Pakistan: ଚିନି ପଠାଇବାକୁ ପାକିସ୍ତାନ ଆଗ୍ରହୀ

Aug 22, 2026 - 06:50
Pakistan: ଚିନି ପଠାଇବାକୁ ପାକିସ୍ତାନ ଆଗ୍ରହୀ

"ନୂଆଦିଲ୍ଲୀ: ଭାରତରେ ଚିନି ମୂଲ୍ୟ ବଢ଼ିଯିବା ପରେ କେନ୍ଦ୍ର ସରକାର ଅକ୍ଟୋବର ୩୧ ପର୍ଯ୍ୟନ୍ତ ବିନା ଶୁଳ୍କରେ ଚିନି ଆମଦାନି ଅନୁମତି ଦେଇଛନ୍ତି।

ସରକାରଙ୍କ ଏହି ନିଷ୍ପତ୍ତି ପରେ ପାକିସ୍ତାନର ଚିନିକଳଗୁଡ଼ିକ ବଳକା ଚିନି ଭାରତରେ ବିକ୍ରି କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ସିଧାସଳଖ ବାଣିଜ୍ୟ କାରବାର ବନ୍ଦ ଥିବା ସତ୍ତ୍ବେ ପାକିସ୍ତାନର ଚିନିକଳଗୁଡ଼ିକ ସେମାନଙ୍କ ବଳକା ଚିନି ଭାରତ ବଜାରରେ ବିକ୍ରିକୁ ଏକ ସୁଯୋଗ ଭାବେ ବିବେଚନା କରୁଛନ୍ତି।

ଏହି ସୁଯୋଗର ଉପଯୋଗ କରିବା ଲାଗି ପାକିସ୍ତାନ ସୁଗାର ମିଲ୍‌ ଆସୋସିଏସନ୍‌ ସେଠାକାର ସରକାରଙ୍କୁ କହିଛି ବୋଲି ଆସୋସିଏସନର ଜଣେ ବରିଷ୍ଠ ସଦସ୍ୟ ମହମ୍ମଦ ୱାହିଦଙ୍କ ମନ୍ତବ୍ୟକୁ ଉଦ୍ଧାର କରି ପାକିସ୍ତାନର ଦୈନିକ ସମ୍ବାଦପତ୍ର "ଦ ନ୍ୟୁଜ୍‌ ଇଣ୍ଟରନ୍ୟାସନାଲ" ରିପୋର୍ଟ କରିଛି।

ୱାହିଦ କହିଛନ୍ତି, ପାକିସ୍ତାନରେ ଏବେ ୧.୨ ନିୟୁତ ଟନ୍‌ ବଳକା ଚିନି ରହିଛି।

ଚଳିତବର୍ଷ ମଧ୍ୟ ପାକିସ୍ତାନରେ ଆଖୁ ଚାଷ ଭଲ ହୋଇଛି।

ଏଥିପାଇଁ ଚିନି ଉତ୍ପାଦନ ବଢ଼ିବ।

ଏହା ହେ‌ଲେ ତାଙ୍କ ଦେଶରେ ଚିନି ମହଜୁଦ ପରିମାଣ ଆହୁରି ବଢ଼ିଯିବ।

ଦେଶରେ ଚିନି ଗଚ୍ଛିତ ହୋଇ ରହିଲେ ଆଗାମୀ ଦିନରେ ଚାଷୀଙ୍କଠାରୁ ଆଖୁ କିଣିବା ମିଲ୍‌ଗୁଡ଼ିକ ପାଇଁ ସହଜ ହେବନାହିଁ।

ପାକିସ୍ତାନର ସୀମାରେ ଭାରତ ରହିଛି।

ତେଣୁ ମାଲ ପରିବହନ ଖର୍ଚ୍ଚ କମ୍‌ ରହିବ।Advertisment Education: ନିସ୍‌ ଇନଷ୍ଟିଚ୍ୟୁଟ୍‌ର ସ୍ବାଗତ ଉତ୍ସବ ଦରବୃଦ୍ଧିର କାରଣ ଇଥାନଲ୍‌ ନୁହେଁ: କେନ୍ଦ୍ର ନୂଆଦିଲ୍ଲୀ: ଚିନି ଦରରେ ହୋଇଥିବା ଅହେତୁକ ବୃଦ୍ଧିର କାରଣ ଇଥାନଲ୍‌ ନୁହେଁ।

କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ସଫେଇ ଦିଆଯାଇଛି।

ଇଥାନଲ ଉତ୍ପାଦନ ପାଇଁ ଚିନି ଯୋଗାଇ ଦିଆଯାଉଥିବାରୁ ଚିନି ଦର ବଢ଼ୁଥିବା ନେଇ ଯେଉଁ ଅଭିଯୋଗ କରାଯାଉଛି ତାହା ଠିକ୍‌ ନୁ‌ହେଁ।

ଗତ କିଛି ବର୍ଷ ମଧ୍ୟରେ ଇଥାନଲ୍‌ ପାଇଁ ଯୋଗାଇ ଦିଆଯାଉଥିବା ଚିନି ପରିମାଣ ପ୍ରକୃତରେ ହ୍ରାସ ପାଇଛି।

୨୦୨୨-୨୩ରେ ଏହି ହାର ୧୨ ପ୍ରତିଶତ ରହିଥିଲା ଯାହା ୨୦୨୫-୨୬ରେ ୯ ପ୍ରତିଶତକୁ ଖସିଆସିଛି।

ଦେଶରେ ଉତ୍ପାଦନ ହେଉଥିବା ତିନି ଚତୁର୍ଥାଂଶ ଇଥାନଲ୍‌ ମକା ଭଳି ଶସ୍ୟରୁ ପ୍ରସ୍ତୁତ କରାଯାଉଥିବା ମନ୍ତ୍ରଣାଳୟ କହିଛି।

ସମ୍ପ୍ରତି ଚିନି ଦରରେ ହେଉଥିବା ବୃଦ୍ଧି ପଛର କାରଣଗୁଡ଼ିକ ସମ୍ପର୍କରେ ମନ୍ତ୍ରଣାଳୟ କହିଛି ଯେ ଉତ୍ପାଦନ ଆଶାଠାରୁ କମ୍‌ ରହିବା, ଉତ୍ସବ ଋତୁ ପାଇଁ ଚାହିଦାରେ ବୃଦ୍ଧି, ଜଳବାୟୁ ଜନିତ ଫସଲ କ୍ଷତି, ବିଶ୍ବବ୍ୟାପୀ ଚିନି ଯୋଗାଣ‌ରେ ହ୍ରାସ ଏବଂ ମହଜୁଦକାରୀଙ୍କ ପାଇଁ ଚିନି ଦର ବଢ଼ୁଛି।

Neglect: ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ଭିତ୍ତିଭୂମିର ହେଉନି ସୁଧାର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।