Pakistan Partner Turkey Buys Record Diesel From India: ପାକିସ୍ତାନର ସହଯୋଗୀ ତୁର୍କୀକୁ ଭରସା ଭାରତ, ଜଣାନ୍ତୁ କ’ଣ ରହିଛି ବଡ଼ କାରଣ?

Sep 22, 2026 - 15:55
Pakistan Partner Turkey Buys Record Diesel From India: ପାକିସ୍ତାନର ସହଯୋଗୀ ତୁର୍କୀକୁ ଭରସା ଭାରତ, ଜଣାନ୍ତୁ କ’ଣ ରହିଛି ବଡ଼ କାରଣ?

ପାକିସ୍ତାନର ଘନିଷ୍ଠ ସହଯୋଗୀ ତୁର୍କୀ ଏବେ ଭାରତରୁ ରେକର୍ଡ ପରିମାଣର ଡିଜେଲ୍ କିଣୁଛି। ୨୦୨୬ ଅଗଷ୍ଟରେ ତୁର୍କୀ ଭାରତରୁ ଦିନକୁ ୧ ଲକ୍ଷ ୨୦ ହଜାର ବ୍ୟାରେଲ୍‌ରୁ ଅଧିକ ଡିଜେଲ୍ ଆମଦାନି କରିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି।

ଅନ୍ୟପଟେ ରୁଷିଆରୁ ତୁର୍କୀର ଡିଜେଲ୍ ଆମଦାନି ଅଗଷ୍ଟରେ ଦିନକୁ ପ୍ରାୟ ୮୦ ହଜାର ବ୍ୟାରେଲ୍‌କୁ ଖସିଛି। ଚଳିତ ବର୍ଷର ପୂର୍ବ ମାସଗୁଡ଼ିକରେ ଏହା ୨ ଲକ୍ଷ ବ୍ୟାରେଲ୍‌ରୁ ଅଧିକ ଥିଲା। ରୁଷିଆର ରିଫାଇନାରୀ ଉପରେ ୟୁକ୍ରେନ୍‌ର ଆକ୍ରମଣ, ରୁଷିଆର ଡିଜେଲ୍ ରପ୍ତାନି କଟକଣା ଏବଂ ମଧ୍ୟପ୍ରାଚ୍ୟରେ ଯୋଗାଣ ବାଧା ଯୋଗୁ ତୁର୍କୀ ବିକଳ୍ପ ଇନ୍ଧନ ଉତ୍ସ ଖୋଜୁଛି।

ଏହି ସମୟରେ ଭାରତର ବଡ଼ ରିଫାଇନିଂ କ୍ଷମତା ତୁର୍କୀ ପାଇଁ ବଡ଼ ବିକଳ୍ପ ହୋଇଛି। ଭାରତ ଅଶୋଧିତ ତେଲ ଆମଦାନି କରି ତାହାକୁ ଡିଜେଲ୍ ଓ ପେଟ୍ରୋଲ୍‌ରେ ପରିଣତ କରି ବିଶ୍ୱ ବଜାରକୁ ରପ୍ତାନି କରୁଛି।

ସେପଟେ, ତୁର୍କୀକୁ ଅଗଷ୍ଟରେ ଆମେରିକାରୁ ମଧ୍ୟ ପ୍ରାୟ ୯୦ ହଜାର ବ୍ୟାରେଲ୍ ପ୍ରତିଦିନ ଡିଜେଲ୍ ଯାଇଛି। ଅର୍ଥାତ୍, ରୁଷିଆର ଯୋଗାଣ କମିବା ସହ ବିଶ୍ୱ ଇନ୍ଧନ ବଜାରରେ ନୂଆ ଯୋଗାଣକାରୀ ଖୋଜୁଛି ତୁର୍କୀ—ଆଉ ସେହି ତାଲିକାରେ ଭାରତ ଏବେ ଆଗରେ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।