US Military: ଓମାନ ଉପସାଗରରେ ମାଲବାହୀ ଜାହାଜକୁ ଟାର୍ଗେଟ କଲା ଆମେରିକା ସେନା

Oct 11, 2026 - 15:07
US Military: ଓମାନ ଉପସାଗରରେ ମାଲବାହୀ ଜାହାଜକୁ ଟାର୍ଗେଟ କଲା ଆମେରିକା ସେନା

"ୱାସିଂଟନ: ଓମାନ ଉପସାଗରରେ ପାନାମା ପତାକାଥିବା ଏକ ବାଣିଜ୍ୟିକ ମାଲବାହୀ ଜାହାଜକୁ ଆମେରିକୀୟ ସେନା ଟାର୍ଗେଟ କରିଛି।

ରବିବାର ଏକ ଭିଡିଓ ଜାରି କରି ସେନା କହିଛି ଯେ, ଜାହାଜର କର୍ମଚାରୀମାନେ ଆମେରିକାର ଚେତାବନୀକୁ ଅଣଦେଖା କରି ଇରାନ ବିରୋଧରେ ଲାଗୁ ହୋଇଥିବା ୱାସିଂଟନର ନୌସେନା ଅବରୋଧ ଭାଙ୍ଗିବାକୁ ଚେଷ୍ଟା କରିଥିଲା।

ଯାହା ଫଳରେ ଜାହାଜ ଚଳାଚଳ ରାସ୍ତାରେ ଉତ୍ତେଜନା ବୃଦ୍ଧି ପାଇଥିଲା।Advertisment ସୋସିଆଲ ମିଡିଆରେ ଏହି ଅଭିଯାନ ଘୋଷଣା କରି, ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏକ୍ସରେ ଏକ ପୋଷ୍ଟରେ କହିଛି, ଏକ ଆମେରିକୀୟ ସାମରିକ ଯୁଦ୍ଧ ବିମାନ ପାନାମା-ପତାକାଯୁକ୍ତ ଓସେନ୍ ମୋଲିକାର ପଛ ପାର୍ଶ୍ୱରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି।

ଫଳରେ ଜାହାଜର ପ୍ରୋପଲେସନ ପ୍ରଣାଳୀ ସମ୍ପୂର୍ଣ୍ଣ ଭାବରେ ଅକାମୀ ହୋଇଯାଇଥିଲ।

ତେବେ କ୍ରୁ ସଦସ୍ୟମାନଙ୍କର କୌଣସି କ୍ଷତି ହୋଇ ନଥିଲା।

ଚାରୋଟି ବାଣିଜ୍ୟିକ ଜାହାଜ ଅକ୍ଷମ ସେଣ୍ଟକମ୍ ଅନୁଯାୟୀ ଏକ ବଲ୍କ କ୍ୟାରିଅର ଇରାନର ବନ୍ଦର ଛାଡିବା ପରେ ଏହି ଅଞ୍ଚଳର ସାମୁଦ୍ରିକ ରାସ୍ତା ଦେଇ ପରିବହନ କରିବାକୁ ଚେଷ୍ଟା କରୁଥିଲା।

ଇରାନ ବନ୍ଦରକୁ ଏବଂ ସେଠାରୁ ସମସ୍ତ ସାମୁଦ୍ରିକ ପରିବହନକୁ ବନ୍ଦ କରିବା ପାଇଁ ଆମେରିକା ସାମରିକ ବାହିନୀ ଜାହାଜଗୁଡ଼ିକ ଉପରେ କଠୋର କଟକଣା ଲାଗୁ କରିଛି।ଏକ ବିବୃତିରେ ସେଣ୍ଟକମ୍ ରିପୋର୍ଟ କରିଛି ଯେ, ଅବରୋଧର ତିନି ମାସ ମଧ୍ୟରେ, ଚାରୋଟି ବାଣିଜ୍ୟିକ ଜାହାଜକୁ ଅକ୍ଷମ କରାଯାଇଛି।

କର୍ମଚାରୀଙ୍କ ସହ ଯୋଗାଯୋଗ ବଜାୟ ରଖିବାକୁ ପରାମର୍ଶ ସେହିପରି ୧୩୫ଟି ଜାହାଜକୁ ଫେରାଇ ଦିଆଯାଇଛି।

ଏହା ସହିତ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସର ଗୁପ୍ତ ଜାହାଜ ନେଟୱାର୍କ ସହିତ ଜଡିତ ୧୦ଟି ଟ୍ୟାଙ୍କରକୁ ନଷ୍ଟ କରାଯାଇଛି।

ଜାହାଜର କର୍ମଚାରୀମାନଙ୍କୁ "ନୋଟିସ୍ ଟୁ ମାରିନର୍ସ" ପ୍ରସାରଣ ଉପରେ ନଜର ରଖିବାକୁ ଏବଂ ଓମାନ ଉପସାଗର ଏବଂ ହର୍ମୁଜ୍ ପ୍ରଣାଳୀରେ ନାଭିଗେସନ୍ କରିବା ସମୟରେ "ବ୍ରିଜ୍-ଟୁ-ବ୍ରିଜ୍ ରେଡିଓ ଚ୍ୟାନେଲ୍ ୧୬" ମାଧ୍ୟମରେ ଆମେରିକୀୟ ନୌସେନା କର୍ମଚାରୀଙ୍କ ସହ ଯୋଗାଯୋଗ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି।

PM Modi And CM Vijay: ଚେନ୍ନାଇରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ୍ ଶୋ": ମେଟ୍ରୋରେ ଏକାଠି ଯାତ୍ରା କଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।