Petrol Car: ପୁରୁଣା ପେଟ୍ରୋଲ୍ କାର୍‌କୁ ସିଏନଜିରେ ପରିଣତ କରିବା ପୂର୍ବରୁ ଏହି ଗୁରୁତ୍ବପୂର୍ଣ୍ଣ କଥାଗୁଡ଼ିକ ଜାଣନ୍ତୁ

Sep 27, 2026 - 18:09
Petrol Car: ପୁରୁଣା ପେଟ୍ରୋଲ୍ କାର୍‌କୁ ସିଏନଜିରେ ପରିଣତ କରିବା ପୂର୍ବରୁ ଏହି ଗୁରୁତ୍ବପୂର୍ଣ୍ଣ କଥାଗୁଡ଼ିକ ଜାଣନ୍ତୁ

"ନୂଆଦିଲ୍ଲୀ: ପେଟ୍ରୋଲ୍ ଏବଂ ଡିଜେଲ୍‌ର ବୃଦ୍ଧି ପାଉଥିବା ଦର ଯୋଗୁଁ ବର୍ତ୍ତମାନ ସିଏନଜି ଗାଡ଼ିର ଚାହିଦା ବଢ଼ିବାରେ ଲାଗିଛି।

ସିଏନଜି ପେଟ୍ରୋଲ୍ ତୁଳନାରେ ଶସ୍ତା ଏବଂ ଏହା ଭଲ ମାଇଲେଜ୍ ମଧ୍ୟ ଦେଇଥାଏ।

ତେବେ ପୁରୁଣା ପେଟ୍ରୋଲ୍ କାର୍‌ରେ ସିଏନଜି କିଟ୍ ଲଗାଇବା ଆପଣଙ୍କ ପକେଟ୍ ପାଇଁ ଶସ୍ତା ହୋଇପାରେ, କିନ୍ତୁ ବିନା ଭାବିଚିନ୍ତି କିମ୍ବା ଭୁଲ୍ ଉପାୟରେ କିଟ୍ ଲଗାଇଲେ ଗାଡ଼ିର ଇଞ୍ଜିନ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇପାରେ।Advertisment ସିଏନଜି କିଟ୍ ଲଗାଇବା ପୂର୍ବରୁ ଇଞ୍ଜିନ୍‌ର ଏହି ଯାଞ୍ଚ ନିହାତି କରନ୍ତୁଇଞ୍ଜିନ୍‌ର ସ୍ଥିତି: ଯଦି ଆପଣଙ୍କ ଗାଡ଼ିର ଇଞ୍ଜିନ୍‌ରୁ ଅଧିକ ମୋବିଲ୍‌ ଅଏଲ୍ ଖର୍ଚ୍ଚ ହେଉଛି, ସ୍ପାର୍କ ପ୍ଲଗ୍‌ ବାରମ୍ବାର ଖରାପ ହେଉଛି କିମ୍ବା ଇଞ୍ଜିନ୍‌ରୁ ଅସାଧାରଣ ଶବ୍ଦ ଆସୁଛି, ତେବେ ସେଥିରେ ସିଏନଜି କିଟ୍‌ ଆଦୌ ଲଗାନ୍ତୁ ନାହିଁ।

ସିଏନଜି ଇନ୍ଧନ ପେଟ୍ରୋଲ୍ ତୁଳନାରେ ଅଧିକ ଉତ୍ତାପ/ତାପମାତ୍ରା ସୃଷ୍ଟି କରେ।

ଫଳରେ ଦୁର୍ବଳ ଇଞ୍ଜିନ୍‌ର ଭାଲ୍ଭ , ହେଡ୍ ଗାସ୍କେଟ୍ ଏବଂ ପିଷ୍ଟନ୍ ବହୁତ ଶୀଘ୍ର ଜଳିଯିବାର ଭୟ ଥାଏ।

ଯଦି ଆପଣଙ୍କ ଗାଡ଼ି ଦିନକୁ ମାତ୍ର ୧୦ ରୁ ୧୫ କିଲୋମିଟର ଚାଲୁଥାଏ, ତେବେ ସିଏନଜି କିଟ୍‌ର ଖର୍ଚ୍ଚ ଉଠିବାକୁ ବହୁ ବର୍ଷ ଲାଗିଯିବ।

ଏପରି ସ୍ଥିତିରେ ଏହା ଆପଣଙ୍କୁ ଆର୍ଥିକ ସ୍ତରରେ ବିଶେଷ ଫାଇଦା ଦେବନାହିଁ।

ଆହୁରି ପଢନ୍ତୁ: Tamil Nadu RTI Act: ତୀବ୍ର ବିରୋଧ ପରେ ତାମିଲନାଡ଼ୁ ଆଇନ ଓ ଶୃଙ୍ଖଳା ବିଭାଗର ସୂଚନା ଅଧିକାର ପରିସରରୁ ବାହାର ନିର୍ଦ୍ଦେଶ ପ୍ରତ୍ୟାହାର କେଉଁ ସିଏନଜି କିଟ୍ ଚୟନ କରିବେ?ସରକାରୀ ସ୍ୱୀକୃତିପ୍ରାପ୍ତ କିଟ୍: ବଜାରରେ ମିଳୁଥିବା ଶସ୍ତା କିଟ୍ ଲଗାଇବା ଭୁଲ୍ କରନ୍ତୁ ନାହିଁ।

ସବୁବେଳେ ସରକାର ଏବଂ ଆରଟିଓ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସିଏନଜି କିଟ ବ୍ୟବହାର କରନ୍ତୁ।

ସିଏନଜି କିଟ୍‌ ଗାଡ଼ିର ଇସିୟୁ ସହିତ ମିଶି କାମ କରେ, ଯାହା ଗାଡ଼ିକୁ ସଠିକ୍ ପରିମାଣର ଗ୍ୟାସ୍‌ ଯୋଗାଇଥାଏ ।

ଗ୍ୟାସ୍ ଲିକେଜ୍ ଏବଂ ସର୍ଟ ସର୍କିଟ୍‌ ଭଳି ବିପଦରୁ ରକ୍ଷା ପାଇବା ପାଇଁ ସର୍ବଦା ଅଭିଜ୍ଞ ୱର୍କସପ୍‌ରୁ ହିଁ କିଟ୍‌ ଫିଟିଂ କରାନ୍ତୁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।