India leads in unpaid work; ସପ୍ତାହକୁ ୧୬ ଘଣ୍ଟା ମାଗଣା ପରିଶ୍ରମ

Sep 04, 2026 - 18:10
India leads in unpaid work; ସପ୍ତାହକୁ ୧୬ ଘଣ୍ଟା ମାଗଣା ପରିଶ୍ରମ

"ନୂଆଦିଲ୍ଲୀ: ଭାରତୀୟ କର୍ମଚାରୀ ଓ ଶ୍ରମିକମାନେ ବିନା ପାରିଶ୍ରମିକରେ ଅଧିକ ପରିଶ୍ରମ କରୁଛନ୍ତି।

ସପ୍ତାହକୁ ପ୍ରାୟ ୧୬ ଘଣ୍ଟା କାମ କରୁଛନ୍ତି ଯାହା ପାଇଁ କେବେବି ପାରିଶ୍ରମିକ ପାଇନାହାନ୍ତି।

ଏଡିପି ରିସର୍ଚ୍ଚର "ପିପୁଲ୍‌ ଆଟ୍‌ ୱାର୍କ ୨୦୨୬" ରିପୋର୍ଟ ଅନୁସାର ବିନା ପରିଶ୍ରମିକରେ କାମ ତାଲିକାରେ ଭାରତ ସାରା ବିଶ୍ବରେ ଶୀର୍ଷରେ ରହିଛି।

ଭାରତ ପଛକୁ ରହିଛି ତୁର୍କୀ (୨୩ ପ୍ରତିଶତ), ଅଷ୍ଟ୍ରିଆ (୨୧ ପ୍ରତିଶତ) ଓ ଆମେରିକା (୨୦ ପ୍ରତିଶତ)।

ଚେକ୍‌ ଗଣରାଜ୍ୟରେ ମାତ୍ର ୪ ପ୍ରତିଶତ କର୍ମଚାରୀ ସପ୍ତାହକୁ ବିନା ପାରିଶ୍ରମିକରେ ୧୬ ଘଣ୍ଟାରୁ ଅଧିକ କାମ କରୁଥିବା କହିଥିଲେ।

ଚୀନ, ଜାପାନ ଓ ତାଇୱାନରେ ଏହି ହାର ୬ ପ୍ରତିଶତ ଭଳି ନିମ୍ନ ସ୍ତରରେ ରହିଛି।

ଏଡିପି ରିସର୍ଚ୍ଚ ତରଫରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

୩୬ଟି ବଜାରର ୩୯ ହଜାର ଶ୍ରମିକଙ୍କୁ ନେଇ ଏହି ଅଧ୍ୟୟନ ହୋଇଥିଲା।

ସେଥିରେ ଭାଗ ନେଇଥିବା ଦୁଇ ତୃତୀୟାଂଶ ଭାରତୀୟ କର୍ମଚାରୀ ସପ୍ତାହକୁ ବିନା ପାଉଣାରେ ଅତିକମ୍‌ରେ ୬ ଘଣ୍ଟା କାମ କରୁଥିବା କହିଥିଲେ।

୪୦ ପ୍ରତିଶତ କର୍ମଚାରୀ ବିନା ପାରିଶ୍ରମିକରେ ସପ୍ତାହକୁ ଛଅରୁ ୧୫ ଘଣ୍ଟା ପର୍ଯ୍ୟନ୍ତ କାମ କରୁଥିବା କହିଥିଲେ।

ସାରା ବିଶ୍ବରେ କିନ୍ତୁ ସ୍ଥିତି ଏତେ ଚିନ୍ତାଜନକ ନାହିଁ।

ଅଧ୍ୟୟନରେ ଭାଗ ନେଇଥିବା ୬୨ ପ୍ରତିଶତ ଶ୍ରମିକ ସପ୍ତାହକୁ ୫ ଘଣ୍ଟା ପର୍ଯ୍ୟନ୍ତ ବିନା ପାରିଶ୍ରମିକରେ କାମ କରୁଥିବା କହିଥିଲେ।

ସେହିପରି, ୨୬ ପ୍ରତିଶତ ଶ୍ରମିକ ୬-୧୫ ଘଣ୍ଟା ଓ ୧୨ ପ୍ରତିଶତ ଶ୍ରମିକ ୧୬ ଘଣ୍ଟା ପର୍ଯ୍ୟନ୍ତ ବିନା ପାରିଶ୍ରମିକରେ କାମ କରୁଥିବା ଜଣାଇଥିଲେ।Advertisment ଉଚ୍ଚ ପଦରେ କାମ କରୁଥିବା କର୍ମଚାରୀମାନେ ନିଜ ନିର୍ଦ୍ଧାରିତ ସମୟଠାରୁ ଅଧିକ କାମ କରିବାକୁ ବାଧ୍ୟ ହେଉଛନ୍ତି।

କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କ ତୁଳନାରେ ୱାର୍କ ଫ୍ରମ୍‌ ହୋମ୍‌ କରୁଥିବା କର୍ମଚାରୀମାନେ ଅଧିକ ପରିଶ୍ରମ କରୁଛନ୍ତି।

ବିନା ପାରିଶ୍ରମିକରେ ସପ୍ତାହକୁ ୧୬ ଘଣ୍ଟାରୁ ଅଧିକ କାମ କରୁଥିବା କର୍ମଚାରୀ ବିଶାଦଗ୍ରସ୍ତ ହେବାର ଆଶଙ୍କା ଅଧିକ ରହିଛି।

କିନ୍ତୁ ସେମାନେ ନିଜ କାମକୁ ନେଇ ସନ୍ତୁଷ୍ଟ ଓ କାମର ଅର୍ଥକୁ ବୁଝିଥିବା କହିଛନ୍ତି।

ଯେଉଁମାନେ ଅଧିକ ସମୟ କାମ କରନ୍ତି ସେମାନେ ଅନ୍ୟ ଚାକିରି ପାଇବାର ସମ୍ଭାବନା ମଧ୍ୟ ଅଧିକ ବୋଲି ରିପୋର୍ଟରେ କୁହାଯାଇଛି।

ଡିଜିଟାଲ ଆରେଷ୍ଟ ମାମଲାରେ ୨୦ ରାଜ୍ୟର ୮୯ଟି ସ୍ଥାନରେ ସିବିଆଇ ଚଢ଼ଉ: ୩ ଗିରଫ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।