Paradip: ସିପେଟ୍ ପକ୍ଷରୁ ପାରାଦ୍ୱୀପ ସମୁଦ୍ର କୂଳ ସଫେଇ
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ୨ ଅକ୍ଟୋବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଅଭିଯାନ ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଆଧାରିତ ସ୍ୱତନ୍ତ୍ର ଅଭିଯାନ ୬.୦ ପାଳନ କରାଯାଇଛି।
ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନ ଭାରତ ସରକାରଙ୍କ ଏକ ପ୍ରମୁଖ ଅନୁଷ୍ଠାନ ସିପେଟ୍ର ମହାନିର୍ଦ୍ଦେଶକ ପ୍ରଫେସର ଡ.
ଶିଶିର ସିହ୍ନାଙ୍କ ସକ୍ରିୟ ନେତୃତ୍ୱରେ ଦେଶରେ ଥିବା ସିପେଟ୍ର ସମସ୍ତ ଶାଖାରେ ଏହା ପାଳିତ ହୋଇଛି।
ଏହି କ୍ରମରେ ସିପେଟ୍ : ସିଏସ୍ଟିଏସ୍, ଭୁବନେଶ୍ୱର ଏହି କାର୍ଯ୍ୟକ୍ରମକୁ କେବଳ ଅନୁଷ୍ଠାନ ପରିସର ମଧ୍ୟରେ ସୀମିତ ନ ରଖି ବିଦ୍ୟାଳୟ, ସର୍ବସାଧାରଣ ସ୍ଥାନ, ଧାର୍ମିକ ସ୍ଥଳ, ବଜାର ଅଞ୍ଚଳ ଆଦିକୁ ସମ୍ପ୍ରସାରିତ କରିଥିଲା।
ଏଥିରେ ପାରାଦୀପ ସ୍ଥିତ ସମୁଦ୍ର କୂଳ ସଫା କରାଯାଇଥିଲା।
Advertisment ଆହୁରି ପଢନ୍ତୁ : War: ଋଷ୍-ୟୁକ୍ରେନ୍ ଯୁଦ୍ଧ ରୋକିବାକୁ ଭାରତର ତିନିସୂତ୍ରୀ ଉଦ୍ୟମ!
ସିପେଟ୍ : ପିପିଇସି, ପାରାଦୀପ ଏହି କାର୍ଯ୍ୟରେ ହାତ ମିଳାଇଥିଲା।
ଉପ-ନିର୍ଦ୍ଦେଶକ ତଥା ସିପେଟ୍ର ମୁଖ୍ୟ ଜୟନ୍ତ କୁମାର ଦାସଙ୍କ ତତ୍ତ୍ୱାବଧାନରେ ସିପେଟ୍ର ସମସ୍ତ ଅଧିକାରୀ ପିପିଇସି, ପାରାଦୀପ ପରିଦର୍ଶନ କରିଥିଲେ।
ଉଭୟ କେନ୍ଦ୍ରର କର୍ମଚାରୀମାନେ 'ଏକତା ଦୌଡ଼'ରେ ଭାଗ ନେଇ ସମୁଦ୍ର ତଟକୁ ଯାଇ ସଫେଇ କରିଥିଲେ।
ଏଥିରେ ମୁଖ୍ୟ ଅତିଥି ଭାବେ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ଯୋଗ ଦେଇଥିଲେ।
ପାରାଦୀପ ପୌରପାଳିକାର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।
ସଫେଇରେ ନିୟୋଜିତ ୩ ସଫେଇ କର୍ମଚାରୀଙ୍କୁ ଉଦ୍ଯାପନୀ ସମାରୋହରେ ସମ୍ମାନିତ କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।