Patient Carried in Sling: ଦୋଳାରେ ବୁହାହେଲେ ରୋଗୀ, କେବେ ହେବ ପକ୍କା ରାସ୍ତା ?

Aug 25, 2026 - 13:21
Patient Carried in Sling: ଦୋଳାରେ ବୁହାହେଲେ ରୋଗୀ, କେବେ ହେବ ପକ୍କା ରାସ୍ତା ?

ପକ୍କା ରାସ୍ତା ନଥିବାରୁ ଦୋଳାରେ ବୁହାହେଲେ ରୋଗୀ। ଦୀର୍ଘ ୩ କିଲୋମିଟର ବୋହିନେଲେ ରୋଗୀଙ୍କ ସମ୍ପର୍କୀୟ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତର ଭାଲିଆବାଡ଼ ଗାଁର ଏ ଘଟଣା। ୭୦ ବର୍ଷୀୟା ମୁତିଆଲି ଶବର ଅସୁସ୍ଥ ହେବାରୁ ଗ୍ରାମବାସୀ ତାଙ୍କୁ ପ୍ରାୟ ୩ କିଲୋମିଟର ଦୋଳାରେ ବୋହି ସର୍ଦ୍ଦାପୁର ପର୍ଯ୍ୟନ୍ତ ଆଣିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜରଡ଼ା ଡାକ୍ତରଖାନାକୁ ନିଆଯାଇଥିଲା।

ମୁତିଆଲି କିଛିଦିନ ଧରି ଅସୁସ୍ଥ ଥିବାବେଳେ ତାଙ୍କ ହାତ ଓ ଗୋଡ଼ ଫୁଲିଯାଇଥିଲା। ବର୍ଷା ଯୋଗୁଁ ରାସ୍ତାରେ କାଦୁଅ ଜମିଥିବାରୁ ଅଟୋ ଓ ଆମ୍ବୁଲାନ୍ସ ଯିବା ସମ୍ଭବ ହୋଇନଥିଲା। ଫଳରେ ଗ୍ରାମବାସୀ ଦୋଳାରେ ତାଙ୍କୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବୋହି ନେଇଥିଲେ। ଗାଁରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି ଲୋକେ... 

ପକ୍କା ରାସ୍ତା ନଥିବାରୁ ଦୋଳାରେ ବୁହାହେଲେ ରୋଗୀ
ଦୀର୍ଘ ୩ କିମି ବୋହିନେଲେ ରୋଗୀଙ୍କ ସମ୍ପର୍କୀୟ
ଗଞ୍ଜାମ ପାତ୍ରପୁର ତୁମ୍ବା ପଞ୍ଚାୟତର ଘଟଣା 
ଅଧାବାଟରୁ ଆମ୍ବୁଲାନ୍ସ ଯୋଗେ ଗଲେ ମେଡିକାଲ 
ପକ୍କା ରାସ୍ତା ନିର୍ମାଣ କରିବାକୁ ଲୋକଙ୍କ ଦାବି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।