Pension beneficiaries crisis: ଔଷଧ କିଣିବାକୁ ନାହିଁ ଟଙ୍କା, ୫ ମାସ ହେଲା ମିଳୁନି ବାର୍ଦ୍ଧକ୍ୟ ଭତ୍ତା! ଭୋକ ଉପାସରେ ବୃଦ୍ଧବୃଦ୍ଧା

Oct 28, 2026 - 14:00
Pension beneficiaries crisis: ଔଷଧ କିଣିବାକୁ ନାହିଁ ଟଙ୍କା, ୫ ମାସ ହେଲା ମିଳୁନି ବାର୍ଦ୍ଧକ୍ୟ ଭତ୍ତା! ଭୋକ ଉପାସରେ ବୃଦ୍ଧବୃଦ୍ଧା

ଗାଁରେ ଏ ବୃଦ୍ଧା ବାପା-ମା'ଙ୍କ ମୁହଁରେ ଆଉ ହସ ନାହିଁ ।

ପାଖରେ ଟଙ୍କା ନାହିଁ, କି ଟଙ୍କା ଆସିବ କି ନାହିଁ ତା' ବି ଜଣାନାହିଁ ।

ପରିଣତ ବୟସରେ ସରକାର ଏମାନଙ୍କୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଦେଉଥିଲେ ।

ଯାହାକୁ ନେଇ ଏମାନେ କଷ୍ଟେମଷ୍ଟେ ଚଳିଯାଉଥିଲେ ।

ହେଲେ ସେସବୁ ଏବେ ଏମାନଙ୍କ ପାଇଁ ସପନ ପାଲଟିବାକୁ ବସିଲାଣି ।

୫ ମାସ ହେଲା ଭତ୍ତା ଦେଇନି ପ୍ରଶାସନ ।

ତେଣୁ ଅଭାବ ଭିତରେ ଏମାନଙ୍କ ପେଟକୁ ଦାନା ଯାଉନି କି ଔଷଧ କିଣିବାକୁ ଏମାନେ ସାହାସ ଜୁଟେଇ ପାରୁନାହାନ୍ତି ।

ତେଲକୋଇ ବ୍ଲକର ଏମାନେ ବାସିନ୍ଦା ।

ମାସ ମାସ ଧରି ସାମାଜିକ ସୁରକ୍ଷା ଭତ୍ତା ମିଳିନଥିବାରୁ ସମସ୍ତେ ଦହଗଞ୍ଜ ହେଉଛନ୍ତି ।

ଛାମୁଣ୍ଡା ପଞ୍ଚାୟତ ଶିରିଆବାହାଳ ଗାଁର ଗୌର ନାୟକ, ଏ ବୃଦ୍ଧାବସ୍ଥାରେ ଚାଲିବାକୁ ବି ଅକ୍ଷମ।

ପାଞ୍ଚ ମାସ ହେଲା ତାଙ୍କ ଭତ୍ତା ଟଙ୍କା ବ୍ୟଙ୍କ ବହିକୁ ଆସିନଥିବାରୁ ମନ ମାରି ବସିଛନ୍ତି ।

ଗୋଳାବନ୍ଧ ଗାଁର ବୃଦ୍ଧା ଟିକିଲି ମହାକୁଡ଼ଙ୍କ ବି ସମାନ ଅବସ୍ଥା ।

ଭତ୍ତା ମିଳିନଥିବାରୁ ଧାର କରଜ କରି ଔଷଧ କିଣୁଛନ୍ତି ।

ଭତ୍ତା ମିଳିଲେ କରଜ ସୁଝିବେ ।

ଏଇମିତି ଏଇଠି ଶହ ଶହ ବୃଦ୍ଧ ବୃଦ୍ଧାଙ୍କ କଥାକୁହା ଦୁଃଖ କହିଲେ ସରିବନି ।

କେନ୍ଦୁଝରର ତେଲକୋଇ ବ୍ଲକରେ ୧୩,୩୧୬ ଜଣ ହିତାଧିକାରୀ ରହିଥିବା ବେଳେ, ସେମାନଙ୍କ ମଧ୍ୟରୁ ଅନେକ ଏବେ ଭତ୍ତା ପାଇଁ ଦହଗଞ୍ଜ ହେଉଛନ୍ତି ।

ଡିବିଟି ମାଧ୍ୟମରେ ଦିଆଯାଉଥିବା ଭତ୍ତା ଭୁବନେଶ୍ୱରରୁ ଦିଆଯାଉଛି ।

ତେଣୁ କିଏ ପାଇଛି ଆଉ କିଏ ପାଇନାହିଁ ତା' ସୂଚନା ବ୍ଲକକୁ ଆସୁନାହିଁ ।

ତେଣୁ ସମାଧାନ ହେଉପାରୁନଥିବା ବିଡିଓ କହିଛନ୍ତି ।

ଫଳରେ ଏଇମତି ହଇରାଣ ହେଉଛନ୍ତି ଶହ ଶହ ବୃଦ୍ଧ ବୃଦ୍ଧା ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।