Phone Addiction Concerns Rise: ଘଣ୍ଟା ଘଣ୍ଟା ଫୋନ୍ ଚଳାଉଛନ୍ତି କି? ସାବଧାନ, ଦେଖନ୍ତୁ କ'ଣ କହିଲା ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ
ଫୋନ୍ରେ ଅତ୍ୟଧିକ ସମୟ ବିତାଉଛନ୍ତି କି? ସାବଧାନ! ଅଧିକ ସମୟ ଧରି ଫୋନ୍ କିମ୍ବା ଅନ୍ୟ ଡିଜିଟାଲ୍ ଡିଭାଇସ୍ ବ୍ୟବହାର ଦୈନନ୍ଦିନ ଜୀବନ ସହ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିପାରେ। ଏନେଇ ଲୋକଙ୍କୁ ଡିଜିଟାଲ୍ ଡିଟକ୍ସ କରିବାକୁ ପରାମର୍ଶ ଦେଇଛି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ।
ଫୋନ୍ଠାରୁ କିଛି ସମୟ ଦୂରେଇ ରହି ନିଜ ପାଇଁ ସମୟ ଦେବାକୁ କୁହାଯାଇଛି। ବିଶେଷକରି ଘଣ୍ଟା ଘଣ୍ଟା ଧରି ଫୋନ୍ ଚଳାଇବା ବଦଳରେ ପରିବାର ସହ ସମୟ ବିତାଇବା, ବହି ପଢ଼ିବା, ଖେଳକୁଦ କିମ୍ବା ଅନ୍ୟ ସୃଜନଶୀଳ କାମରେ ନିଜକୁ ବ୍ୟସ୍ତ ରଖିବାକୁ ପରାମର୍ଶ ରହିଛି।
ସ୍ୱାସ୍ଥ୍ୟ ବିଭାଗର ବାର୍ତ୍ତା ଅନୁସାରେ, ଫୋନ୍ରେ ଅତ୍ୟଧିକ ସମୟ ବିତାଇବା ପୂର୍ବରୁ ନିଜ ଅଭ୍ୟାସ ଉପରେ ନଜର ଦେବା ଜରୁରୀ। ଆବଶ୍ୟକ ହେଲେ ଫୋନ୍ର ନୋଟିଫିକେସନ୍ ବନ୍ଦ କରିବା, ଫୋନ୍ ପାଖରୁ ଦୂରେଇ କିଛି ସମୟ ରହିବା ଏବଂ ପଢ଼ା, କାମ କିମ୍ବା ନିଦ୍ରା ସମୟରେ ଫୋନ୍ ବ୍ୟବହାର କମାଇବା ଭଳି ପଦକ୍ଷେପ ନିଆଯାଇପାରେ।
ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ସହାୟତା ଆବଶ୍ୟକ ହେଲେ ଟେଲି-ମାନସ୍ ହେଲ୍ପଲାଇନ୍ ୧୪୪୧୬ରେ ଯୋଗାଯୋଗ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଫୋନ୍ ଆମ ଜୀବନକୁ ସହଜ କରିଛି, କିନ୍ତୁ ଫୋନ୍ ଯେପରି ଆମ ଜୀବନକୁ ନିୟନ୍ତ୍ରଣ ନକରେ ସେଥିପାଇଁ ସମୟ ଥାଉ ନିଜ ପାଇଁ ସମୟ ଦିଅନ୍ତୁ।
ଅତ୍ୟଧିକ ଫୋନ୍ କିମ୍ବା ଡିଜିଟାଲ୍ ଡିଭାଇସ୍ ବ୍ୟବହାର ଆପଣଙ୍କ ଦୈନନ୍ଦିନ ଜୀବନ ବା ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ।
— H & FW Dept Odisha (@HFWOdisha) August 28, 2026
ଫୋନ୍ଠାରୁ କିଛି ସମୟ ଦୂରେଇ ରୁହନ୍ତୁ ଏବଂ ନିଜକୁ ସମୟ ଦିଅନ୍ତୁ। pic.twitter.com/w6cLDFqg4c
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।