଜମିରୁ ଧାନ କିଣା ଦାବି, ପ୍ୟାକ୍ସ କର୍ମଚାରୀଙ୍କୁ ଅଫିସରେ ଅଟକ ରଖିଲେ ଚାଷୀ

Aug 22, 2026 - 15:43
Paddy Procurement Demand Sparks Protest: ଆଟ କିସମ ଜମିରୁ ଧାନ କିଣା ଦାବି, ପ୍ୟାକ୍ସ କର୍ମଚାରୀଙ୍କୁ ଅଫିସରେ ଅଟକ ରଖିଲେ ଚାଷୀ

ବରଗଡ଼ ଝାରବନ୍ଧ ବ୍ଲକ୍ ଭୁବନେଶ୍ୱରପୁର ପଞ୍ଚାୟତରେ ଆଟ କିସମ ଜମିରୁ ଧାନ କ୍ରୟ ପାଇଁ ଟୋକନ୍ ଦେବା ଦାବିରେ ଚାଷୀଙ୍କ ଅସନ୍ତୋଷ। ଡଭା ପ୍ୟାକ୍ସର କର୍ମଚାରୀଙ୍କୁ ଚାଷୀମାନେ ଅଟକ ରଖିଥିବା ଜଣାପଡ଼ିଛି। ପଞ୍ଚାୟତର ପ୍ରାୟ ୭୦ ପ୍ରତିଶତ ଚାଷଜମି ଆଟ କିସମର ହୋଇଥିବା ବେଳେ ଚାଷୀମାନେ ନିଜ ପରିଶ୍ରମରେ ଏହି ଜମିକୁ ଧାନଚାଷ ଉପଯୋଗୀ କରିଛନ୍ତି।

ହେଲେ ଏହି ଜମିରୁ ଧାନ କିଣା ନେଇ ସରକାରୀ ସ୍ତରରେ ଜଟିଳତା ଦେଖାଦେଇଛି। ଏହାର ସମାଧାନ ଦାବିରେ ଭୁବନେଶ୍ୱରପୁର ପଞ୍ଚାୟତ କାର୍ଯ୍ୟାଳୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଡଭା ପ୍ୟାକ୍ସର କର୍ମଚାରୀଙ୍କୁ ଚାଷୀମାନେ ଅଟକ ରଖିଥିବା ବେଳେ ଟୋକନ୍ ସମସ୍ୟାର ସମାଧାନ ନହେବା ଯାଏଁ ଅଟକ କର୍ମଚାରୀଙ୍କୁ ଛଡ଼ାଯିବ ନାହିଁ ବୋଲି ଚାଷୀମାନେ ଜିଦ୍ ଧରିଛନ୍ତି।

ଆଟ କିସମ ଜମିରୁ ଧାନ କିଣା ଦାବିରେ ଚାଷୀଙ୍କ ଧାରଣା
ଝାରବନ୍ଧ ବ୍ଲକ୍ ଭୁବନେଶ୍ୱରପୁର ପଞ୍ଚାୟତରେ ଉତ୍ତେଜନା
ପ୍ୟାକ୍ସ କର୍ମଚାରୀଙ୍କୁ ଅଫିସରେ ଅଟକ ରଖିଲେ ଚାଷୀ
୭୦% ଜମି ଆଟ କିସମ, ଧାନ କିଣା ନେଇ ଚାଷୀଙ୍କ ଚିନ୍ତା
ଆଟ କିସମ ଜମିର ଧାନ କିଣା ଦାବି, ଜିଦରେ ଅଟଳ ଚାଷୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।