PG Admission 2026 ପିଜି ନାମଲେଖାର ପ୍ରଥମ ମେଧା ତାଲିକା ପ୍ରକାଶ, ୨୧,୧୨୧ଜଣ ଯୋଗ୍ୟ

Aug 07, 2026 - 22:46
PG Admission 2026 ପିଜି ନାମଲେଖାର ପ୍ରଥମ ମେଧା ତାଲିକା ପ୍ରକାଶ, ୨୧,୧୨୧ଜଣ ଯୋଗ୍ୟ

"ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି।

ପ୍ରଥମ ରାଉଣ୍ଡରେ ୨୧,୧୨୧ଜଣ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Advertisment Odisha PG Admission 2026 ପିଜି ଆଡ଼ମିଶନ ବିଜ୍ଞପ୍ତି, ୨୭ ଜୁଲାଇରୁ ଲକିଂ, ଅଗଷ୍ଟ ୭ରେ ମେଧା ତାଲିକା ୫୦ ହଜାର ୯୦୧ ଛାତ୍ରଛାତ୍ରୀ ଚୟନ ପାଇଁ ମାନୋନୀତ ହୋଇଥିଲେ।

ସେମାନଙ୍କ ମଧ୍ୟରୁ ୩୭ ହଜାର ୩୦୩ଜଣ ଚଏସ୍‌ ଲକିଂ କରିଥିଲେ।

ପ୍ରଥମ ରାଉଣ୍ଡରେ ୨୧,୧୨୧ଜଣ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସେମାନଙ୍କ ମଧ୍ୟରେ ୬,୯୧୮ ଛାତ୍ର, ୧୪,୨୦୨ଜଣ ଛାତ୍ରୀ ଓ ଜଣେ କିନ୍ନର ଅଛନ୍ତି।

ଯୋଗ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଯେଉଁମାନେ "ଫ୍ରିଜ୍‌" ଅପସନ୍‌ ଦେଇଛନ୍ତି ସେମାନେ ନାମଲେଖା ଫି"(ଯେଉଁଠାରେ ଆବଶ୍ୟକ) ଅନ୍‌ଲାଇନ୍‌ରେ ଦାଖଲ କରି ଇଣ୍ଟିମେସନ୍‌ ଲେଟର ଡାଉନ୍‌ଲୋଡ୍‌ କରିପାରିବେ ଏବଂ ଅଗଷ୍ଟ ୮ରୁ ୧୧ ତାରିଖ ମଧ୍ୟରେ ଆଲଟ୍‌ ହୋଇଥିବା ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ।

KG to PG free education: କେଜିରୁ ପିଜି ମାଗଣା ଶିକ୍ଷା ବିବାଦ: ଦିନସାରା ମାନସମନ୍ଥନ, ସ୍ପଷ୍ଟୀକରଣ ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ "ସ୍ଲାଇଡ୍‌" କିମ୍ବା "‌ଫ୍ଲେଟ୍‌" ଅପସନ୍‌ ଦେଇଥିବା ଛାତ୍ରଛାତ୍ରୀ ଅନୁରୂପ ଭାବେ ଅନ୍‌ଲାଇନ୍‌ ଫି" ଦାଖଲ କରିବେ।

ହେଲେ ଇଣ୍ଟିମେସନ ଲେଟର ମିଳିବ ନାହିଁ।

ବରଂ ସେମାନଙ୍କୁ ଦ୍ବିତୀୟ ରାଉଣ୍ଡ ଚୟନ ପ୍ରକ୍ରିୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

୨୦୨୬-୨୭ ଶିକ୍ଷାବର୍ଷରେ ରାଜ୍ୟର ୧୩୫ଟି ଉଚ୍ଚ ଶିକ୍ଷାନୁଷ୍ଠାନର ୩୨,୫୬୩ ପିଜି ସିଟ୍‌ରେ ନାମଲେଖା ହେବ।

ଯେଉଁଥିରେ ୨୧ଟି ବିଶ୍ବବିଦ୍ୟାଳୟ ଓ ୧୧୪ଟି ମହାବିଦ୍ୟାଳୟ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।