Pakistani woman: ପାକିସ୍ତାନୀ ମହିଳାଙ୍କୁ ଗୁପ୍ତ ସାମରିକ ସୂଚନା ଦେବା ଅଭିଯୋଗ : ଅବସରପ୍ରାପ୍ତ ସେନା କ୍ୟାପଟେନ୍ ଗିରଫ
ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନାର ଜଣେ ଅବସରପ୍ରାପ୍ତ କ୍ୟାପଟେନ୍ ତାମିଲନାଡୁ ର ଭେଲ୍ଲୋରରୁ ଗିରଫ ହୋଇଛନ୍ତି।
ହ୍ବାଟ୍ସଆପ୍ ଜରିଆରେ ଜଣେ ମହିଳାଙ୍କୁ ଗୁପ୍ତ ସାମରିକ ସୂଚନା ଦେଇଥିବା ଅଭିଯୋଗ ରେ ତାଙ୍କୁ ଗିରଫ କରାଯାଇଛି।
ଗିରଫ ଅବସରପ୍ରାପ୍ତ କ୍ୟାପଟେନ୍ଙ୍କ ନାଁ ବାବୁ ପି।
ତାଙ୍କ ବୟସ ୫୨ ବର୍ଷ।
ପାକିସ୍ତାନର ଜଣେ ମହିଳାଙ୍କୁ ସେ ଗୁରୁତ୍ୱପୂର୍ଣ୍ଣ ସାମରିକ ସୂଚନା ଦେଇଥିବା ଅଭିଯୋଗ ହୋଇଛି।
Advertisment ଆହୁରି ପଢନ୍ତୁ : Allegations: ଭୋଟର ସ୍ଲିପ୍ରେ ତ୍ରୁଟିକୁ ନେଇ ବିବାଦ : ନାମର ଭୁଲ୍ ଅନୁବାଦକୁ ନେଇ ଉଠିଲା ଜାତିଗତ ପକ୍ଷପାତ ଅଭିଯୋଗ ବାବୁ ୨୮ ବର୍ଷ ଧରି ଭାରତୀୟ ସେନାର ବିଭିନ୍ନ ଡିଭିଜନ୍ରେ କାର୍ଯ୍ୟ କରିଥିଲେ।
ଗତବର୍ଷ ଜଣେ ମହିଳା ନିଜକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍ଡିଓ)ର ଏକ ପ୍ରକଳ୍ପରେ କାମ କରୁଥିବା ଦାବି କରି ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ।
ଧୀରେ ଧୀରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ବ୍ୟକ୍ତିଗତ ସ୍ତରକୁ ଯାଇଥିଲା।
ବାବୁ ତାଙ୍କ ପାଖରେ ଥିବା ସମସ୍ତ ସୂଚନା ମହିଳାଙ୍କୁ ଦେଇଥିଲେ।
ଏଥିସହ ମହିଳା ମାଗିଥିବା ଅନ୍ୟାନ୍ୟ ସୂଚନା ପାଇଁ ସେ ଅନ୍ୟ ସେନା ଅଧିକାରୀଙ୍କୁ ଫୋନ୍ କରି ତଥ୍ୟ ମାଗିଥିଲେ।
ଆହୁରି ପଢନ୍ତୁ : Defence: ୨.୧୨ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ଡିଏସିର ଅନୁମୋଦନ ତେବେ ଉକ୍ତ ମହିଳାଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନାହିଁ।
କେନ୍ଦ୍ରୀୟ ଗୁଇନ୍ଦା ଅଧିକାରୀ ଙ୍କ ଦ୍ୱାରା ଦୁଇ ଦିନ ଧରି ଜେରା କରାଯିବା ପରେ ବାବୁଙ୍କୁ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରାଯାଇଛି।
ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୧୫୨ ଏବଂ ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ, ୧୯୨୩ର ଧାରା ୩(୧)(ସି) ଓ ୩(୧)(ଏ) ଅଧୀନରେ ତାଙ୍କ ବିରୋଧ ରେ ମାମଲା ରୁଜୁ ହୋଇଛି।
ତାଙ୍କୁ ଭେଲ୍ଲୋର କେନ୍ଦ୍ରୀୟ କାରାଗାରକୁ ରିମାଣ୍ଡରେ ପଠାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।