BCCI's Injury Crisis: ଭାରତୀୟ କ୍ରିକେଟ୍ରେ ଆହତ ଚିନ୍ତା: ବର୍ଷକ ମଧ୍ୟରେ ୩୨ଜଣ ଆହତ ଖେଳାଳିଙ୍କ ହୋଇଛି ଚିକିତ୍ସା
"ବେଙ୍ଗାଲୁରୁ: ଭାରତୀୟ ପୁରୁଷ କ୍ରିକେଟ୍ ଦଳରେ ଆହତ ଜନିତ ସମସ୍ୟା ଏବେ ବଡ଼ ଚିନ୍ତାର କାରଣ ହୋଇଛି।
ଗତ ବର୍ଷକ ମଧ୍ୟରେ ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଉତ୍କର୍ଷ କେନ୍ଦ୍ର (ସିଓଇ)କୁ ୩୨ ଜଣ ଜାତୀୟ ପୁରୁଷ ଦଳର ପ୍ରମୁଖ ଖେଳାଳି (ବାର୍ଷିକ ଚୁକ୍ତି ଭିତ୍ତିକ) ଚିକିତ୍ସିତ ହୋଇଛନ୍ତି।
ବିଶେଷ କରି ଗତ ଆଇପିଏଲ୍ ପରେ ହିଁ ଅଧିକ ଖେଳାଳି "ସିଓଇ"ରେ ଚିକିତ୍ସିତ ଓ ପୁନର୍ବାସ ପାଇଁ ଆସିଛନ୍ତି।
ଖେଳାଳିଙ୍କ ଆହତ ଜନିତ ସମସ୍ୟା ପରିଚାଳନା ଉପରେ ବିସିସିଆଇ ଏବେ ଅଧିକ ଗୁରୁତ୍ୱ ଦେଉଥିବାରୁ ଚଳିତ ଆର୍ଥିକ ବର୍ଷରେ "ସିଓଇ"ର ବଜେଟ ୩୫ କୋଟି ବଢ଼ାଇ ୧୨୭ କୋଟି ଟଙ୍କା କରିଛି।
ଗତ ବର୍ଷ ବଜେଟ ୯୨ କୋଟି ଥିଲା।Advertisment ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ପୁନର୍ବାସ ପାଇଁ ଏହି କେନ୍ଦ୍ରକୁ ଆସିଛନ୍ତି।
ଯଶପ୍ରୀତ ବୁମ୍ରା, ହାର୍ଦିକ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦର, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା ଓ ପ୍ରସିଦ୍ଧ କୃଷ୍ଣ ମଧ୍ୟ ନିୟମିତ ଏହି କେନ୍ଦ୍ରକୁ ଆସୁଛନ୍ତି।
ଗତ ୨୦ ମାସ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ବର୍ଗର ୬୮ ଜଣ ଖେଳାଳିଙ୍କ ଚିକିତ୍ସା ଏଠାରେ କରାଯାଇଥିଲା।
ଏମାନଙ୍କ ମଧ୍ୟରୁ କେବଳ ଋଷଭ ପନ୍ତଙ୍କୁ ଛାଡ଼ି ଅଧିକାଂଶ ମାଂସପେଶୀ ଓ ନରମ ତନ୍ତୁଜନିତ ଆଘାତ ସମସ୍ୟା ପଡ଼ି ଏଠାକୁ ଆସିଛନ୍ତି।
ଗତ ବର୍ଷ ମାଞ୍ଚେଷ୍ଟର ଟେଷ୍ଟ୍ରେ ଋଷଭଙ୍କ ପାଦରେ ଆଘାତ ଲାଗିଥିଲା।
ବଡ଼ ଧରଣର ମାଂସପେସୀ ଜନିତ ଆଘାତ ସମସ୍ୟା ୨୦୨୦-୨୧ କୋଭିଡ୍ ସମୟରେ ହିଁ ଦେଖାଯାଇଥିଲା।
ଅନ୍ୟପକ୍ଷରେ, ସିଓଇର କ୍ରୀଡ଼ା ବିଜ୍ଞାନ ଓ ଚିକିତ୍ସା ବିଭାଗ ମୁଖ୍ୟ ପଦ ୨୦୨୫ ଜୁନ୍ରୁ ଖାଲି ପଡ଼ିଥିଲା ବେଳେ ଏହାକୁ ପୂରଣ ଲାଗି ବିସିସିଆଇ ନିକଟରେ ଆବେଦନ ଆହ୍ୱାନ କରିଛି।
ରାସ୍ତାରେ ବାଇକ୍ ଚଳାଇଲା ବେଳେ ହେଲମେଟ୍ ପିନ୍ଧି ନାହାନ୍ତି କି?
ଚିନ୍ତା କରନ୍ତୁ ନାହିଁ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।