Justice: ରାହୁଲ, ଖଡ଼ଗେ, ଅଖିଳେଶ, ତେଜସ୍ୱୀ ଓ ମମତାଙ୍କ ଯୋଗଫଳ ଶୂନ: କଟାକ୍ଷ କଲେ ପୂର୍ବତନ ବିଚାରପତି କାଟଜୁ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆର୍ଜେଡି ନେତା ତେଜସ୍ୱୀ ଯାଦବ ଓ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କୁ ନେଇ କଟାକ୍ଷ କରିଛନ୍ତି ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁ।
ଏହି ପାଞ୍ଚ ନେତା ଏକାଠି ହେଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ ସାମାଜିକ ଗଣମାଧ୍ୟମ ରେ ଲେଖିଛନ୍ତି।
Advertisment ଆହୁରି ପଢନ୍ତୁ : Punjab politics: ପଞ୍ଜାବରେ ଆପ୍କୁ ଝଟ୍କା, ଟିକେଟ୍ ନ ମିଳିବା ଆଶଙ୍କାରେ ଦୁଇ ବିଧାୟକଙ୍କ ଇସ୍ତଫା ରବିବାର ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡିମେଣ୍ଟ ପକ୍ଷରୁ 'ଚଲୋ ଦିଲ୍ଲୀ' ସମାବେଶ ଆୟୋଜନ କରାଯାଇଥିଲା।
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାକୁ ବିରୋଧ କରିବା ସହ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଦାବିରେ ଏହି ସମାବେଶ ଡକାଯାଇଥିଲା।
ଏଥିରେ ବିରୋଧୀ ମେଣ୍ଟର ବିଭିନ୍ନ ଦଳର ପ୍ରମୁଖ ନେତା ଯୋଗ ଦେଇଥିଲେ।
କଂଗ୍ରେସ ପକ୍ଷରୁ ସମାବେଶରେ ୧୦ ଲକ୍ଷ ଲୋକଙ୍କ ସମାଗମ ହୋଇଥିବା ଦାବି କରାଯାଇଥିଲା।
ଆହୁରି ପଢନ୍ତୁ : Accident: ଶୌଚ ହେବା ପାଇଁ ଯାଉଥିଲେ; ବାଇକ୍ ଧକ୍କାରେ ଯୁବକ ମୃତ ଏହି ସମାବେଶକୁ ନେଇ କାଟଜୁ ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଲେଖିଥିଲେ, 'ଆଜିର ସମାବେଶରେ ରାହୁଲ + ଖଡ଼ଗେ + ଅଖିଳେଶ + ତେଜସ୍ୱୀ + ମମତା = ୦+୦+୦+୦+୦=୦'।
ଅର୍ଥାତ୍ ଏହି ନେତାମାନଙ୍କୁ ଏକାଠି କଲେ ମଧ୍ୟ ଫଳ ଶୂନ ହେବ କାରଣ ଏମାନେ ସମସ୍ତେ ଶୂନ ବୋଲି ସେ ବ୍ୟଙ୍ଗ କରିଥିଲେ।
ଏହା ସହ ରାମଲୀଳା ମୈଦାନର ସମାବେଶକୁ ନେଇ ସେ ଆଉ ଏକ ପୋଷ୍ଟ କରିଥିଲେ।
କେହି ଜଣେ ତାଙ୍କୁ ମୈଦାନରେ ଥାଇ ସନ୍ଦେଶ ଦେଇଥିବା ବେଳେ ସେ ଉତ୍ତରରେ ପଚାରିଥିଲେ, 'ଆପଣ ରାମଙ୍କ ଭୂମିକା ରେ ଅଛନ୍ତି ନା ରାବଣଙ୍କ ଭୂମିକାରେ?' କାଟଜୁଙ୍କ ଏହି ମନ୍ତବ୍ୟ ଉପରେ 'ଏକ୍ସ'ରେ ବିଭିନ୍ନ ପ୍ରତିକ୍ରିୟା ଆସିଥିଲା।
କେତେକ ଏହାକୁ ବ୍ୟଙ୍ଗାତ୍ମକ କହିଥିବା ବେଳେ ଅନ୍ୟ କେତେକ ତାଙ୍କ ମନ୍ତବ୍ୟକୁ ଅତିରଞ୍ଜିତ ବୋଲି ମତ ଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।