Patient Care Continues Under Mobile Torches: ଲାଇନ କଟିଲେ ମେଡିକାଲ ୱାର୍ଡ ଅନ୍ଧାର, ମୋବାଇଲ ଟର୍ଚ୍ଚରେ ରୋଗୀସେବା
ଲାଇନ କଟିଲେ ଡାକ୍ତରଖାନା ଅନ୍ଧାର। ମୋବାଇଲ ଟର୍ଚ୍ଚରେ ହେଉଛି ରୋଗୀସେବା l ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଡାକ୍ତରଖାନାରୁ ଆସିଛି ଏଭଳି ଅଭିଯୋଗ। ବିଦ୍ୟୁତ ସରବରାହ ବନ୍ଦ ହୋଇଯିବାରୁ ଡ୍ରେସିଂ ରୁମ, ମେଲ୍ ୱାର୍ଡ ଓ ଡାଇରିଆ ୱାର୍ଡ ପ୍ରାୟ ଏକ ଘଣ୍ଟା ଧରି ଅନ୍ଧାରରେ ରହିଥିଲା l
ଫଳରେ ମୋବାଇଲ ଟର୍ଚ୍ଚ ପକାଯାଇ ରୋଗୀ ସେବା କରାଯାଇଥିଲା। ଡାକ୍ତରଖାନାରେ ଡିଜିଟାଲ ଜେନେରେଟର ଥିଲେ ମଧ୍ୟ ଏହା ଚଳାଇବା ପାଇଁ ନିୟମିତ କର୍ମଚାରୀ ନଥିବାରୁ ବିଦ୍ୟୁତ ଆସିବା ପର୍ଯ୍ୟନ୍ତ ଅନ୍ଧାରରେ ରହିବାକୁ ପଡ଼ିଥିଲା l
ପ୍ରସୂତୀ ଓ ମହିଳା ୱାର୍ଡରେ ଇନଭର୍ଟର ସଂଯୋଗ ଥିବାରୁ ସେଠାରେ ବିଦ୍ୟୁତ ବିଭ୍ରାଟର ପ୍ରଭାବ ପଡ଼ିନଥିଲା l ଅନ୍ୟ ୱାର୍ଡରେ ଇନଭର୍ଟର ସଂଯୋଗ ନଥିବାରୁ କିଛି ସମୟ ପାଇଁ ଅନ୍ଧାରରେ ରହିଥିଲା। ତେବେ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି l ତେବେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।
ଲାଇନ କଟିଲେ ମେଡିକାଲ ଅନ୍ଧାର
ସାକ୍ଷୀଗୋପାଳ ଡାକ୍ତରଖାନାରୁ ଆସିଛି ଅଭିଯୋଗ
ଲାଇନ କଟିଲେ ମେଡିକାଲର ବିଭିନ୍ନ ୱାର୍ଡ ଅନ୍ଧାର
ଶୀଘ୍ର ସମସ୍ୟାର ସମାଧାନ କରାଯିବ: ମେଡିକାଲ କର୍ତ୍ତୃପକ୍ଷ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।