Maharashtra River: ନଦୀରୁ ମିଳିଲା ନବବିବାହିତ ଦମ୍ପତିଙ୍କ ମୃତଦେହ: ଶିକୁଳିରେ ବନ୍ଧା ଗୋଡ଼
"ମୁମ୍ବାଇ: ମହାରାଷ୍ଟ୍ର ଏକ ନବବିବାହିତ ଦମ୍ପତିଙ୍କ ମୃତଦେହ ଧୁଲେ ଜିଲ୍ଲାରୁ ତାପି ନଦୀରୁ ଉଦ୍ଧାର କରାଯାଇଛି।
ଦମ୍ପତିଙ୍କ ଗୋଡ଼ ଲୁହା ଶିକୁଳିରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି।
ପୁଲିସ କହିଛି, ସାଭାଲଡେ ଅଞ୍ଚଳରୁ ଉଦ୍ଧାର ହୋଇଥିବା ମୃତଦେହ ଶ୍ୟାମ ହରି ପାଟିଲ ଓ ସପ୍ନା ପାଟିଲଙ୍କର ବୋଲି ଜଣାପଡ଼ିଛି।
ସେମାନେ କିଛି ମାସ ତଳେ ପ୍ରେମ ବିବାହ କରିଥିଲେ।
ମୃତଦେହ ନଦୀ ଗର୍ଭରୁ ଉଦ୍ଧାର କରାଯାଇଛି।
ମୃତଦେହର ଗୋଡ଼ରେ ଶିକୁଳି ବନ୍ଧା ହୋଇଥିବାବେଳେ ସେଥିରେ ତାଲା ପଡ଼ିଥିଲା।
ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜଣାପଡ଼ିନି।
ପୁଲିସ ସବୁ ଦିଗରୁ ଘଟଣାର ତଦନ୍ତ କରୁଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।Advertisment ଅନୁମତି ବିନା ପ୍ରେସକ୍ରିପ୍ସନ ଔଷଧର ବିଜ୍ଞାପନ ମନା; ଆଗୁଆ ଅନୁମତି ଦରକାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।