Paris Streets Turn Into Battle Zones: ରାସ୍ତାରେ ଲକ୍ଷ ଲକ୍ଷ ଲୋକ, ଲୁହବୁହା ଗ୍ୟାସ୍ ଓ ୱାଟର କ୍ୟାନନ୍ ମାଡ଼ରେ ଥରିଲା ଫ୍ରାନ୍ସ
ରାଜରାସ୍ତାରେ ରଣକ୍ଷେତ୍ର।
ଜନତାଙ୍କ ରୋଷରେ ଥରୁଛି ଫ୍ରାନ୍ସ।
ସରକାର ବିରୋଧୀ ନାରାରେ କମ୍ପୁଛି ରାଜଧାନୀ ପ୍ୟାରିସ୍।
କାହା ହାତରେ ପ୍ଲାକାର୍ଡ...
କାହା ମୁହଁରେ ବ୍ୟବସ୍ଥା ବିରୋଧରେ ବିଷୋଦଗାର...ରାସ୍ତାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼।
କେଉଁଠି ପ୍ରତିବାଦର ପଦଯାତ୍ରା, ତ ଆଉ କେଉଁଠି ପୋଲିସ ସହ ଧସ୍ତାଧସ୍ତି।
ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସହରରେ ଏମିତି ସ୍ଥିତି।
ନାକେଦମ୍ ହେଉଛି ସୁରକ୍ଷାବାହିନୀ।
ହଲିଉଡ୍ ଫିଲ୍ମ ଭଳି ଫୁଟୁଥିଲା ଫାୟାର କ୍ରାକର।
...
Advertisment ଶନିବାର ଫ୍ରାନ୍ସରେ ହୋଇଥିବା ବିଶାଳ ଆନ୍ଦୋଳନର ଚିତ୍ର ଦର୍ଶାଉଛି ସେଠାକାର ସ୍ଥିତି।
ଉଡୁଛି ପଥର...ଫୁଟୁଛି ଆତସବାଜି...
ଆଉ ଭିଡ଼କୁ ଘଉଡ଼ାଇବାକୁ ପୋଲିସର ଲୁହବୁହା ଗ୍ୟାସ୍ ଓ ୱାଟର କ୍ୟାନନ୍ ମାଡ଼।
ଚାରିଆଡ଼େ ବିକ୍ଷୋଭ, ନାରାବାଜି ଆଉ ଉତ୍ତେଜନା।
ସରକାରୀ ଆକଳନ ଅନୁସାରେ ସାରା ଦେଶରେ ୪ ଲକ୍ଷ ୧୦ ହଜାର ଲୋକ ରାସ୍ତାକୁ ଓହ୍ଲାଇଥିବା ବେଳେ କେବଳ ପ୍ୟାରିସରେ ଏକ ଲକ୍ଷ ୧୦ ହଜାର ଲୋକ ବିକ୍ଷୋଭ କରିଛନ୍ତି।
ଆରମ୍ଭରୁ ଶାନ୍ତିପୂର୍ଣ୍ଣ ଥିଲା ପ୍ରତିବାଦ।
କିନ୍ତୁ ପରେ କିଛି ସ୍ଥାନରେ ସ୍ଥିତି ବିଗିଡ଼ିଥିଲା।
ପ୍ୟାରିସରେ ଆନ୍ଦୋଳନର ଶେଷ ଭାଗରେ କିଛି ମୁଖାପିନ୍ଧା ବିକ୍ଷୋଭକାରୀ ପୋଲିସ ଉପରକୁ ବୋତଲ, ପଥର ଓ ଆତସବାଜି ଫିଙ୍ଗିଥିଲେ।
ଏହାର ଜବାବରେ ପୋଲିସ ଲୁହବୁହା ଗ୍ୟାସ୍ ୱାଟର କ୍ୟାନନ୍ ବ୍ୟବହାର କରିଥିଲା।
ପ୍ୟାରିସ୍ ସମେତ ଲିଅନ୍, ଷ୍ଟ୍ରାସବର୍ଗ, ମାର୍ସେଲି ଭଳି ବଡ଼ ବଡ଼ ସହରରେ ବି ଫାଟିଛି ଜନ ଅସନ୍ତୋଷର ଆଗ୍ନେୟଗିରି।
...
