Palashuni Durga Puja Committee: ପଳାଶୁଣି ଦୁର୍ଗାପୂଜା ସମିତି: ରାଜସ୍ଥାନ ହାଵାମହଲ ତୋରଣରେ ବିରାଜିବେ ମା’

Oct 02, 2026 - 05:33
Palashuni Durga Puja Committee: ପଳାଶୁଣି ଦୁର୍ଗାପୂଜା ସମିତି: ରାଜସ୍ଥାନ ହାଵାମହଲ ତୋରଣରେ ବିରାଜିବେ ମା’

"ଅଗ୍ରପୂଜ୍ୟ ଗଜାନନଙ୍କ ଧରାବତରଣରୁ ଆରମ୍ଭ ହୋଇଛି ପାର୍ବଣ ଋତୁ।

ଓଁକାରର ପ୍ରଣବ ଧ୍ବନି, ନଦୀପଠାରେ ଧବଳ କାଶତଣ୍ଡୀର ଶୋଭା ମା"ଙ୍କ ଆଗମନର ବାର୍ତ୍ତା ଦେଲାଣି।

ମାଆଙ୍କୁ ସ୍ବାଗତ କରିବା ପାଇଁ ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।

ବିଭିନ୍ନ ପୂଜାମଣ୍ଡପର ସାଜସଜ୍ଜା ଓ ପ୍ରସ୍ତୁତିକୁ ନେଇ "ସମ୍ବାଦ"ର ସ୍ବତନ୍ତ୍ର ଉପସ୍ଥାପନା।Advertisment ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ଜଗତ୍‌ଜନନୀ ମା" ଦୁର୍ଗା।

ସେଥିପାଇ ରାଜଧାନୀର ପ୍ରମୁଖ ଛକରେ ଥିବା ପୂଜା ମଣ୍ଡପଗୁଡ଼ିକରେ ଜୋର୍‌ଦାର୍‌ ପ୍ରସ୍ତୁତି ଚାଲିଛି।

ଏହି କ୍ରମରେ ଚଳିତ ଥର ୪୨ ବର୍ଷରେ ପଦାର୍ପଣ କରିଥିବା ପଳାଶୁଣି ଦୁର୍ଗାପୂଜା ସମିତି ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି।

ଅଞ୍ଚଳରେ ଏଥର ରାଜସ୍ଥାନ ହାଵା ମହଲ ଆକୃତିର ତୋରଣରେ ପୂଜା ପାଇବେ ମା"।

କୋଲକାତା କାରିଗର ତୋରଣ କାର୍ଯ୍ୟରେ ଲାଗିଛନ୍ତି।

ଏହାର ଉଚ୍ଚତା ୭୦ ଫୁଟ ରହିଥିବା ବେଳେ ଚଉଡ଼ା ୬୦ ଫୁଟ ରହିବ।

କୋଲକାତାର ୫୦ଜଣ କାରିଗର ଏହି ପ୍ରତିମୂର୍ତ୍ତି ତିଆରି କରୁଛନ୍ତି।

ମା"ଙ୍କ ମୂର୍ତ୍ତିର ଉଚ୍ଚତା ୨୦ଫୁଟ ରହିଥିବା ବେଳେ ମେଢର଼ ଉଚ୍ଚତା ୩୦ ଫୁଟ ରହିଛି।

୫୦ଫୁଟ ଉଚ୍ଚର ଆକର୍ଷଣୀୟ ଲାଇଟ୍‌ ଗେଟ୍‌ ସ୍ଥାପନ ହେବ।

ଚାନ୍ଦି ଓ ସୁନା ଅଳକାରଙ୍କରେ ସୁସଜ୍ଜିତ ହେବେ ମା"।

ଷଷ୍ଠୀଠାରୁ ପୂଜା ଆରମ୍ଭ ହେଉଥିବା ବେଳେ ଅଷ୍ଟମୀରେ ଭକ୍ତଙ୍କୁ ପ୍ରସାଦ ଭାବେ କାନିକା ବଣ୍ଟନ କରାଯିବ।

ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ଭଜନ ସମାରୋହ ଅନୁଷ୍ଠିତ ହେବ।

Walkathon: ସନ୍‌ସାଇନ୍‌ ହସ୍ପିଟାଲ୍‌ର ୱାକାଥନ୍‌ ଚିଲିକା ନିକଟସ୍ଥ ମା" ନାରାୟଣୀଙ୍କ ଆଜ୍ଞାମାଳ ଆଣି ଏଠାରେ ଷଷ୍ଠୀ ପୂଜା ଆରମ୍ଭ ହୁଏ।

ବିଲ୍ବବରଣ, କଳସ ପୂଜା, ସପ୍ତମୀରେ ଚକ୍ଷୁଦାନ, ପୂଜା ଆଦି ଅନୁଷ୍ଠିତ ହେବ।

ବରିଷ୍ଠ ନାଗରିକ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା ହେବ।

୨୦ଟି ସିସି କ୍ୟାମେରା ଲଗାଯିବ।

କମିଟିର ୫୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀଙ୍କ ସମେତ ପୁଲିସ୍‌ ମଧ୍ୟ ରହିବ।

ହାଟ ନିକଟରେ ପାର୍କିଂର ବ୍ୟବସ୍ଥା କରାଯାଇଛି।

ଅଗ୍ନି ନିର୍ବାପକ ବ୍ୟବସ୍ଥା ସହିତ ମଣ୍ଡପରେ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ଶୃଙ୍ଖଳିତ ଭାବେ ପାରମ୍ପରିକ ବାଦ୍ୟ ସହ ଭସାଣି ଯାତ୍ରା ଅନୁଷ୍ଠିତ ହେବ।

ରାଜଧାନୀର ଆବାହନ ମଣ୍ଡପ୧୯୮୫ରୁ ପଳାଶୁଣି ହାଟରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା।

ରାଜଧାନୀରେ ଏହା ହେଉଛି ଆବାହନ ମଣ୍ଡପ।

ଏଠାରୁ ଦର୍ଶନ ସାରି ଭକ୍ତମାନେ ଅନ୍ୟସବୁ ସ୍ଥାନକୁ ଯାଆନ୍ତି।

ସବୁଥର ପରି ଏବର୍ଷ ମଧ୍ୟ ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ପ୍ରଭାତ କୁମାର ପରିଡ଼ା, ସଭାପତି Weather: "ବର୍ଷା ଅଭାବରୁ କର୍ଣ୍ଣାଟକରେ ୪୬ ହଜାରରୁ ଅଧିକ କୋଟି ଟଙ୍କା କ୍ଷତି ହୋଇଛି" ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱସୁରକ୍ଷା ବ୍ୟବସ୍ଥା ନେଇ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଲୋକମାନେ କିଭଳି ସୁରୁଖୁରୁରେ ଦର୍ଶନ କରିବେ ତାହାକୁ ଆମେ ପ୍ରାଧାନ୍ୟ ଦେଉଛୁ।

ଧାଡ଼ିରେ ଆସି ଲୋକମାନେ ମା"ଙ୍କ ପୂଜା କରିବେ।

ବରିଷ୍ଠ ନାଗରିକ, ମହିଳା, ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ଦୃଷ୍ଟି ରହିବ।ରମେଶ ସାହୁ, ଉପସଭାପତି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।