Patakhanda Yatra: ଢୋଲ ଚଢ଼ି ନଦୀ ପାର ହେଲେ ଦେବୀ
"ଦେଓଗାଁ: ବଲାଙ୍ଗୀର ଜିଲ୍ଲାର ଚିର ଅବହେଳିତ ଦେଓଗାଁ ବ୍ଲକ ଜରାସିଂହାର ଇଷ୍ଟଦେବୀ ମାଁ ପାଟଖଣ୍ତାଙ୍କ ଯାତ୍ରା ବିଜୟା ଦଶମୀ ଦିନ ଆରମ୍ଭ ହୋଇଯାଇଛି।
୫ ଦିନ ଧରି ଜାରି ରହିବାକୁ ଥିବା ଏହି ଯାତ୍ରା ଦେଖିବାକୁ ଏଥର ହୋଇଛି ଲୋକାରଣ୍ୟ।
ଶହଶହ ଲୋକଙ୍କ ଗହଳିକୁ ଆସି ମାନସିକଧାରୀଙ୍କ ଗୁହାରୀ ଶୁଣୁଛନ୍ତି ଦେବୀ ପାଟଖଣ୍ଡା।Advertisment ଏହି ପରିମ୍ପାରିକ ଯାତ୍ରା ଆଜିକାଲି କି ମାସେ କିମ୍ବା ବର୍ଷେ ଅବଧିର ନୁହେଁ, ୭୯୨ ବର୍ଷର ଏକ ଭବ୍ୟ ଓ ସମୃଦ୍ଧ ପରମ୍ପରା।
ମାଁ ପାଟଖଣ୍ତା ଯେମିତି ଅଞ୍ଚଳବାସୀଙ୍କ ସୁଖ, ଦୁଃଖ ଓ ଦୈନନ୍ଦିନ ଜୀବନଚର୍ଯ୍ୟା ସହ ଜଡ଼ିତ ତାଙ୍କ ଯାତ୍ରା ମଧ୍ୟ ସେମିତି ଲୋକଙ୍କ ଭାବନା, ଆଚାର, ବ୍ୟବହାର ସହ ଜଡ଼ିତ ହୋଇ ରହିଛି।
ଦେଓଗାଁ ବ୍ଲକର ଜରାସିଂହା ନିକଟ ଦେଇ କାହିଁ କେଉଁ ଅବହମାନ କାଳରୁ ବହିଯାଇଛି ସୋନଗଡ଼ ନଦୀ।
ନଦୀର ଗୋଟିଏ ପାର୍ଶ୍ଵରେ ଜନବସତି ରହିଥିବା ବେଳେ ଅପରପାର୍ଶ୍ଵରେ ରହିଛି ଦେଝାର ଜଙ୍ଗଲ।
ଜଙ୍ଗଲ ଭିତରେ ଥିବା ଏକ ବହୁ ପୁରାତନ ମହୁଲ ଗଛର କୋରଡ଼ରେ ଅବସ୍ଥାପିତ ମାଁ ପାଟଖଣ୍ତା ଦେବୀ।
ତେବେ ଦେବୀଙ୍କ କୌଣସି ମୂର୍ତ୍ତି ନ ଥିବା ବେଳେ ପ୍ରତିକ ସ୍ୱରୂପ ରହିଛି ଏକ ୪ ଇଞ୍ଚ ଲମ୍ବ ଓ ୧ ଇଞ୍ଚ ଦୌଘ୍ୟ ବିଶିଷ୍ଟ ଲୁହା ଖଣ୍ଡ ଯାହାକୁ ଦେଝାର ଜଙ୍ଗଲରେ ପୂଜା ପାଇଥାଏ।
ବିଜୟା ଦଶମୀ ଦିନ ବରୁଆ ଦେହରେ ଦେବୀ ଆବିର୍ଭାବ ହେଲା ପରେ ଏହି ଲୁହର ପ୍ରତୀକ କୁ ପାଞ୍ଚଦିନ ଧରି ପାରମ୍ପରିକ ବଳି ଦେଇ ପୂଜା କରାଯିବାର ଵିଧି ରହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।