Panchasakha Shiksha Setu ପଞ୍ଚସଖା ଶିକ୍ଷା ସେତୁ: ୨୯ ଜିଲ୍ଲାରେ ୭.୭୩ କୋଟି ଟଙ୍କାର ୭୦୭ଟି ପ୍ରକଳ୍ପକୁ ମଞ୍ଜୁରି

Oct 09, 2026 - 18:28
Panchasakha Shiksha Setu ପଞ୍ଚସଖା ଶିକ୍ଷା ସେତୁ: ୨୯ ଜିଲ୍ଲାରେ ୭.୭୩ କୋଟି ଟଙ୍କାର ୭୦୭ଟି ପ୍ରକଳ୍ପକୁ ମଞ୍ଜୁରି

"ଭୁବନେଶ୍ୱର: ପୁରାତନ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଓ ସାମୂହିକ ସହଯୋଗ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ବିକାଶ ସହ ଶିକ୍ଷାର ଗୁଣାତ୍ମକ ଉନ୍ନତିକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ପଞ୍ଚସଖା ଶିକ୍ଷା ସେତୁର ଷଷ୍ଠ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ରାଜ୍ୟର ୨୯ଟି ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟର ଉନ୍ନତି ପାଇଁ ମୋଟ ୭.

୭୩ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ମିଳିଛି।Advertisment Food: ଖାଦ୍ୟରେ ପୋକ ସାଲୁବାଲୁ: ରେଭେନ୍ସା ବିଶ୍ବବିଦ୍ୟାଳୟ ମହାନଦୀ ଛାତ୍ରୀନିବାସରେ ଆନ୍ଦୋଳନ ବିଦ୍ୟାଳୟ ସହ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ସେମାନଙ୍କ ଅବଦାନକୁ ବିଦ୍ୟାଳୟର ବିକାଶରେ ବିନିଯୋଗ କରିବା ଦିଗରେ ପଞ୍ଚସଖା ଶିକ୍ଷା ସେତୁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଛି।

ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନର ସହଯୋଗରେ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମିର ବିକାଶ ହେବା ସହ ଶିକ୍ଷା ପରିବେଶକୁ ଅଧିକ ସୁଦୃଢ଼ କରିବାର ପ୍ରୟାସ ଜାରି ରହିଛି ।

Private School CoR Irregularities ବେସରକାରୀ ବିଦ୍ୟାଳୟକୁ ସିଓଆର୍ ଜାଲିଆତି, ଶିକ୍ଷା ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ୍‌ ଚଳିତ ବୈଠକରେ ବିଦ୍ୟାଳୟଗୁଡ଼ିକର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ପକ୍ଷରୁ ମୋଟ ୨ କୋଟି ୫୭ ଲକ୍ଷ ୯୦ ହଜାର ୮୧୦ ଟଙ୍କାର ଆର୍ଥିକ ଅବଦାନ ମିଳିଛି ।

ଏହି ଅବଦାନ ସହ ପଞ୍ଚସଖା ଶିକ୍ଷା ସେତୁ ପକ୍ଷରୁ ଦୁଇଗୁଣା ଅନୁଦାନକୁ ମିଶାଇ ମୋଟ ୭ କୋଟି ୭୩ ଲକ୍ଷ ୭୨ ହଜାର ୪୩୦ ଟଙ୍କାର ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି ।

ଏହାଦ୍ୱାରା ସମାଜର ସାମୂହିକ ସହଯୋଗକୁ ଶିକ୍ଷାର ବିକାଶରେ ଉପଯୋଗ କରାଯାଇ ବିଦ୍ୟାଳୟଗୁଡ଼ିକର ବିକାଶ ହୋଇପାରିବ।

ମଞ୍ଜୁରିପ୍ରାପ୍ତ ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ବିଦ୍ୟାଳୟର ଶ୍ରେଣୀଗୃହ ମରାମତି, ପାନୀୟ ଜଳ ବ୍ୟବସ୍ଥାର ଉନ୍ନତି, ପାଚେରି ନିର୍ମାଣ, ବିଦ୍ୟାଳୟ ପରିସରର ସୌନ୍ଦର୍ଯ୍ୟକରଣ, ଫାଟକ ନିର୍ମାଣ, ସାଇକେଲ ଷ୍ଟାଣ୍ଡ ସ୍ଥାପନ ଏବଂ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ କରାଯିବ ।

