Pakistan: ଏସ୍ସିଓ ଗ୍ରୁପ୍ ଫଟୋରୁ ମୋଦୀଙ୍କୁ ବାଦ୍ ଦେଲା ପାକିସ୍ତାନ; ସୋସିଆଲ ମିଡିଆରେ ଚର୍ଚ୍ଚା
"ନୂଆଦିଲ୍ଲୀ: କିର୍ଗିସ୍ତାନର ରାଜଧାନୀ ବିଶକେକ୍ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀର ଏକ ଗ୍ରୁପ୍ ଫଟୋକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ନୂଆ ବିବାଦ ଦେଖାଦେଇଛି।
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ପକ୍ଷରୁ ସେୟାର କରାଯାଇଥିବା ଫଟୋରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫଟୋରୁ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି।
ଏହାର କିଛି ସମୟ ପରେ ଭାରତ ପକ୍ଷରୁ ସମ୍ପୂର୍ଣ୍ଣ ଗ୍ରୁପ୍ ଫଟୋ ସେୟାର କରାଯାଇଛି।Advertisment ଏସ୍ସିଓ ଶିଖର ସମ୍ମିଳନୀରେ ଯୋଗଦେଇଥିବା ନେତାମାନଙ୍କ ସହ ନିଆଯାଇଥିବା ଗ୍ରୁପ୍ ଫଟୋରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉପସ୍ଥିତ ଥିଲେ।
କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଫଟୋରେ ମୋଦୀଙ୍କ ଅଂଶକୁ କ୍ରପ୍ କରି ହଟାଇ ଦିଆଯାଇଥିଲା।
ଏହା ପରେ ଫଟୋଟି ନେଇ ସୋସିଆଲ ମିଡିଆରେ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଥିଲା।
ଭାରତ ପକ୍ଷରୁ ପ୍ରକାଶିତ ମୂଳ ଫଟୋରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ ଭାବେ ଦେଖାଯାଉଛନ୍ତି।
ଆହୁରି ପଢନ୍ତୁ: Flood in Odisha: ବନ୍ୟାରେ ଭାସିଯାଇଥିବା ଖବରକାଗଜ ବିତରକଙ୍କ ମୃତଦେହ ଉଦ୍ଧାର ଏହି ଫଟୋ ଦ୍ୱାରା ପାକିସ୍ତାନ ପକ୍ଷରୁ ପ୍ରକାଶିତ ଛବିଟିକୁ ତୁଳନା କରିବାର ସୁଯୋଗ ମିଳିଛି।
ଘଟଣାଟି ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାର ପୃଷ୍ଠଭୂମିରେ ଚର୍ଚ୍ଚାକୁ ଆସିଛି।
ଏସ୍ସିଓ ସମ୍ମିଳନୀରେ ଭାରତ ଆତଙ୍କବାଦ ପ୍ରସଙ୍ଗକୁ ଗୁରୁତ୍ବ ଦେଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଏସ୍ସିଓକୁ ଆତଙ୍କବାଦକୁ ନୀତି ଭାବେ ବ୍ୟବହାର କରୁଥିବା ରାଷ୍ଟ୍ରଗୁଡ଼ିକ ବିରୋଧରେ ପଦକ୍ଷେପ ନେବାକୁ ଆହ୍ବାନ ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ପାକିସ୍ତାନ ପିଏମ୍ଓର ଫଟୋ ପ୍ରକାଶ ଘଟଣା ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।