Judgement: ଚାକିରି ନିୟମିତ ପାଇଁ ୨୫ବର୍ଷ ଧରି ଆଇନଗତ ଲଢେଇ
"ଭୁବନେଶ୍ବର: ଦୀର୍ଘ ୨୫ ବର୍ଷର କାର୍ଯ୍ୟକାଳ ଆଇନଗତ ଲଢ଼େଇ ପରେ ଶେଷରେ ନ୍ୟାୟ ପାଇଛନ୍ତି କୃଷି ସମ୍ପ୍ରସାରଣ ପରିଚାଳନା ସଂସ୍ଥାନ(ଇମେଜ)ର ଚୁକ୍ତିଭିତ୍ତିକ ଡ୍ରାଇଭର ଶିବ ପ୍ରସାଦ ବିଶ୍ୱାଳ।
ଓଡ଼ିଶା ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠ ଶିବ ପ୍ରସାଦଙ୍କ ଚାକିରି ନିୟମିତ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।Advertisment ପ୍ରକାଶ ଥାଉକି ୨୦୦୧ ମସିହା ନଭେମ୍ବର ୨୪ ରୁ ଶିବ ପ୍ରସାଦ ବିଶ୍ବାଳ ଇମେଜ ସଂସ୍ଥାରେ ଚୁକ୍ତିଭିତ୍ତିକ ଡ୍ରାଇଭର ଭାବେ କାର୍ଯ୍ୟରତ ଅଛନ୍ତି।
୨୦୧୮ରେ କୃଷି ମନ୍ତ୍ରୀ ଓ ଇମେଜର ୧୨ଶ କାର୍ଯ୍ୟକାରୀ କମିଟି ତାଙ୍କ ଚାକିରି ନିୟମିତ କରିବାକୁ ଅନୁମୋଦନ ଦେଇଥିଲେ ବି ବିଭାଗ ତାହା କାର୍ଯ୍ୟକାରୀ କରିନଥିଲା।
ପୂର୍ବରୁ ଦୁଇଥର ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସରକାରୀ ସ୍ତରରେ ତାଙ୍କ ଆବେଦନକୁ ଗ୍ରହଣ କରାଯାଇନାହିଁ। "ସମାଜର ଦୁର୍ବଳ ଶ୍ରେଣୀକୁ ନ୍ୟାୟ ଦିଅ" ଶେଷ ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ପିକେ ରଥ ଦର୍ଶାଇଥିଲେ ଯେ ଇମେଜ କାର୍ଯ୍ୟକାରୀ କମିଟି ପାଖରେ ପଦବି ସୃଷ୍ଟି ଓ ନିଯୁକ୍ତି ଦେବାର ସମ୍ପୂର୍ଣ୍ଣ କ୍ଷମତା ରହିଛି।
ସମସ୍ତ ତଥ୍ୟ ଅନୁଧ୍ୟାନ କରି ଅଦାଲତ ପୂର୍ବର ଖାରଜ ଆଦେଶକୁ ରଦ୍ଦ କରିଛନ୍ତି।
୧୨ଶ କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି ଆଧାରରେ ୨ ମାସ ମଧ୍ୟରେ ଶିବ ପ୍ରସାଦଙ୍କ ଚାକିରି ନିୟମିତ କରିବାକୁ ଉଚ୍ଚ ନ୍ୟାୟାଳୟ ଇମେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।