Personal Loan EMI: ପର୍ସନାଲ୍‌ ଲୋନ୍ ଶୀଘ୍ର ସୁଝିଲେ ୬୯ ହଜାର ଟଙ୍କା ସୁଧ ବଞ୍ଚିବ, ଜାଣନ୍ତୁ ପୂରା ହିସାବ...

Oct 07, 2026 - 22:15
Personal Loan EMI: ପର୍ସନାଲ୍‌ ଲୋନ୍ ଶୀଘ୍ର ସୁଝିଲେ ୬୯ ହଜାର ଟଙ୍କା ସୁଧ ବଞ୍ଚିବ, ଜାଣନ୍ତୁ ପୂରା ହିସାବ...

"ନୂଆଦିଲ୍ଲୀ: ପର୍ସନାଲ୍‌ ଲୋନ୍ ନେବା ଏବେ ସହଜ ହୋଇଗଲାଣି।

ହେଲେ ଲୋନ୍‌ର ଅବଧି ଯେତେ ଅଧିକ ହୁଏ, ସେତେ ଅଧିକ ସୁଧ ଦେବାକୁ ପଡ଼େ।

ତେଣୁ ହାତକୁ ଅତିରିକ୍ତ ଟଙ୍କା ଆସିଲେ ଲୋନ୍‌କୁ ଶୀଘ୍ର ସୁଝିବା ଲାଭଦାୟକ ହୋଇପାରେ।

ଏହାକୁ ଏକ ସରଳ ଉଦାହରଣରେ ବୁଝିବା।

ଧରନ୍ତୁ, ଆପଣ ୫ ଲକ୍ଷ ଟଙ୍କାର ପର୍ସନାଲ୍‌ ଲୋନ୍ ନେଇଛନ୍ତି।

ଏହି ଲୋନ୍‌ର ସୁଧ ହାର ବାର୍ଷିକ ୧୨ ପ୍ରତିଶତ ଏବଂ ଅବଧି ୫ ବର୍ଷ ବା ୬୦ ମାସ।Advertisment ୫ ବର୍ଷରେ ଲୋନ୍ ସୁଝିଲେ କେତେ ସୁଧ ଦେବେ?

୫ ଲକ୍ଷ ଟଙ୍କାର ଏହି ଲୋନ୍ ପାଇଁ ମାସିକ କିସ୍ତି ପ୍ରାୟ ୧୧,୧୨୨ ଟଙ୍କା ହେବ।

୬୦ ମାସ ଯାଏ ଏହି କିସ୍ତି ଦେଲେ ମୋଟ୍‌ ପ୍ରାୟ ୬.୬୭ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।ଅର୍ଥାତ୍‌, ୫ ଲକ୍ଷ ଟଙ୍କାର ମୂଳ ଲୋନ୍ ବ୍ୟତୀତ ପ୍ରାୟ ୧.୬୭ ଲକ୍ଷ ଟଙ୍କା ସୁଧ ଭାବେ ଦେବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ- Assam: ଆସାମରେ MBBS ପଢ଼ା ହେଲା ମହଙ୍ଗା; ପରିବାରର ବାର୍ଷିକ ଆୟ ଆଧାରରେ ନିର୍ଦ୍ଧାରିତ ହେବ ଫି' ୩ ବର୍ଷରେ ଲୋନ୍ ସୁଝିଲେ କ"ଣ ହେବ?

ଏବେ ଧରନ୍ତୁ, ଆପଣ ସେହି ୫ ଲକ୍ଷ ଟଙ୍କାର ଲୋନ୍‌କୁ ୫ ବର୍ଷ ବଦଳରେ ୩ ବର୍ଷରେ ସୁଝିବାକୁ ଚାହୁଛନ୍ତି।

ଏ କ୍ଷେତ୍ରରେ ମାସିକ କିସ୍ତି ବଢ଼ି ପ୍ରାୟ ୧୬,୬୦୭ ଟଙ୍କା ହେବ।କିନ୍ତୁ ଲୋନ୍‌ର ଅବଧି କମିଯିବାରୁ ମୋଟ ସୁଧ ବହୁତ କମିଯିବ।

୩୬ ମାସରେ ଆପଣଙ୍କୁ ମୋଟ ପ୍ରାୟ ୫.୯୮ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।

