Teen Steals Uncle’s Jewellery: ମାମୁଁଙ୍କ ସୁନା ଚୋରି କରି କିଣିଲା ଥାର୍‌, ପୂଜା ପାଇଁ ଡାକି ଶେଷରେ ଗିରଫ

Oct 25, 2026 - 17:51
Teen Steals Uncle’s Jewellery: ମାମୁଁଙ୍କ ସୁନା ଚୋରି କରି କିଣିଲା ଥାର୍‌, ପୂଜା ପାଇଁ ଡାକି ଶେଷରେ ଗିରଫ

ନୂଆ ଗାଡ଼ି କିଣିବାର ସଉକ ଏମିତି ଘାରିଲା ଯେ, ନିଜ ମାମୁଁଙ୍କ ଘରୁ ସୁନା ଅଳଙ୍କାର ଚୋରି କରିବାକୁ ପଛାଇଲାନି ଯୁବକ।

ସୁନା ବିକ୍ରି କରି ମିଳିଥିବା ଟଙ୍କାରେ କିଣିଲା ମହିନ୍ଦ୍ରା ଥାର୍‌।

ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଯେଉଁ ମାମୁଁଙ୍କ ଘରୁ ସୁନା ଚୋରି କରିଥିବା ଅଭିଯୋଗ, ସେହି ମାମୁଁଙ୍କୁ ହିଁ ନିଜ ନୂଆ ଗାଡ଼ିର ପୂଜା ପାଇଁ ନିମନ୍ତ୍ରଣ କଲା!

ହେଲେ ଗାଡ଼ି ପୂଜା ପୂର୍ବରୁ ଏମିତି କିଛି ଘଟିଲା, ଯାହା ପୂରା ଘଟଣାର ପର୍ଦ୍ଦାଫାସ୍ କରିଦେଲା।

ମହାରାଷ୍ଟ୍ରର କୋଲହାପୁର ଜିଲ୍ଲାର ଏହି ଘଟଣା ଏବେ ଚର୍ଚ୍ଚାରେ।

Advertisment ଘଟଣାଟି କୋଲହାପୁର ଜିଲ୍ଲାର ପନ୍ହାଲା ତହସିଲ୍‌ ଅନ୍ତର୍ଗତ ସତାଭେ ଗାଁର।

ଅଭିଯୁକ୍ତ ଯୁବକର ନାଁ ସମର ଚଭାନ।

ତାର ବୟସ ମାତ୍ର ୧୯ ବର୍ଷ।

ସେ ନିଜ ମାମୁଁ ଉମେଶ ମାରୁତି ଚଭାଣଙ୍କ ଘର ପାଖରେ ରହୁଥିଲା।

ଅଭିଯୋଗ ଅନୁସାରେ, ପ୍ରାୟ ମାସକ ତଳେ ସମର ମାମୁଁଙ୍କ ଘରୁ ସୁନା ଅଳଙ୍କାର ଚୋରି କରିଥିଲା।

ଏହି ସୁନାର ଓଜନ ପ୍ରାୟ ୧୭୫ ଗ୍ରାମ।

ପରେ ସ୍ଥାନୀୟ ଅଳଙ୍କାର ବ୍ୟବସାୟୀ ସଂଗ୍ରାମ ବାବାସୋ ମୋରେଙ୍କ ସହାୟତାରେ ସେ ସୁନାକୁ ପ୍ରାୟ ୧୦ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି।

Advertisment ସୁନା ବିକ୍ରିରୁ ମିଳିଥିବା ଟଙ୍କାରେ ସମର ଏକ ନୂଆ ମହିନ୍ଦ୍ରା ଥାର୍‌ କିଣିଥିଲା।

ଗାଡ଼ି ଘରକୁ ଆସିବା ପରେ ତାର ପୂଜା କରିବାକୁ ସେ ନିଜ ମାମୁଁଙ୍କୁ ନିମନ୍ତ୍ରଣ କରିଥିଲା।

ହେଲେ ଏହି ନିମନ୍ତ୍ରଣ ହିଁ ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବ ବୋଲି ସେ ହୁଏତ ଭାବିନଥିଲା।

