Mithun Chakraborty: ପଶ୍ଚିମବଙ୍ଗ ସରକାରଙ୍କ ଉପଦେଷ୍ଟା ନିଯୁକ୍ତ ହେଲେ ମିଥୁନ ଚକ୍ରବର୍ତ୍ତୀ
"କୋଲକାତା: ବରିଷ୍ଠ ଅଭିନେତା ଏବଂ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବାଧୀନ ପଶ୍ଚିମବଙ୍ଗ ସରକାରର ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି।
ମିଥୁନଙ୍କୁ ରାଜ୍ୟ ପ୍ରଶାସନର ସାଂସ୍କୃତିକ ବ୍ୟାପାର ବିଭାଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ମିଳିବ।
ତାଙ୍କୁ ସୂଚନା ଏବଂ ସାଂସ୍କୃତିକ ବ୍ୟାପାର ବିଭାଗରେ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ରୢାଙ୍କ୍ ମିଳିବ ଯାହା କି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧୀନରେ ରହୁଛି।
Advertisment ବିଜେପି ସରକାର ପଶ୍ଚିମବଙ୍ଗର ସାଂସ୍କୃତିକ ଏବଂ ଫିଲ୍ମ ସେକ୍ଟର୍କୁ ଅଧିକ ସୁଦୃଢ଼ କରିବା ଉପରେ ଫୋକସ୍ କରୁଥିବାବେଳେ ଏହି ସମୟରେ ମିଥୁନଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ଉପଦେଷ୍ଟା ନିଯୁକ୍ତ କରାଯାଇଛି।
କିମ୍ବଦନ୍ତୀ ବଙ୍ଗଳା ଅଭିନେତା ଉତ୍ତମ କୁମାରଙ୍କ ଶତବାର୍ଷିକୀ ଉତ୍ସବ ସହ ଜଡ଼ିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହି ଘୋଷଣା କରିଛନ୍ତି।
Bangladesh : ମିଥୁନ ସରକାରର ମୃତ୍ୟୁ ହତ୍ୟା ନା ଦୁର୍ଘଟଣା ?
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।