Pangolin Scales Seized ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରୁ ୧୧୩୦ଟି ବଜ୍ରକାପ୍ତା କାତି ଜବତ, ୩ ଗିରଫ

Oct 11, 2026 - 17:15
Pangolin Scales Seized ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରୁ ୧୧୩୦ଟି ବଜ୍ରକାପ୍ତା କାତି ଜବତ, ୩ ଗିରଫ

"ରାୟଗଡା: ଗୁଇନ୍ଦା ସୂତ୍ରରୁ ଖବର ପାଇ ଡିଏଫଓ ସଚ୍ଚିନ ଆନା ସାହେବ ଆହୋଲଙ୍କ ନିର୍ଦ୍ଦେଶ କ୍ରମ‌େ ରାୟଗଡା ବନବିଭାଗର ଟିମ୍‌  ଚଢ଼ାଉ କରି  ରାୟଗଡା ସହର ମଧ୍ୟରୁ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଜବତ କରିଛନ୍ତି।

Advertisment Gajapati Pangolin Death: ବାରାକ ନିକଟରୁ ୯ କିଗ୍ରା ଓଜନର ବଜ୍ରକାପ୍ତା ମୃତଦେହ ଉଦ୍ଧାର ଆଜି (ରବିବାର) ରାୟଗଡା ବନାଞ୍ଚଳ କର୍ମଚାରୀମାନେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ପଡ଼ିଆରେ ଚଢ଼ାଉ କରିଥିଲେ ।

ଘଟଣା ସ୍ଥଳରୁ ବଜ୍ରକାପ୍ତା କାତି ଜବତ ହୋଇଥିବା ବେଳେ ଏହି ବେଆଇନ ଚାଲାଣ ରାକେଟରେ ସଂସ୍ଲିଷ୍ଟ ୩ଜଣଙ୍କୁ ଗିରଫ କରିଥିଲେ।

ଗିରଫ ବ୍ୟକ୍ତି ମାନେ ହେଲେ, ଜଗନ ହିମିରିକା, ନିଳାମ୍ବର ଖୋସଲା ଓ ପୁରୁଷୋତ୍ତମ ଖୋସଲା ।

ନିଳାମ୍ବର ଏବଂ ପୁରୁ‌ଷୋତ୍ତମର ସଦର ବ୍ଲକ କୁମ୍ବିକ‌ୋଟା ହୋଇଥବା ବେଳେ ଜଗନର ଘର ପଣସପୁଟ ଗ୍ରାମ  ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ପଡିଆରେ କାତିଗୁଡ଼ିକ ଚାଲାଣ ପାଇଁ ମୂଲଚାଲ ହେଉଥିବା ବେଳେ ବନ ବିଭାଗ କର୍ମଚାରୀମାନେ ଅଭିଯୁକ୍ତ ମାନଙ୍କୁ ମାଡି ବସିଥିଲେ  ।

Pangolin Scales Seized: ୩୫୨ଟି ବଜ୍ରକାପ୍ତା କାତି ଜବତ, ୬ ଗିରଫଏନେଇ ରେଞ୍ଜର ଅନୀଲ ପାଣିଗ୍ରାହି ସୂଚନା ଦେଇଛନ୍ତି, ସେମାନଙ୍କ ଠାରୁ ୪କେଜି ୫୬୦ଗ୍ରାମର ୧୧୩୦ଟି କାତି ଜବତ୍  ହୋଇଥିଲା ।

ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ୨ଟି ମଟରସାଇକଲକୁ ମଧ୍ୟ ବନବିଭାଗ ଜବତ କରାଯାଇଛି ।

ବନ୍ୟଜନ୍ତୁ ସଂରକ୍ଷଣ ଆଇନ,୧୯୭୨ରେ ମାମଲା ରୁଜୁ ହୋଇଛି।

ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ ପରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ଚଢ଼ାଉରେ, ଏସିଏଫ ସତିଶ କୁମାର ଧାରୁଆ,ରାୟଗଡା ବନାଞ୍ଚଳ ଅଧିକାରୀ ଅନୀଲ କୁମାର ପାଣିଗ୍ରାହୀ, ବନପାଳ ଗୌରି ଶଙ୍କର ସାହୁ ,ବନରକ୍ଷୀ ସନ୍ତୋଷ କୁମାର ପାଣିଗ୍ରାହୀ, ରାୟଗଡା  ପାରାସ୍କ୍ବାଡ୍‌ର ସୂର୍ଯ୍ୟ ନାରାୟଣ ମିଣିଆକା ଓ ବଳରାମ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ।

ବଜ୍ରକାପ୍ତା ଗୁଡିକୁ ରାୟଗଡା ବନାଞ୍ଚଳରେ ଶିକାର କରାଯାଇଥିବା ପଚରାଉଚରାରେ ସ୍ପଷ୍ଟ ହୋଇଛି।

ତେବେ ଏହି କାରବାରର ମୁଖ୍ୟ ଆସାମୀ ପୁଲିସ ହାତରୁ ଖସି ପଳାଇଛି।

ଏନେଇ ତଦନ୍ତ ଚାଲିଛି ଓ ମୁଖ୍ୟ ଆସାମୀକୁ ଖୁବ ଶୀଘ୍ର ଧରାଯିବ ବୋଲି ରେଞ୍ଜର ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।