ଏହି ପଦକ୍ଷେପଗୁଡ଼ିକ ବିଦ୍ୟାଳୟ ପରିବେଶକୁ ଅଧିକ ସୁରକ୍ଷିତ, ସୁନ୍ଦର ଓ ଶିକ୍ଷା ଅନୁକୂଳ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଶିକ୍ଷଣ ପରିବେଶ ସୃଷ୍ଟି କରିବ ।

Panchasakha Shiksha Setu ପଞ୍ଚସଖା ଶିକ୍ଷା ସେତୁ:  ୨୩ ଜିଲ୍ଲାରେ ୬୦୯ ଟି ପ୍ରକଳ୍ପ ପାଇଁ ୭.୨୯ କୋଟି ଟଙ୍କା ଚଳିତ ପର୍ଯ୍ୟାୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଯାଜପୁର ଓ କଟକ ଜିଲ୍ଲାରୁ ସର୍ବାଧିକ ଆର୍ଥିକ ଅବଦାନ ମିଳିଛି ।

ଏହା ବିଦ୍ୟାଳୟର ବିକାଶ ପ୍ରତି ପୁରାତନ ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନଗୁଡିକର ଆଗ୍ରହ, ଦାୟିତ୍ୱବୋଧ ଏବଂ ସହଭାଗିତାକୁ ପ୍ରତିଫଳିତ କରୁଛି ।

ବୈଠକରେ ପରିଷଦର ଅଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡ.

ଏନ୍.

ତିରୁମାଲା ନାୟକ ଅଧ୍ୟକ୍ଷତା କରିଥିଲେ ।

ସେ ବିଦ୍ୟାଳୟ ସହ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ଅଧିକ ମଜବୁତ କରିବା ଏବଂ ବିଦ୍ୟାଳୟର ସାମଗ୍ରିକ ବିକାଶରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ ।

ପଞ୍ଚସଖା ଶିକ୍ଷା ସେତୁର ପ୍ରଥମ ପରିଚାଳନା ପରିଷଦ ବୈଠକ: ୨୬ କୋଟିରେ ୧୫୬୯ଟି ପ୍ରକଳ୍ପ ମଞ୍ଜୁରପୁରାତନ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣକୁ ଅଧିକ ବ୍ୟାପକ ଓ ପ୍ରଭାବଶାଳୀ କରିବା ପାଇଁ ଚଳିତ ବୈଠକରେ ଦୁଇଟି ନୂତନ କାର୍ଯ୍ୟକ୍ରମ "ଆଲୁମ୍ନି ପଡକାଷ୍ଟ" ଓ "ଡିଷ୍ଟ୍ରିକ୍ଟ ସ୍ପଟଲାଇଟ୍" ଆରମ୍ଭ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଆଲୁମ୍ନି ପୋଡକାଷ୍ଟ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରାଯିବ ।

ଡିଷ୍ଟ୍ରିକ୍ଟ ସ୍ପଟଲାଇଟ୍ କାର୍ଯ୍ୟକ୍ରମରେ ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ ପଦକ୍ଷେପ, ବିଦ୍ୟାଳୟରେ ଆସୁଥିବା ସକାରାତ୍ମକ ପରିବର୍ତ୍ତନ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ସୃଷ୍ଟି ହେଉଥିବା ସଫଳତାର କାହାଣୀକୁ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଉପସ୍ଥାପନ କରାଯିବ ।

ଏହି ବୈଠକରେ ପଞ୍ଚସଖା ଶିକ୍ଷା ସେତୁର ସଦସ୍ୟ ସଚିବ ତଥା ଓସେପାର ଭାରପ୍ରାପ୍ତ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ସଙ୍ଗୀତା ବେହେରାଙ୍କ ସମେତ ପରିଷଦର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।