01 OCTOBER 2026

Welcome!

Unlock your personalized experience.
Sign Up

Pension: ବାବୁଙ୍କ ଅବହେଳାରୁ ପେନ୍‌ସନ୍‌ ବିଳମ୍ବ ହେଲେ ୭% ସୁଧ: କର୍ମଚାରୀଙ୍କ ଆଡ଼ୁ ତ୍ରୁଟି ଥିଲେ ମିଳିବନି

Oct 01, 2026 - 03:26
Pension: ବାବୁଙ୍କ ଅବହେଳାରୁ ପେନ୍‌ସନ୍‌ ବିଳମ୍ବ ହେଲେ ୭% ସୁଧ: କର୍ମଚାରୀଙ୍କ ଆଡ଼ୁ ତ୍ରୁଟି ଥିଲେ ମିଳିବନି

ଭୁବନେଶ୍ବର: ପ୍ରଶାସନିକ ଅବହେଳାରୁ କୌଣସି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନ୍‌ସନ୍‌ ଦେବାରେ ବିଳମ୍ବ ହେଲେ ତାଙ୍କୁ ପ୍ରଥମ ବର୍ଷ ପରଠାରୁ ବାର୍ଷିକ ୭ ପ୍ରତିଶତ ସୁଧ ମିଳିବ। ଏ ନେଇ ଓଡ଼ିଶା ପ୍ରଶାସନିକ ସେବା (ପେନ୍‌ସନ୍‌) ନିୟମ, ୧୯୯୨ରେ ସଂଶୋଧନ କରାଯାଇଛି। ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହି ନିୟମ ଲାଗୁ ହେବ। ଅର୍ଥ ବିଭାଗ ସୂଚନା ଅନୁଯାୟୀ, ସଂଶୋଧିତ ନିୟମ ଅଧୀନରେ କୌଣସି କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କିମ୍ବା ନ୍ୟାୟିକ ତଦନ୍ତ ଆରମ୍ଭ ହୋଇଥିଲେ ଓ ସେ ଅବସର ଗ୍ରହଣ କରିବା ଦିନ ପର୍ଯ୍ୟନ୍ତ ତାହାର ଫଇସଲା ହୋଇନଥିଲେ ତାଙ୍କୁ ନିୟମ ୬୪ ଓ ନିୟମ ୬୫ ଅନୁସାରେ ପେନ୍‌ସନ୍‌ ଓ ଗ୍ରାଚୁଇଟି ପ୍ରଦାନ କରାଯିବ। ଯେଉଁ ମାମଲାରେ ପ୍ରଶାସନିକ ଅବହେଳା କାରଣରୁ ବିଳମ୍ବ ହୋଇଥିବ, ସେଥିରେ ପ୍ରଥମ ବର୍ଷ ପରେ ପ୍ରତିବର୍ଷ ପାଇଁ ପେନ୍‌ସନ୍‌ ଓ ଗ୍ରାଚୁଇଟି ଉପରେ ସୁଧ ଦିଆଯିବ। ବିଭାଗୀୟ କିମ୍ବା ନ୍ୟାୟିକ ତଦନ୍ତ ସାମନା କରୁଥିବା କର୍ମଚାରୀଙ୍କ ବିରୋଧରେ ତଦନ୍ତର ଫଇସଲା ହୋଇଯିବା ତାରିଖଠାରୁ ତାଙ୍କୁ ପେନ୍‌ସନ୍‌ ଓ ଗ୍ରାଚୁଇଟି ଦିଆଯିବ। 

UPSC ଶତାବର୍ଷିକୀରେ ପ୍ରଧାନମନ୍ତ୍ରୀ ମୋଦୀ ଉନ୍ମୋଚନ କରିବେ ସ୍ମାରକୀ ମୁଦ୍ରା ଓ ଡାକଟିକଟ

ଏହାପରେ କୌଣସି ବିଳମ୍ବ ଘଟିଲେ ପ୍ରଥମ ବର୍ଷ ପରଠାରୁ ତାଙ୍କୁ ବିଳମ୍ବଜନିତ ସୁଧ ଦେବାକୁ ପଡ଼ିବ। ତେବେ ବିଳମ୍ବଜନିତ ସୁଧ ଦେବା ନିର୍ଦ୍ଦେଶ ପ୍ରଶାସନିକ ବିଭାଗର ସଚିବ ଦେଇପାରିବେ। ପ୍ରଶାସନିକ ଅବହେଳା ପାଇଁ ପେନ୍‌ସନ୍‌ କିମ୍ବା ଗ୍ରାଚୁଇଟି ପ୍ରଦାନ ବିଳମ୍ବ ହୋଇଛି ବୋଲି ବିଭାଗୀୟ ସଚିବ ସନ୍ତୁଷ୍ଟ ହେବା ଦରକାର। ଏହାପରେ ଅର୍ଥ ବିଭାଗର ସମ୍ମତି ଓ ସରକାରଙ୍କ ଅନୁମୋଦନ ପରେ ସୁଧ ପ୍ରଦାନ କରାଯିବ। କିନ୍ତୁ କର୍ମଚାରୀଙ୍କ ଅବହେଳା କାରଣରୁ ଯଦି ପେନ୍‌ସନ୍‌ କିମ୍ବା ଗ୍ରାଚୁଇଟି ପ୍ରଦାନ ବିଳମ୍ବ ହୋଇଥିବ ତେବେ ତାଙ୍କୁ କୌଣସି ପ୍ରକାର ସୁଧ ମିଳିବ ନାହିଁ। ଏହାସହିତ ଅବସର ପରେ ସରକାରଙ୍କ ନିଷ୍ପତ୍ତି ଯୋଗୁଁ ପୂର୍ବରୁ ପ୍ରଦାନ କରାଯାଇଥିବା ପେନ୍‌ସନ୍‌ କିମ୍ବା ଗ୍ରାଚୁଇଟି ବଢ଼ିଲେ, ସେହି ବୃଦ୍ଧି ରାଶି ଉପରେ ଏହି ବିଳମ୍ବଜନିତ ସୁଧ ନିୟମ ଲାଗୁ ହେବ ନାହିଁ। ନୂଆ ନିୟମକୁ ଓଡ଼ିଶା ପ୍ରଶାସନିକ ସେବା (ପେନ୍‌ସନ୍‌) ସଂଶୋଧନ ନିୟମ, ୨୦୨୬’ କୁହାଯାଇଛି।

Neglect: ୨୦୬ କୋଟିର ପ୍ରକଳ୍ପ, ୨ ବର୍ଷ ପରେ ବି ୭ ଗାଁ ପାନୀୟ ଜଳରୁ ବଞ୍ଚିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।