Patna child murder case: ରକ୍ତ ସମ୍ପର୍କରେ ଲାଗିଲା ଦାଗ! ନିଜ ଦେଢ ବର୍ଷର ଭାଇକୁ ମାରିଲା ୨୦ ବର୍ଷୀୟ ବଡ ଭାଇ

Oct 25, 2026 - 15:21
Patna child murder case: ରକ୍ତ ସମ୍ପର୍କରେ ଲାଗିଲା ଦାଗ! ନିଜ ଦେଢ ବର୍ଷର ଭାଇକୁ ମାରିଲା ୨୦ ବର୍ଷୀୟ ବଡ ଭାଇ

ବିହାରର ପାଟନାରେ ଏକ ଅତ୍ୟନ୍ତ ଦୁଃଖଦ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।

ନିଜର ଦେଢ଼ ବର୍ଷର ସାନ ଭାଇକୁ ଜଣେ ୨୦ ବର୍ଷୀୟ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଗାଁର ଏକ ଦୁର୍ଗା ମନ୍ଦିର ପରିସରରେ ଏହି ଘଟଣା ଘଟିଛି।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଅଜିତକୁ ଗିରଫ କରିଛି।

ତେବେ ଏହି ହତ୍ୟା ପଛର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

Advertisment ମନ୍ଦିର ପରିସରରେ ଘଟିଲା ଘଟଣା ସୂଚନା ଅନୁସାରେ, ପାଟନାର ପାଲିଗଞ୍ଜ ଅଞ୍ଚଳ ଅନ୍ତର୍ଗତ ରାଣୀ ତାଲାବ ଥାନା ଅଧୀନ ଜୀତନ ଛପରା ଗାଁରେ ଏହି ଘଟଣା ଘଟିଛି।

ଶନିବାର ଦିନ ଏକ ଦୁର୍ଗା ମନ୍ଦିର ପରିସରରେ ଅଜିତ ଧାରୁଆ ଅସ୍ତ୍ରରେ ନିଜର ସାନ ଭାଇକୁ ହତ୍ୟା କରିଥିବା ପୁଲିସ ସୂଚନା ଦେଇଛି।

ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

ପାଲିଗଞ୍ଜର ପୁଲିସ ଅଧିକାରୀ (ଏସ୍‌ଡିପିଓ) ପଙ୍କଜ କୁମାର ଶର୍ମାଙ୍କ ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟା ୫୦ ମିନିଟ୍‌ରେ ପୁଲିସ ଏହି ଘଟଣା ସମ୍ପର୍କରେ ଖବର ପାଇଥିଲା।

ଏହାପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଅଜିତକୁ ଗିରଫ କରିଥିଲା।

Advertisment ବଳି ଦେବା ପାଇଁ ହତ୍ୟା କରାଯାଇଥିଲା କି?

ଏହି ଘଟଣା ପରେ ଦେବୀଙ୍କୁ ବଳି ଦେବା ଉଦ୍ଦେଶ୍ୟରେ ଶିଶୁଟିକୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି।

ତେବେ ଏହି ଦାବିର ସତ୍ୟତା ଏଯାଏଁ ନିଶ୍ଚିତ ହୋଇନାହିଁ।

ହତ୍ୟା ପଛରେ କ'ଣ କାରଣ ରହିଛି, ତାହା ଜାଣିବା ପାଇଁ ପୁଲିସ ତଦନ୍ତ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।