ଏଥିରେ ସୁଧ ପରିମାଣ ପ୍ରାୟ ୯୭,୮୫୮ ଟଙ୍କା ହେବ।

ଅର୍ଥାତ୍‌, ୫ ବର୍ଷ ବଦଳରେ ୩ ବର୍ଷରେ ଲୋନ୍ ସୁଝିଲେ ପ୍ରାୟ ୬୯,୪୭୬ ଟଙ୍କା ସୁଧ ବଞ୍ଚିପାରିବ।

ଲୋନ୍‌ର ଅବଧି ମାସିକ କିସ୍ତି ମୋଟ ସୁଧ ୫ ବର୍ଷ ପ୍ରାୟ ₹୧୧,୧୨୨ ପ୍ରାୟ ₹୧.୬୭ ଲକ୍ଷ ୩ ବର୍ଷ ପ୍ରାୟ ₹୧୬,୬୦୭ ପ୍ରାୟ ₹୯୭,୮୫୮ ସୁଧରେ ସଞ୍ଚୟ- ପ୍ରାୟ ₹୬୯,୪୭୬ ଅଧିକ କିସ୍ତି ଦେବା ସବୁବେଳେ ଭଲ ନୁହେଁ ଲୋନ୍ ଶୀଘ୍ର ସୁଝିଲେ ସୁଧ ବଞ୍ଚିପାରିବ।

ହେଲେ ଏଥିପାଇଁ ପ୍ରତି ମାସରେ ଅଧିକ ଟଙ୍କା କିସ୍ତି ଭାବେ ଦେବାକୁ ପଡ଼ିବ।

ତେଣୁ କେବଳ ସୁଧ ବଞ୍ଚିବ ବୋଲି ଦେଖି ନିଷ୍ପତ୍ତି ନେବା ଠିକ୍ ନୁହେଁ।

ଯଦି ଆପଣଙ୍କ ଆୟ ନିୟମିତ ଅଛି ଏବଂ ପ୍ରତି ମାସରେ ୧୬ରୁ ୧୭ ହଜାର ଟଙ୍କା କିସ୍ତି ଦେବାରେ କୌଣସି ସମସ୍ୟା ନାହିଁ, ତେବେ କମ୍ ଅବଧିର ଲୋନ୍ ନେବା ଲାଭଦାୟକ ହୋଇପାରେ।କିନ୍ତୁ ଅଧିକ କିସ୍ତି ଦେଲେ ଯଦି ଘର ଖର୍ଚ୍ଚ, ଅନ୍ୟ ଦାୟିତ୍ୱ କିମ୍ବା ଜରୁରୀକାଳୀନ ସଞ୍ଚୟ ପ୍ରଭାବିତ ହୁଏ, ତେବେ ଲୋନ୍ ଶୀଘ୍ର ସୁଝିବାକୁ ତରବର ହେବା ଉଚିତ ନୁହେଁ।

ଆହୁରି ପଢ଼ନ୍ତୁ- Major Maoist Dump Busted ସୀମାନ୍ତରୁ ପୁଣି ଏକ ମାଓଡମ୍ପ୍‌ ଠାବ, ଏକେ-୪୭,ଇନସାସ ସହ ବିପୁଳ ଗୁଳିଗୋଳା ଜବତ ପ୍ରିପେମେଣ୍ଟ ଓ ଫୋର୍‌କ୍ଲୋଜର୍‌ ଚାର୍ଜ ଯାଞ୍ଚ କରନ୍ତୁ ଲୋନ୍‌କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସୁଝିବାକୁ ଚାହୁଥିଲେ ବ୍ୟାଙ୍କ କିମ୍ବା ଋଣ ପ୍ରଦାନକାରୀ ସଂସ୍ଥାର ନିୟମ ନିଶ୍ଚୟ ଦେଖନ୍ତୁ।

କେତେକ କ୍ଷେତ୍ରରେ ପ୍ରିପେମେଣ୍ଟ କିମ୍ବା ଫୋର୍‌କ୍ଲୋଜର୍‌ ଚାର୍ଜ ଲାଗିପାରେ।

ଏହି ଚାର୍ଜ ଦେବାକୁ ପଡ଼ିଲେ ପ୍ରକୃତ ସୁଧ ସଞ୍ଚୟ କିଛି କମିପାରେ।

ତେଣୁ ଲୋନ୍ ଶୀଘ୍ର ସୁଝିବା ପୂର୍ବରୁ ଚାର୍ଜ, ନିୟମ ଏବଂ ନିଜର ମାସିକ ଆୟ-ବ୍ୟୟ ଖର୍ଚ୍ଚକୁ ଭଲ ଭାବେ ହିସାବ କରିନିଅନ୍ତୁ।

ଏହି ଉଦାହରଣରେ ୧୨ ପ୍ରତିଶତ ବାର୍ଷିକ ସୁଧ ହାର ଏବଂ କୌଣସି ଅତିରିକ୍ତ ଚାର୍ଜ ନଥିବା ବିଚାର କରାଯାଇଛି।

ଏହି ହିସାବ ଅନୁସାରେ ୫ ଲକ୍ଷ ଟଙ୍କାର ଲୋନ୍‌କୁ ୫ ବର୍ଷ ବଦଳରେ ୩ ବର୍ଷରେ ସୁଝିଲେ ପ୍ରାୟ ୬୯ ହଜାର ଟଙ୍କା ସୁଧ ବଞ୍ଚିପାରିବ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।