Parent’s Protest Over Eggs Halts Examination: ମଧ୍ୟାହ୍ନ ଭୋଜନରେ ଅଣ୍ଡା ନଥିଲା, ସ୍କୁଲରେ ପଶି ହଙ୍ଗାମା କଲେ ଅଭିଭାବକ

Oct 07, 2026 - 17:57
Parent’s Protest Over Eggs Halts Examination: ମଧ୍ୟାହ୍ନ ଭୋଜନରେ ଅଣ୍ଡା ନଥିଲା, ସ୍କୁଲରେ ପଶି ହଙ୍ଗାମା କଲେ ଅଭିଭାବକ

ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେଲେନି ବୋଲି ସ୍କୁଲ ଭିତରେ ପଶି ଯୁବକଙ୍କ ହଙ୍ଗାମା। ଉପାସରେ ଫେରିଲେ ଛାତ୍ରଛାତ୍ରୀ।ପ୍ରଥମ ସିଟିଂ ପରୀକ୍ଷା ପରେ ଦ୍ବିତୀୟ ସିଟିଂ ପରୀକ୍ଷା ବନ୍ଦ କରାଯାଇଛି। ଭଦ୍ରକ ଚାନ୍ଦବାଲି ବ୍ଲକ କାଣ୍ଡ ଗରଡି ପଞ୍ଚାୟତ ତେନ୍ତୁଳିଦା ପ୍ରାଇମେରୀ ସ୍କୁଲରେ ଏହି ଘଟଣା ଘଟିଛି । ଗତକାଲି ୬ ତାରିଖରେ ଥିବା ପ୍ରଥମ ସିଟିଂ ପରୀକ୍ଷା ପରେ ମଧ୍ୟାହ୍ନ ଭୋଜନ ପରେ ଦ୍ବିତୀୟ ସିଟିଂ ହୋଇଥାନ୍ତା। ହେଲେ ଜଣେ ଅଭିଭାବକଙ୍କ ପାଇଁ ବନ୍ଦ ରହିଥିଲା ପରୀକ୍ଷା। ଆଜି ମଧ୍ୟ ପରୀକ୍ଷା ବନ୍ଦ ଥିବା ଜଣାପଡିଛି। ବିଦ୍ୟାଳୟର ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି।

ତାଳଆଡିଆ ଗାଁର ଜଣେ ଅଭିଭାବକ ସ୍କୁଲ ଭିତରକୁ ପଶି ହଙ୍ଗାମା କରିଥିଲେ। ପିଲାଙ୍କ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ କାହିଁକି ସୋୟାବିନ ତରକାରୀ ଭାତ ଦିଆଗଲା ବୋଲି ପଚାରି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ମଧ୍ୟାହ୍ନ ଭୋଜନ ଖାଇବା ବନ୍ଦ କରିବା ସହ ପରୀକ୍ଷା ମଧ୍ୟ ବନ୍ଦ କରି ଦେଇଥିଲେ। ଯୁବକଙ୍କ ଗାଳିଗୁଲଜ ଭୟରେ ପିଲାମାନେ ଡରି ସ୍କୁଲରୁ ଫେରି ଆସିଥିଲେ।

ମଧ୍ୟାହ୍ନ ଭୋଜନ ନ ଖାଇ ଉପାସରେ ଘରକୁ ଫେରିଥିଲେ। ପ୍ରଧାନ ଶିକ୍ଷକ ସୁଧାକର ଦାସ ଚାନ୍ଦବାଲି ଥାନାରେ ସୁଶାନ୍ତ ଦାସ ଏବଂ ତାଙ୍କ ସହଯୋଗୀ କୁଳମଣି ଦାସଙ୍କ ନାଁରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି।.ନ୍ୟାୟ ଦାବିରେ ଅଭିଭାବକମାନେ ସ୍କୁଲରେ ଧାରଣା ଦେଇ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।