Paradip Bali Jatra from Nov 23: ନଭେମ୍ବର ୨୩ରୁ ପାରାଦୀପ କଳିଙ୍ଗ ବାଲିଯାତ୍ରା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

Oct 09, 2026 - 09:17
Paradip Bali Jatra from Nov 23: ନଭେମ୍ବର ୨୩ରୁ ପାରାଦୀପ କଳିଙ୍ଗ ବାଲିଯାତ୍ରା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ନଭେମ୍ବର ୨୩ରୁ ପାରାଦୀପ କଳିଙ୍ଗ ବାଲିଯାତ୍ରା। ସାତ ଦିନ ଧରି ଚାଲିବ ଏହି ମହାକୁମ୍ଭ। ଆବଶ୍ୟକ ପଡ଼ିଲେ ବଢ଼ିପାରେ ଅବଧି। ଏଥର ମଧ୍ୟ ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରିବ ଆୟୋଜକ କମିଟି। 

ପାରାଦୀପ କଳିଙ୍ଗ ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ପାରାଦୀପ କଳିଙ୍ଗ ବାଲିଯାତ୍ରାକୁ ପୂର୍ବବର୍ଷ ତୁଳନାରେ ଅଧିକ ଆକର୍ଷଣୀୟ କରିବାକୁ ଚାଲିଛି ପ୍ରସ୍ତୁତି। ଏଥର ଦର୍ଶକଙ୍କ ମନୋରଞ୍ଜନ ପାଇଁ ଓଲିଉଡ୍  ଓ ବଲିଉଡ୍ ର ନାମୀଦାମୀ କଳାକାରଙ୍କୁ ଆଣିବାକୁ ଯୋଜନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।