Advertisment କିନ୍ତୁ କାହିଁକି ଏତେ ବଡ଼ ଆନ୍ଦୋଳନ ?
ଗୋଟିଏ ସ୍କୁଲରେ କର୍ମଚାରୀ ଅଭାବକୁ ନେଇ ଗତ ମାସରେ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ଦେଶବ୍ୟାପୀ ଭୟଙ୍କ ରୂପ ନେଇଛି।
ଉନ୍ନତ ଶିକ୍ଷା ବ୍ୟବସ୍ଥା, ଅଧିକ ଶିକ୍ଷକ ନିଯୁକ୍ତି, ବିଶ୍ୱବିଦ୍ୟାଳୟରେ ଅଢ଼େଇ ଲକ୍ଷ ଅତିରିକ୍ତ ସିଟ୍ ଏବଂ ଛାତ୍ରବୃତ୍ତିରେ ମାସିକ ୨୦୦ ୟୁରୋ ବୃଦ୍ଧି ଦାବି କରୁଛନ୍ତି ଛାତ୍ର ସଂଗଠନ।
ଅନ୍ୟପଟେ ଦରଦାମ ବୃଦ୍ଧି, କମ୍ ଦରମା ଓ ପେନସନକୁ ନେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଶ୍ରମିକ ସଂଗଠନ।
...
ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଫ୍ରାନ୍ସ ସରକାର ସାରା ଦେଶରେ ପ୍ରାୟ ୭୦ ହଜାର ସୁରକ୍ଷାକର୍ମୀ ମୁତୟନ କରାଯାଇଛି।
ଆନ୍ଦୋଳନରେ ପ୍ରାୟ ଏକ ହଜାର ଲୋକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।
ଗତ ସପ୍ତାହରେ ଦେଶର ବିଭିନ୍ନ ସ୍ଥାନରେ ହିଂସା, ଭଙ୍ଗାରୁଜା ଓ ଲୁଟ୍ ପାଟ୍ ହୋଇଥିବାରୁ ଏଥର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।
ତଥାପି ଲୋକଙ୍କ ଅସନ୍ତୋଷକୁ ରୋକା ଯାଇପାରିନି।
ଆସନ୍ତା ମେ ମାସରେ ଫ୍ରାନ୍ସରେ ହେବ ରାଷ୍ଟ୍ରପତି ନିର୍ବାଚନ।
ତା' ପୂର୍ବରୁ ଏହି ଜନ ଆନ୍ଦୋଳନ ମାକ୍ରନ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
ଛାତ୍ର ପ୍ରତିନିଧିଙ୍କ ସହ ମାକ୍ରନ ଆଲୋଚନା କରିଥିଲେ ମଧ୍ୟ ଠୋସ୍ ପଦକ୍ଷେପ ନିଆନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଦାବି କରିଛନ୍ତି ପ୍ରତିବାଦକାରୀ।
ସେପଟେ ଅକ୍ଟୋବର ୩୧ରେ ପୁଣି ବିକ୍ଷୋଭ ପାଇଁ ଆହ୍ୱାନ ଦେଇଛନ୍ତି ୟେଲୋ ଭେଷ୍ଟ ଆନ୍ଦୋଳନର ଆୟୋଜକ।
ଏବେ ପ୍ରଶ୍ନ, ଲୋକଙ୍କ ଦାବି ଆଗରେ ନରମିବେ କି ମାକ୍ରନ?
ନା ଆଗକୁ ଆହୁରି ତୀବ୍ର ହେବ ଫ୍ରାନ୍ସର ଏହି ଜନ ଆନ୍ଦୋଳନ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।