ଗାଡ଼ି ପୂଜା ପାଇଁ ସୁନା ଖୋଜିଲେ, ହେଲେ ଘରେ ନଥିଲା ଅଳଙ୍କାର ନୂଆ ଗାଡ଼ିର ପୂଜା ପାଇଁ ଉମେଶ ଚଭାନ ନିଜ ଅଳଙ୍କାର ପିନ୍ଧିବାକୁ ଖୋଜାଖୋଜି କରିଥିଲେ।

ହେଲେ ଘରେ ତାଙ୍କର ଓ ତାଙ୍କ ପତ୍ନୀଙ୍କ ସୁନା ଅଳଙ୍କାର ମିଳିନଥିଲା।

ଏହା ପରେ ପରିବାର ଲୋକଙ୍କ ଚିନ୍ତା ବଢ଼ିଥିଲା।

ଏହି ଘଟଣାରେ ଆଉ ଏକ କଥା ସନ୍ଦେହ ବଢ଼ାଇଥିଲା।

ଘର ପାଖରେ ରଖାଯାଇଥିବା ଉମେଶଙ୍କ ଜେଜେମା'ଙ୍କ ସୁନା ଅଳଙ୍କାରକୁ କେହି ଛୁଇଁନଥିଲେ।

କେବଳ ଉମେଶ ଓ ତାଙ୍କ ପତ୍ନୀଙ୍କ ଅଳଙ୍କାର ଗାଏବ ହୋଇଥିଲା।

ଏଥିରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା ଯେ, ଚୋରି ପଛରେ କୌଣସି ନିକଟ ସମ୍ପର୍କୀୟ କିମ୍ବା ଘର ବିଷୟରେ ଜାଣିଥିବା ବ୍ୟକ୍ତିଙ୍କ ହାତ ଥାଇପାରେ।

ନୂଆ ଥାର୍‌ କିଣିବା ପରେ ପୁଲିସ ନଜରକୁ ଆସିଲେ ଯୁବକ ଅଳଙ୍କାର ଗାଏବ ହେବା ନେଇ ଉମେଶ ଚଭାନ ଦୁଇ ଦିନ ପୂର୍ବେ କୋଡୋଲି ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ସମୟରେ ସମରର ହଠାତ୍ ନୂଆ ଥାର୍‌ କିଣିବା ଘଟଣା ପୁଲିସର ନଜରକୁ ଆସିଥିଲା।

ମାତ୍ର ୧୯ ବର୍ଷ ବୟସରେ ସେ ଏତେ ଦାମୀ ଗାଡ଼ି କିଣିବା ପାଇଁ ଟଙ୍କା କେଉଁଠୁ ପାଇଲା, ତାକୁ ନେଇ ତଦନ୍ତ ଆଗକୁ ବଢ଼ିଥିଲା।

ପୁଲିସର ତଦନ୍ତ ଜୋରଦାର ହେବା ପରେ ସମର ଚୋରି କରିଥିବା ସ୍ୱୀକାର କରିଥିବା ରିପୋର୍ଟରେ କୁହାଯାଇଛି।

ଏହା ପରେ କୋଡୋଲି ପୁଲିସ ସମର ଚଭାନ ଓ ଅଳଙ୍କାର ବ୍ୟବସାୟୀ ସଂଗ୍ରାମ ମୋରେଙ୍କୁ ହେପାଜତକୁ ନେଇଛି।

ନୂଆ ଗାଡ଼ି କିଣିବାର ଖୁସିରେ ମାମୁଁଙ୍କୁ ପୂଜା ପାଇଁ ଡାକିଥିବା ଯୁବକ ଶେଷରେ ଚୋରି ଅଭିଯୋଗରେ ପୁଲିସ ହେପାଜତରେ ପହଞ୍ଚିଛନ୍ତି।

ଏହି ଘଟଣା ସତାଭେ ଗାଁରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ସମ୍ପର୍କ ଓ ବିଶ୍ୱାସକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।