Pathan Brothers: ଦୁବାଇରେ ପଠାନ ଭ୍ରାତାଙ୍କୁ ରସିଦଙ୍କ ଆଫ୍‌ଗାନୀ ଆତିଥ୍ୟ

Oct 09, 2026 - 14:12
Pathan Brothers: ଦୁବାଇରେ ପଠାନ ଭ୍ରାତାଙ୍କୁ ରସିଦଙ୍କ ଆଫ୍‌ଗାନୀ ଆତିଥ୍ୟ

"ଦୁବାଇ: ଆଫ୍‌ଗାନିସ୍ତାନ ଅଲ୍‌ରାଉଣ୍ଡର ଦୁବାଇସ୍ଥିତ ନିଜ ବାସଭବନରେ ଭାରତୀୟ କ୍ରିକେଟ୍‌ରେ ପଠାନ ଭ୍ରାତା ଭାବେ ପରିଚିତ ଇର୍ଫାନ ଓ ୟୁସୁଫଙ୍କୁ ପାରମ୍ପରିକ ଆଫ୍‌ଗାନୀ ଭୋଜି ଦେଇ ଆପ୍ୟାୟିତ କରିଛନ୍ତି।

ରସିସଙ୍କ ଆତିଥ୍ୟ ଓ ଭୋଜିର ସ୍ବାଦରେ ଇର୍ଫାନ ମୁଗ୍ଧ ହୋଇ ଯାଇଛନ୍ତି।

ସାମାଜିକ ଗଣମାଧ୍ୟମରେ କିଛି ଫଟୋ ଓ ଭିଡିଓ ପୋଷ୍ଟ କରି ଇର୍ଫାନ ନିଜ ଅନୁଭୂତି ବାଣ୍ଟିବା ସହ ଖାଦ୍ୟର ସ୍ୱତନ୍ତ୍ର ସ୍ୱାଦ ଓ ଆତ୍ମୀୟତାଭରା ଆତିଥ୍ୟର ପ୍ରଶଂସା କରିଛନ୍ତି।Advertisment ଆତିଥ୍ୟ ଅତି ଚମତ୍କାର ଥିଲା: ଇର୍ଫାନ ସେ ଲେଖିଛନ୍ତି, “ରସିଦ ଭାଇ ଓ ଲୟଲୋମା ଭାବିଙ୍କ ଆତିଥ୍ୟ ଅତି ଚମତ୍କାର ଥିଲା।

ଆମେ ଅତ୍ୟନ୍ତ ସ୍ୱାଦିଷ୍ଟ ଆଫଗାନୀ ଖାଦ୍ୟ ଖାଇଲୁ।

ପ୍ରତ୍ୟେକ ଖାଦ୍ୟର ସ୍ୱାଦ ନିଆରା ଥିଲା।

ଏହାକୁ ଆହୁରି ସ୍ୱତନ୍ତ୍ର କରିଥିଲା, ଏଥିରେ ଥିବା ଭଲପାଇବା ଓ ଆତ୍ମୀୟତା।

ରସିଦ ଭାଇ, ଏବେ ବି ସେହି ଖାଦ୍ୟ କଥା ଭାବୁଛି।” ରସିଦଙ୍କ ସହ ଇର୍ଫାନଙ୍କ ବନ୍ଧୁତା ଅତି ଘନିଷ୍ଠ।

ଉଭୟ ସାମାଜିକ ଗଣମାଧ୍ୟମରେ ନିୟମିତ ଭାବେ ଯୋଗାଯେଗରେ ରହିଥାନ୍ତି।

ସଂପ୍ରତି ଇର୍ଫାନ ଓ ୟୁସୁଫ ନିଜ ନିଜ ପରିବାର ସହ ଦୁବାଇରେ ଛୁଟି କାଟୁଛନ୍ତି।

China Smash: ଚାଇନା ସ୍ମାସ୍‌: ସେମିରେ ଅଟକିଲେ ମନୁଷ-ମାନବ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।