03 OCTOBER 2026

Welcome!

Unlock your personalized experience.
Sign Up

Petroleum infrastructure: ପେଟ୍ରୋଲିୟମ୍‌ ଭିତ୍ତିଭୂମି ନଷ୍ଟ କଲେ କଠୋର ଦଣ୍ଡ: ୧୦ ବର୍ଷ ଜେଲ୍‌, ୨୫ କୋଟି ପର୍ଯ୍ୟନ୍ତ ଜରିମାନା

Oct 03, 2026 - 02:55
Petroleum infrastructure: ପେଟ୍ରୋଲିୟମ୍‌ ଭିତ୍ତିଭୂମି ନଷ୍ଟ କଲେ କଠୋର ଦଣ୍ଡ: ୧୦ ବର୍ଷ ଜେଲ୍‌, ୨୫ କୋଟି ପର୍ଯ୍ୟନ୍ତ ଜରିମାନା

ନୂଆଦିଲ୍ଲୀ: ପେଟ୍ରୋଲିୟମ ଭିତ୍ତିଭୂମିର ସୁରକ୍ଷାକୁ ନଜରରେ ରଖି ସରକାର ପେଟ୍ରୋଲିୟମ ନିୟମ ୧୯୩୪ରେ ସଂଶୋଧନ ପ୍ରସ୍ତାବ ରଖିଛନ୍ତି। ତାହାର ଚିଠା ପ୍ରସ୍ତାବ ଜାରି କରାଯାଇଛି ଓ ତାହା ଉପରେ ମତାମତ ଆହ୍ବାନ କରାଯାଇଛି। ଚିଠା ପ୍ରସ୍ତାବ ଅନୁସାରେ ପେଟ୍ରୋଲିୟମ୍‌ ଭିତ୍ତିଭୂମି ନଷ୍ଟ କଲେ, ତେଲ ଚୋରି କଲେ ଓ ବ୍ୟକ୍ତିଙ୍କ ସୁରକ୍ଷାକୁ ବିପଦରେ ପକାଇଲେ କଠୋର ଦଣ୍ଡ ଭୋଗିବାକୁ ପଡ଼ିବ। ପ୍ରଥମ ଥର ପାଇଁ ନିୟମ ଉଲ୍ଲଂଘନ କଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଓ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏକାଧିକ ଥର ନିୟମ ଭାଙ୍ଗିଲେ ୭ ବର୍ଷ ପର୍ଯ୍ୟନ୍ତ ‌ଜେଲ୍‌ ହେବ କିମ୍ବା ୨୫ କୋଟି ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ସହିତ ୨୫ କୋଟି ଜରିମାନା ଲାଗିବ ଓ କ୍ଷୟକ୍ଷତି ଖର୍ଚ୍ଚ ବହନ କରିବାକୁ ପଡ଼ିବ।

Dr Ashutosh Mahapatra: ନୋବେଲ୍‌ ବିଜେତାଙ୍କ ସହ ଡ. ମହାପାତ୍ରଙ୍କ ଆଲୋଚନା

ପେଟ୍ରୋଲିୟମ ଉତ୍ପାଦନ, ଆମଦାନି, ସଂରକ୍ଷଣ, ବିଶୋଧନ, ପରିବହନ କିମ୍ବା ମିଶ୍ରଣ ଭିତ୍ତିଭୂମିକୁ ସରକାର ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି କିମ୍ବା ଅଞ୍ଚଳ ଭାବେ ଘୋଷଣା କରିପାରିବେ। ସ୍ବୀକୃତିପ୍ରାପ୍ତ ଅଧିକାରୀଙ୍କୁ ଯାଞ୍ଚରୁ ଅଟକାଇଲେ ଜରିମାନା ଦେବାକୁ ପଡ଼ିବ। ହିସାବ ଖାତାର ଭୁଲ ତଥ୍ୟ ଦେଲେ ବି ଦଣ୍ଡ ଭୋଗିବାକୁ ପଡ଼ିବ। ଚିଠା ପ୍ରସ୍ତାବରେ କେତେକ ନିୟମ ଉଲ୍ଲଂଘନକୁ ଅପରାଧିକ ମାମଲାରୁ ବାହାର କରାଯାଇଛି। ଲାଇସେନ୍ସ ସର୍ତ୍ତାବଳୀ ଉଲ୍ଲଂଘନ ମାମଲାକୁ ଅପରାଧ ଭାବେ ବିଚାର ନ କରି ଜରିମାନା ଲାଗୁ କରାଯିବ। ପ୍ରଥମ ଥର ନିୟମ ଖିଲାପ କଲେ ୨.୫ କୋଟି ଟଙ୍କା ପର୍ଯ୍ୟନ୍ତ ଓ ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। ଲାଇସେନ୍ସ ନ ନେଇ ଲାଇସେନ୍ସ ଅଧୀନରେ ଥିବା କାମ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଓ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଭୋଗିବାକୁ ପଡ଼ିବ। ବାରମ୍ବାର ନିୟମ ଉଲ୍ଲଂଘନ କଲେ ପ୍ରତି ଅତିରିକ୍ତ ଦିନ ପାଇଁ ଅତିରିକ୍ତ ୧୦ ଲକ୍ଷ ଟଙ୍କାର ଜରିମାନା ଲାଗିବ।

Health budget: ଯେଉଁଠି ହସ୍ପିଟାଲ ନାହିଁ, ସେଠାରେ ରକ୍ଷଣାବେକ୍ଷଣ ପାଇଁ ଦିଆଗଲା ୧୪.୬୨ ଲକ୍ଷ ଟଙ୍କା

ଜରିମାନାରେ ହୋଇଥିବା ବୃଦ୍ଧି ସମ୍ପର୍କରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୧୯୭୦ରେ ପେଟ୍ରୋଲ ଲିଟର ଦାମ୍‌ ୯୦ ପଇସା ଥିଲା। ବର୍ତ୍ତମାନ ତାହା ୧୦୫ ଟଙ୍କାରେ ପହଞ୍ଚିଛି। ତୈଳ ବିଶୋଧନାଗାର ସଂଖ୍ୟା ୬ରୁ ୨୩କୁ ବୃଦ୍ଧି ପାଇଛି ଓ ବିଶୋଧନ କ୍ଷମତା ବାର୍ଷିକ ୧୮.୪ ନିୟୁତ ଟନ୍‌ରୁ ବଢ଼ି ୨୫୮ ନିୟୁତ ଟନ୍‌ ହୋଇଛି। ୨୦୦୬ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ନିୟାମକ ବୋର୍ଡ ନିୟମ ଅନୁସାରେ ବେଆଇନ ପାଇପଲାଇନ୍‌, ସିଟି ଗ୍ୟାସ୍‌ ଓ ଏଲ୍‌ଏନ୍‌ଜି ଟର୍ମିନାଲ୍‌ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିବ। ନିୟମ ଖିଲାପ ସମ୍ପର୍କିତ ମାମଲାଗୁଡ଼ିକର ଶୁଣାଣି ଚିଫ୍‌ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ କିମ୍ବା ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟଙ୍କଠାରୁ ତଳ କୋର୍ଟରେ ହୋଇପାରିବନି। ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଅଧୀନରେ ମାମଲାଗୁଡ଼ିକୁ ପରିଚାଳନା କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।