Paneer Adulteration Case: ପନିର ଅପମିଶ୍ରଣ ଅଭିଯୋଗରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ
ପନିର ଅପମିଶ୍ରଣ ନେଇ ୧୧ ଜଣଙ୍କ ନାଁରେ ମାମଲା ରୁଜୁ। KMC ପକ୍ଷରୁ ଏତଲା ପରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା କହିଛନ୍ତି କଟକ ଡିସିପି ରିଷିକେଶ ଖିଲାରୀ। ଖାଦ୍ୟ ସୁରକ୍ଷା ବିଭାଗକୁ ସବିଶେଷ ରିପୋର୍ଟ ମଗାଯାଇଛି। କେଉଁଠି ପ୍ରସ୍ତୁତ କରୁଥିଲେ ଓ କାହାକୁ ବିକ୍ରି କରାଯାଉଥିଲା, ତାର ତଦନ୍ତ ହେଉଛି।
କିଛି ବ୍ୟବସାୟୀ ସହ ଗାଡି ମଧ୍ୟ ଚିହ୍ନଟ କରାଯାଇଛି। କମିଶନରେଟ ପୋଲିସ ସହ କେଏମସି ଓ ଖାଦ୍ୟ ସୁରକ୍ଷା ବିଭାଗର ଏକ ସ୍ୱତନ୍ତ୍ର ଟିମ କରାଯାଇ ଯାଞ୍ଚ କରାଯାଉଛି। ସବିଶେଷ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତକାଲି ୧୧ ଜଣ ଙ୍କ ନାଁ ରେ ମଧୁପାଟଣା ଥାନାରେ ଏତଲା ଦେଇଥିଲା କେଏମସି।
ପନିର ଅପମିଶ୍ରଣ: ୧୧ ଜଣଙ୍କ ନାଁରେ ମାମଲା
ପନିର ଅପମିଶ୍ରଣ ନେଇ ୧୧ ଜଣଙ୍କ ନାଁରେ ମାମଲା ରୁଜୁ
ସୂଚନା ଦେଲେ କଟକ ଡିସିପି ରିଷିକେଶ ଖିଲାରୀ
KMC ପକ୍ଷରୁ ଏତଲା ପରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ
ସବିଶେଷ ରିପୋର୍ଟ ମଗାଯାଇଛି କହିଲେ କଟକ ଡିସିପି
‘କେଉଁଠି ପ୍ରସ୍ତୁତ କରୁଥିଲେ, କେଉଁଠି ବିକୁଥିଲେ ଯାଞ୍ଚ କରାଯାଉଛି’
‘ପନିର ସପ୍ଲାଏ କରାଯାଇଥିବା ବ୍ୟବସାୟୀଙ୍କୁ ଚିହ୍ନଟ କରିଛୁ’
‘ପୋଲିସ ଓ KMC ସ୍ବାସ୍ଥ୍ୟ ବିଭାଗକୁ ନେଇ ଟିମ୍ ଗଠନ କରି ଯାଞ୍ଚ କରିବୁ’
‘ଆଗକୁ ପାର୍ବଣ ଋତୁ ଆସୁଥିବାରୁ ବିଶେଷ ଧ୍ୟାନ ଦିଆଯାଉଛି’
ପ୍ରମାଣ ମିଳିଲେ ସମସ୍ତଙ୍କ ବିରୋଧରେ ଆକ୍ସନ ହେବ- ଡିସିପି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।