Pakistan: କେପି, ବଲୁଚିସ୍ତାନରେ ୧୮ ବିଦ୍ରୋହୀଙ୍କୁ ନିପାତ କଲା ପାକ୍ ସେନା
"ଇସଲାମାବାଦ: ଖୈବର ପଖତୁନଖ୍ବା (କେପି) ଓ ବଲୁଚିସ୍ତାନରେ ଏକ ପୃଥକ୍ ଅପରେସନ୍ରେ ପାକିସ୍ତାନ ସୁରକ୍ଷାବାହିନୀ ଦ୍ବାରା ୧୮ ବିଦ୍ରୋହୀ ନିପାତ ହୋଇଛନ୍ତି।
ବିଦ୍ରୋହୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ପରେ ଉତ୍ତର ୱାଜିରିସ୍ତାନରେ ଏହି ଅପରେସନ୍ ଚଳାଯାଇଛି ଏବଂ ଏଥିରେ ୧୩ ଫିତନା ଅଲ ଖୱାରଜି ବିଦ୍ରୋହୀ ନିପାତ ହୋଇଛନ୍ତି।
ପୃଥକ୍ ଭାବେ ବଲୁଚିସ୍ତାନର ମସତଙ୍ଗ ଜିଲ୍ଲାରେ ସୁରକ୍ଷାବାହିନୀ ଫିତନା ଅଲ୍ ହିନ୍ଦୁସ୍ତାନର ୫ ବିଦ୍ରୋହୀଙ୍କୁ ନିପାତ କରିଛନ୍ତି।Advertisment ଆହୁରି ପଢନ୍ତୁ:SEBC commission established ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ପାଇଁ ଗଠନ ହେଲା କମିସନ ନିହତ ଉଗ୍ରବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି।
ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ ଓ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ସୁରକ୍ଷାବାହିନୀର ଏହି ଅପରେସନ୍କୁ ପ୍ରଶଂସା କରିଛନ୍ତି।
ନିକଟ ବର୍ଷଗୁଡ଼ିକରେ ଖୈବର ପଖତୁନଖ୍ବା ଓ ବଲୁଚିସ୍ତାନରେ ଉଗ୍ରବାଦୀ କାର୍ଯ୍ୟକଳାପ ବଢ଼ିବାରୁ ସୁରକ୍ଷାବାହିନୀ ପକ୍ଷରୁ ଏଠାରେ ଅପରେସନ୍କୁ ଜୋରଦାର କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।